ମନୋରଂଜନ

ବିକ୍କିଙ୍କୁ ଛାଡି ସାଉଥ ସୁପରଷ୍ଟାର ବିଜୟ ସେତୁପତିଙ୍କ ହିରୋଇନ ହେବେ କ୍ୟାଟ୍ରିନା, ବାହାଘର ପରେ କଲେ ଘୋଷଣା

ନବ ବିବାହିତା କ୍ୟାଟ୍ରିନା ବିକ୍କି କୌଶଲଙ୍କୁ ବିବାହ କରିବା ପରେ ଏବେ କର୍ମକ୍ଷେତ୍ରକୁ ଫେରିଛନ୍ତି। କ୍ୟାଟ୍ରିନା ଖୁବଶୀଘ୍ର ସାଉଥ ସୁପରଷ୍ଟାର ବିଜୟ ସେତୁପତିଙ୍କ ସହିତ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଆଗାମୀ ଥ୍ରୀଲର ଫିଲ୍ମ ‘ମେରୀ କ୍ରିସମସ’ର କ୍ୟାଟ୍ରିନା ଏବଂ ବିଜୟ ସେତୁପତି ଏକାଠି ନଜର ଆସିବେ।

ଶ୍ରୀରାମ ରାଘବନ ଫିଲ୍ମ ପାଇଁ ଦୁଇଜଣଙ୍କୁ ସାଇନ କରିଛନ୍ତି। ଏହାକୁ ରମେଶ ତୌରାନୀ ଏବଂ ସଂଜୟ ରାଉତରେ ନିର୍ମାଣ କରିବେ। ଫିଲ୍ମଟି ଆସନ୍ତାବର୍ଷ କ୍ରିସମସରେ ରିଲିଜ ହେବ। ପୂର୍ବରୁ ଶ୍ରୀରାମ ରାଘବନ ତବୁ, ଆୟୁଷ୍କାନ ଖୁରାନା ଏବଂ ରାଦିକା ଆପ୍ଟେଙ୍କ ଅଭିନୀତ ଫିଲ୍ମ ‘ଅନ୍ଧାଧୁନ’ର ନିର୍ଦ୍ଦେଶନା କରିଥିଲେ।

ତାମିଲ, ତେଲୁଗୁ ଏବବ ମାଲାୟଲମ ଫିଲ୍ମରେ କାମ କରିସାରିଥିବା ବିଜୟ ସେତୁପତି ପୂର୍ବରୁ ହିନ୍ଦୀ ଫିଲ୍ମ ମୁମ୍ବାଇକର ନାମକ ଏକ ହିନ୍ଦୀ ଫିଲ୍ମରେ କାମ କରିଥିଲେ।

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା ଏବଂ ଅଭିନେତା ଭିକ୍କି କୌଶଲ ରାଜସ୍ଥାନରେ ୯ ଡିସେମ୍ବର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ସେଲିବ୍ରିଟି ଯୋଡ଼ି ରାଜସ୍ଥାନର ସିକ୍ସ ସେନସେସ ଫର୍ଟରେ ଗ୍ରାଣ୍ଡ ୱେଡିଂ କରିଥିଲେ। ବିକ୍କି ଏବଂ କ୍ୟାଟ୍ରିନାଙ୍କ ବିବାହ ପରେ ସିଧା ମାଲଦ୍ୱୀପକୁ ଯାଇଥିଲେ। ହନିମୁନ୍‌ରୁ ଫେରିବା ପରେ ବିକ୍କି ଏବଂ କ୍ୟାଟ୍ରିନା ମୁମ୍ବାଇରେ ସ୍ପଟ୍‌ ହୋଇଥିଲେ । କ୍ୟାଟ୍ରିନା ଖୁବ୍ ଶୀଘ୍ର ସଲମାନ ଖାନଙ୍କ ସହ ‘ଟାଇଗର’ ‘ପାଇଁ ସୁଟିଂ ଆରମ୍ଭ କରିବେ। ଫିଲ୍ମର ପରବର୍ତ୍ତୀ କାର୍ଯ୍ୟସୂଚୀ ଦିଲ୍ଲୀରେ ସୁଟିଂ ହେବ। ସୂଚନାଯୋଗ୍ୟ ଯେ କ୍ୟାଟ୍ରିନା ଓ ବିକ୍କି ଗୋଟିଏ ବି ଫିଲ୍ମ ଏକାଠି କରିନଥିଲେ ମଧ୍ୟ ୨୦୧୯ରୁ ପରସ୍ପରକୁ ଡେଟ୍‌ କରୁଛନ୍ତି।

Swagatika

Recent Posts

ଫିଲ୍ମ ‘କଲ୍କି 2898 AD’ର ଟ୍ରେଲର ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ଦୀପିକାଙ୍କ ଦମ୍‌ଦାର ଲୁକ୍‌

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ଦୀର୍ଘ ଦିନ ଧରି ଖୁବ୍‌ ଚର୍ଚ୍ଚାରେ ରହିଆସିଛି…

17 mins ago

ବିହାରର ୮ ସାଂସଦଙ୍କୁ ମୋଦି କ୍ୟାବିନେଟ୍‌ରେ ଜାଗା ! ଦିଲ୍ଲୀରୁ ଆସିଛି ଫୋନ୍‌ କଲ୍‌

ଏଥର ଏନ୍‌ଡିଏ ସରକାର ଗଠନରେ କିଙ୍ଗମେକରର ଭୂମିକା ଗ୍ରହଣ କରିଛି ବିହାରର ଜେଡିୟୁ । ଏହି ଦଳର ଦୁଇ ନେତାଙ୍କୁ…

21 mins ago

ହସ୍ପିଟାଲ ବେଡରୁ ପୁଅ ଚୋରି, ମୁଣ୍ଡ ବାଡ଼େଇ କାନ୍ଦୁଛି ମା’

ବାଲେଶ୍ୱର : ପୁଣି ସାମ୍ନାକୁ ଆସିଲା ପିଲା ଚୋରି ଅଭିଯୋଗ । ହସ୍ପିଟାଲ ବେଡ୍‌ରୁ ଶିଶୁ ପୁତ୍ରକୁ ଚୋରି କରି…

34 mins ago

୧୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ଼ ସୋ

ଭୁବନେଶ୍ଵର : ୧୨ ତାରିଖ ଦିନ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ଼ ସୋ । ବୁଧବାର ସନ୍ଧ୍ୟାରେ ଜୟଦେବ ବିହାର…

47 mins ago

ୟୁଜର୍ସଙ୍କ ପାଇଁ ଆସିଲା ଦମ୍‌ଦାର ଅଫର, ବେଷ୍ଟ କ୍ୟାମେରା ଫୋନ୍ Google Pixel 8ରେ ମିଳୁଛି ଭାରି ଡିସକାଉଣ୍ଟ

ଯଦି ଆପଣ ଫଟୋଗ୍ରାଫି ପାଇଁ ଏକ ଭଲ ସ୍ମାର୍ଟଫୋନ୍ ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି…

1 hour ago

ବାଇକ ରାକେଟ ଠାବ, ୭ ଗିରଫ, ୫ ବାଇକ ଜବତ

ଝାରସୁଗୁଡ଼ା : ଝାରସୁଗୁଡ଼ା ପୋଲିସର ବଡ ସଫଳତା । ପୋଲିସ ହାତରେ ଧରା ପଡ଼ିଲେ ବାଇକ ଲୁଟେରା ଗ୍ୟାଙ୍ଗ। ତାଙ୍କ…

1 hour ago