Below header

କାନରେ ଇଅରଫୋନ  ଆଉ ହାତରେ କେଟିଏମ ବାଇକ ଧରି  ଧମାଲ ମଚାଉଥିଲେ ନାବାଳକ, ପୋଲିସ କାଟିଲା ୩୦ ହଜାର ଫାଇନ୍‌

ସମ୍ବଲପୁର(କେନ୍ୟୁଜ୍): ନାବାଳକ ବାଇକ ଚାଳକଙ୍କୁ ୩୦ ହଜାର ଫାଇନ୍‌ । ସମ୍ବଲପୁର ଟାଉନ୍‌ ଥାନା ପକ୍ଷରୁ ଫାଇନ୍‌ ଆଦାୟ କରାଯାଇଛି । ମୁଦିପଡା ଛକରୁ ଲକ୍ଷ୍ମୀ ଟକିଜ୍‌ ଛକ ମଧ୍ୟରେ ଗାଡି ଯାଞ୍ଚ କରାଯାଉଥିବା ବେଳେ ଫାଇନ୍‌ ଆଦାୟ ହୋଇଛି । ଜଣେ ନାବାଳକ ଏକ କେଟିଏମ ବାଇକ ଧରି କାନରେ ଇୟରଫୋନ୍‌ ଲଗାଇ ଆସୁଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା ।

ବାଇକ ଚାଳକ ଜଣକ ନାବାଳକ ଥିବାରୁ ତାଙ୍କ ବାପାଙ୍କୁ ଖବର ଦିଆଯାଇଥିଲା । ପରିବହନ ଅଧିକାରୀଙ୍କ ଉପସ୍ଥିତିରେ ନାବାଳକଙ୍କ ବାପାଙ୍କ ଠାରୁ ମୋଟର ଚାଳନା ଆଇନ ଉଲଂଘନ ପାଇଁ ୩୦ ହଜାର ଟଙ୍କା ଫାଇନ୍‌ ଆଦାୟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.