ପାଣି ପିଇବାକୁ ଆସି ଭାଲୁ ଛୁଆ ମୃତ, କାରଣ ଅସ୍ପଷ୍ଟ

ପାଣି ପିଇବାକୁ ଆସି ଭାଲୁ ଛୁଆ ମୃତ। ଯାଜପୁର ରୋଡ ରେଞ୍ଜ ଅନ୍ତର୍ଗତ କୋରାବନ୍ଦୀ ଗ୍ରାମ ସଂରକ୍ଷିତ ଜଙ୍ଗଲରୁ ଭାଲୁ ଛୁଆର ମୃତଦେହ ଉଦ୍ଧାର ହୋଇଛି।

ଯାଜପୁର ରୋଡ : ପାଣି ପିଇବାକୁ ଆସି ଭାଲୁ ଛୁଆ ମୃତ। ଯାଜପୁର ରୋଡ ରେଞ୍ଜ ଅନ୍ତର୍ଗତ କୋରାବନ୍ଦୀ ଗ୍ରାମ ସଂରକ୍ଷିତ ଜଙ୍ଗଲରୁ ଭାଲୁ ଛୁଆର ମୃତଦେହ ଉଦ୍ଧାର ହୋଇଛି। ଗତକାଲି ମାଆ ସହ ଏକ ଛୁଆ ଭାଲୁ ପାଣି ପିଇବାକୁ ଆସି ଠିକା ସଂସ୍ଥାର କ୍ୟାମ୍ପ ଭିତରେ ପଶିଯାଇଥିଲା।

ତେବେ ଆଜି ସକାଳେ ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବାବେଳେ ଭାଲୁ ମରି ପଡିଥିବା ଦେଖିବାକୁ ପାଇଥିଲେ। ଯାଜପୁର ରୋଡ ବନ ବିଭାଗ କର୍ମଚାରୀ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତ ଭାଲୁର ଶବକୁ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଇଛନ୍ତି । ତେବେ କିପରି ଭାଲୁର ମୃତ୍ୟୁ ହେଲା ସେନେଇ କାରଣ ଅସ୍ପଷ୍ଟ ରହିଛି। ବନ ବିଭାଗ ଘଟଣାର ତଦନ୍ତ କରୁଛି।