ଏପରି ୧୫ ଦିନ ପର୍ଯ୍ୟନ୍ତ ରଖନ୍ତୁ ଧନିଆ ପତ୍ରକୁ ସତେଜ, ଜମା ବି ହେବନି ନଷ୍ଟ

ଧନିଆ ପତ୍ର ସବୁ ଖାଦ୍ୟର ସ୍ୱାଦକୁ ବଢ଼ାଇ ଦେଇଥାଏ। ତରକାରୀର ସ୍ୱାଦକୁ ଧନିଆ ପତ୍ର ହିଁ ବଢ଼ାଇଥାଏ। ତେବେ ସବୁଠାରୁ ବଡ ସମସ୍ୟା ହେଉଛି ଏହା ଅଧିକ ଦିନ ପର୍ୟ୍ୟନ୍ତ ସତେଜ୍ ହୋଇ ରହେନାହିଁ। ଦୁଇ ତିନି ଦିନ ପରେ ଏହା ଖରାପ ହୋଇଯାଏ। ସୁଖି ଯାଇଥିବା କାରଣରୁ ତରକାରୀରେ ପକାଇଲେ ବି ଏହା ସେତେଟା ସ୍ୱାଦ ଦେଇନଥାଏ। ତେବେ ଆପଣ ଯଦି ଏମିତି ସମସ୍ୟାକୁ ସାମ୍ନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଆଜି ଆମେ ଆଣିଛୁ ଏକ ବଢ଼ିଆ ଉପାୟ। ଯେଉଁ ଉପାୟ ଦ୍ୱାରା ଆପଣ ଧନିଆ ପତ୍ରକୁ ଅଧିକ ଦିନ ପର୍ଯ୍ୟନ୍ତ ଫ୍ରେସ କରିପାରିବେ।
- ଆପଣ ବଜାରରୁ ତାଜା ଧନିଆପତ୍ର ଆଣିବା ମାତ୍ରକେ ହିଁ ଧନିଆ ପତ୍ରକୁ ଭାଙ୍ଗି ଦେଇ ମୂଳକୁ ଅଲଗା କରିଦିଅନ୍ତୁ।ଏବେ ଆପଣ ଏକ କଣ୍ଟେନର ନିଅନ୍ତୁ। ସେଥିରେ ଅଳ୍ପ ପାଣି ଏବଂ ଗୋଟେ ଚାମଚ ହଳଦି ପାଉଡର ପକାନ୍ତୁ।
- ଏଥିରେ ଧନିଆ ପତ୍ରକୁ ପ୍ରାୟ ୩୦ ମିନିଟ୍ ଯାଏଁ ଭିଜାଇ ରଖନ୍ତୁ।
- ଏହାପରେ ପତ୍ରକୁ ପାଣିରୁ ବାହାର କରି ଧୋଇ ଦିଅନ୍ତୁ ଏବଂ ସୁଖାଇ ଦିଅନ୍ତୁ।
- ଭଲଭାବେ ଏହାକୁ ପୋଛି ସଫା କରିଦିଅନ୍ତୁ।
- ଏବେ ଅନ୍ୟ ଏକ କଣ୍ଟେନର ନିଅନ୍ତୁ ଏବଂ ସେଥିରେ ଏକ କପଡା ରଖିଦିଅନ୍ତୁ।
- ଏହାପରେ ସେଥିରେ ଏହି ପତ୍ରକୁ ରଖିଦିଅନ୍ତୁ।
- ଏବେ ପତ୍ରକୁ ଘୋଡାଇ ରଖିଦିଅନ୍ତୁ।
- ଏହା ନିଶ୍ଚୟ ଧ୍ୟାନରେ ରଖନ୍ତୁ ଯେ ଧନିଆରେ ଟିକେ ବି ପାଣି ନଥିବ।
- ଏବେ ଏହି କଣ୍ଟେନରକୁ ଭଲଭାବେ ଏୟାର ଟାଇଟ କଣ୍ଟେନରରେ ବନ୍ଦ କରିଦିଅନ୍ତୁ।
- ଏହି ତରିକାରେ ରଖାଯାଇଥିବା ଧନିଆକୁ ଆପଣ ଗୋଟେରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଷ୍ଟୋର କରି ରଖିପାରିବେ ଏବଂ ତରକାରୀରେ ପକାଇ ସ୍ୱାଦର ମଜା ନେଇପାରିବେ।