ବିକ୍କିଙ୍କୁ ଛାଡି ସାଉଥ ସୁପରଷ୍ଟାର ବିଜୟ ସେତୁପତିଙ୍କ ହିରୋଇନ ହେବେ କ୍ୟାଟ୍ରିନା, ବାହାଘର ପରେ କଲେ ଘୋଷଣା

ନବ ବିବାହିତା କ୍ୟାଟ୍ରିନା ବିକ୍କି କୌଶଲଙ୍କୁ ବିବାହ କରିବା ପରେ ଏବେ କର୍ମକ୍ଷେତ୍ରକୁ ଫେରିଛନ୍ତି। କ୍ୟାଟ୍ରିନା ଖୁବଶୀଘ୍ର ସାଉଥ ସୁପରଷ୍ଟାର ବିଜୟ ସେତୁପତିଙ୍କ ସହିତ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଆଗାମୀ ଥ୍ରୀଲର ଫିଲ୍ମ ‘ମେରୀ କ୍ରିସମସ’ର କ୍ୟାଟ୍ରିନା ଏବଂ ବିଜୟ ସେତୁପତି ଏକାଠି ନଜର ଆସିବେ।
ଶ୍ରୀରାମ ରାଘବନ ଫିଲ୍ମ ପାଇଁ ଦୁଇଜଣଙ୍କୁ ସାଇନ କରିଛନ୍ତି। ଏହାକୁ ରମେଶ ତୌରାନୀ ଏବଂ ସଂଜୟ ରାଉତରେ ନିର୍ମାଣ କରିବେ। ଫିଲ୍ମଟି ଆସନ୍ତାବର୍ଷ କ୍ରିସମସରେ ରିଲିଜ ହେବ। ପୂର୍ବରୁ ଶ୍ରୀରାମ ରାଘବନ ତବୁ, ଆୟୁଷ୍କାନ ଖୁରାନା ଏବଂ ରାଦିକା ଆପ୍ଟେଙ୍କ ଅଭିନୀତ ଫିଲ୍ମ ‘ଅନ୍ଧାଧୁନ’ର ନିର୍ଦ୍ଦେଶନା କରିଥିଲେ।
IT’S OFFICIAL… SRIRAM RAGHAVAN DIRECTS KATRINA KAIF – VIJAY SETHUPATHI IN ‘MERRY CHRISTMAS’… #VijaySethupathi and #KatrinaKaif essay principal roles in #MerryChristmas… Filming of this thriller – directed by #SriramRaghavan – has commenced in #Mumbai. pic.twitter.com/9V3IHTH8t6
— taran adarsh (@taran_adarsh) December 25, 2021
ତାମିଲ, ତେଲୁଗୁ ଏବବ ମାଲାୟଲମ ଫିଲ୍ମରେ କାମ କରିସାରିଥିବା ବିଜୟ ସେତୁପତି ପୂର୍ବରୁ ହିନ୍ଦୀ ଫିଲ୍ମ ମୁମ୍ବାଇକର ନାମକ ଏକ ହିନ୍ଦୀ ଫିଲ୍ମରେ କାମ କରିଥିଲେ।
ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା ଏବଂ ଅଭିନେତା ଭିକ୍କି କୌଶଲ ରାଜସ୍ଥାନରେ ୯ ଡିସେମ୍ବର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ସେଲିବ୍ରିଟି ଯୋଡ଼ି ରାଜସ୍ଥାନର ସିକ୍ସ ସେନସେସ ଫର୍ଟରେ ଗ୍ରାଣ୍ଡ ୱେଡିଂ କରିଥିଲେ। ବିକ୍କି ଏବଂ କ୍ୟାଟ୍ରିନାଙ୍କ ବିବାହ ପରେ ସିଧା ମାଲଦ୍ୱୀପକୁ ଯାଇଥିଲେ। ହନିମୁନ୍ରୁ ଫେରିବା ପରେ ବିକ୍କି ଏବଂ କ୍ୟାଟ୍ରିନା ମୁମ୍ବାଇରେ ସ୍ପଟ୍ ହୋଇଥିଲେ । କ୍ୟାଟ୍ରିନା ଖୁବ୍ ଶୀଘ୍ର ସଲମାନ ଖାନଙ୍କ ସହ ‘ଟାଇଗର’ ‘ପାଇଁ ସୁଟିଂ ଆରମ୍ଭ କରିବେ। ଫିଲ୍ମର ପରବର୍ତ୍ତୀ କାର୍ଯ୍ୟସୂଚୀ ଦିଲ୍ଲୀରେ ସୁଟିଂ ହେବ। ସୂଚନାଯୋଗ୍ୟ ଯେ କ୍ୟାଟ୍ରିନା ଓ ବିକ୍କି ଗୋଟିଏ ବି ଫିଲ୍ମ ଏକାଠି କରିନଥିଲେ ମଧ୍ୟ ୨୦୧୯ରୁ ପରସ୍ପରକୁ ଡେଟ୍ କରୁଛନ୍ତି।