ଯବାନଙ୍କ ମାନବିକତା, ମାଓବାଦୀଙ୍କୁ କାନ୍ଧରେ ପକାଇ ପାଞ୍ଚ କିଲୋମିଟର ଚାଲିଲେ ଯବାନ
ହିଂସାର ଜବାବ ହିଂସା ନୁହେଁ କି ବୁଲେଟର ଜବାବ ସବୁବେଳେ ବୁଲେଟ ନୁହେଁ। ମାନବିକତାର ଏପରି ନିଦର୍ଶନ ଦେଖିବାକୁ ମିଳିଛି ଝାଡଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ। ପଶ୍ଚିମ ସିଂହଭୂମ ଜିଲ୍ଲାର ହୁସିପି ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରିଥିବା ଖବର ପାଇ ସର୍ଚ୍ଚ ଅପରେସନ କରିଥିଲା ଝାଡଖଣ୍ଡ ପୋଲିସ।

ସର୍ଚ୍ଚ ଅପରେସନ ବେଳେ ହୋଇଥିଲା ଜୋରଦାର ଏନକାଉଣ୍ଟର। ଏନକାଉଣ୍ଟରରେ ଜଣେ ମାଓବାଦୀ ଆହତ ହୋଇଥିଲେ। ଆହତ ମାଓବାଦୀଙ୍କୁ ଛାଡି ତାଙ୍କ ସାଥୀମାନେ ଫେରାର ହୋଇ ଯାଇଥିଲେ। ଯନ୍ତ୍ରଣାରେ ଛଟପଟ ହେଉଥିବା ମାଓବାଦୀଙ୍କୁ ଦେଖି ଜାଗି ଉଠିଥିଲା ସୁରକ୍ଷା କର୍ମୀଙ୍କ ମାନବିକତା।
ଆହତ ମାଓବାଦୀଙ୍କୁ କାନ୍ଧରେ ପକାଇ ବୋହି ଆଣିଥିଲେ ସୁରକ୍ଷା କର୍ମୀ। ଜଙ୍ଗଲରେ ଦୀର୍ଘ ପାଞ୍ଚ କିଲୋମିଟର ଚାଲି ହାତୀବୁରୁ କ୍ୟାମ୍ପକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ। ପରେ ଆହତ ମାଓବାଦୀଙ୍କୁ ଏୟାରଲିଫ୍ଟ କରି ରାଞ୍ଚିର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।