ମହାକାଶକୁ ଗଲା କ୍ରିକେଟର ଯୁବରାଜ ସିଂଙ୍କ ଐତିହାସିକ ବ୍ୟାଟ୍‌, ସ୍ପେସ୍‌ରୁ ଦେଖନ୍ତୁ ଭିଡିଓ…

ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ ଐତିହାସିକ ବ୍ୟାଟ୍ ପ୍ରଥମ ଥର ପାଇଁ ମହାକାଶକୁ ପଠାଯାଇଛି। ଏନେଇ ସେ ଏକ ଭିଡିଓ ଶେୟାର କରି ସୂଚନା ଦେଇଛନ୍ତି ।
ଗତ ୨୦୦୩ ମସିହାରେ ଯୁବରାଜ ବାଂଲାଦେଶ ବିପକ୍ଷରେ ନିଜର ପ୍ରଥମ ଦିନିକିଆ ଶତକ ଅର୍ଜନ କରିଥିବାରୁ ଉକ୍ତ ମ୍ୟାଚରେ ବ୍ୟବହାର କରିଥିବା ବ୍ୟାଟଟି ତାଙ୍କ ପାଇଁ ନିଶ୍ଚିତ ଭାବେ ଖାସ୍ ଥିଲା। ଉକ୍ତ ମ୍ୟାଚରେ ସେ ୧୦୨ ରନ ସଂଗ୍ରହ କରିବା ସହ ମ୍ୟାନ୍ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଗତ ସପ୍ତାହରେ ଏସିଆ ଭିତ୍ତିକ NFT ମାର୍କେଟ କୋଲେକ୍ସିୟନ ଏବଂ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ସହଯୋଗରେ ଏହି ପଦକ୍ଷେପ ନିଆଯାଇଥିଲା। ତାଙ୍କୁ NFT ପ୍ରଦାନ କରିବାକୁ କମ୍ପାନୀ ଯୁବରାଜଙ୍କ ସହ ସହଭାଗୀତା କରିଛି । ଏହା ବ୍ୟତୀତ ଯୁବରାଜଙ୍କ ବ୍ୟାଟ୍କୁ ମହାକାଶକୁ ପଠାଇ ଭିଡିଓ ମାଧ୍ୟମରେ ପ୍ରଶଂସକ ମାନଙ୍କୁ ଆନନ୍ଦିତ କରାଯିବ। ଯେହେତୁ ଏହା ମହାକାଶକୁ ପଠାଯାଇଥିବା ପ୍ରଥମ ବ୍ୟାଟ୍ । ଡିସେମ୍ବରର ଶେଷ ସପ୍ତାହରେ ଭିଡିଓଟି କୋଲେକ୍ସିୟନ ର ଅଫିସିଆଲ୍ ୱେବସାଇଟ୍ ରେ ଅପଲୋଡ୍ କରାଯିବ।

 

ଏନେଇ ଯୁବରାଜ କହିଛନ୍ତି ଯେ, ମୁଁ ସର୍ବଦା ଫ୍ୟାନ୍ସଙ୍କ ସହିତ ଯୋଡ଼ି ହୋଇ ରହିବାକୁ ଚାହେଁ । ଏହି କାର୍ଯ୍ୟକ୍ରମ ପାଇଁ ଏସିଆର ଏନଏଫଟି ବଜାର କୋଲେକ୍ସିୟନର ସହଯୋଗ ପାଇଁ ମୁଁ ବହୁତ କୃତଜ୍ଞ । ମୋର କ୍ରିକେଟ ଯାତ୍ରା ସମୟରେ ଯେଉଁମାନେ ମୋତେ ଅଜସ୍ର ଭଲ ପାଇବା ଓ ଉତ୍ସାହ ଯୋଗାଇଛନ୍ତି ସେମାନଙ୍କ ସହ ମୁଁ ମୋର ଜୀବନର ମୂଲ୍ୟବାନ ଜିନିଷକୁ ଶେୟାର କରିବାକୁ ଚାହୁଁଛି ବୋଲି କହିଥିଲେ ।

ଯୁବରାଜ ସିଂହ ୩୦୪ଟି ଦିନିକିନିଆରେ ୮୭୦୧ ରନ ସଂଗ୍ରହ କରିଥିବା ବେଳେ ସେଥିରେ ୧୪ଟି ଶତକ ଓ ୫୨ଟି ଅର୍ଦ୍ଧଶତକ ରହିଛି । ସେ ୪୦ଟି ଟେଷ୍ଟରେ ମୋଟ ୧୯୦୦ ରନ ସଂଗ୍ରହ କରିଛନ୍ତି । ସେଥିରେ ୩ଟି ଶତକ ଓ ୧୧ଟି ଅର୍ଦ୍ଧଶତକ ସାମିଲ ଅଛି । ସେହିପରି ୫୮ଟି ଟି-୨୦ରେ ସେ ୮ଟି ଅର୍ଦ୍ଧଶତକ ସହାୟତାରେ ୧୧୭୭ ରନ ସଂଗ୍ରହ କରିଛନ୍ତି । ଯୁବରାଜ ସିଂହଙ୍କ ବ୍ୟାଟ ପ୍ରଥମ ବ୍ୟାଟ ଭାବେ ମହାକାଶକୁ ଯାତ୍ରା କରି ଏକ ଐତିହାସିକ କୀର୍ତ୍ତୀ ସ୍ଥାପନ କରିବ ।

ଏନେଇ NFT କ୍ରିକେଟରଙ୍କର ଏକ ୩ଡି ସଂସ୍କରଣ ହେବ । ଏହା ସହିତ ତାଙ୍କର ପ୍ରଶଂସକଙ୍କ ପାଇଁ ସେ ହସ୍ତାକ୍ଷର କରିଥିବା ପ୍ରଥମ ଶତକର ବ୍ୟାଟ୍ ମଧ୍ୟ ରହିବ । ଏଥିସହ ଯୁବରାଜଙ୍କ ସମସ୍ତ NFT ପାଇଁ ଏକ ଭର୍ଚୁଆଲ୍ ଏନ୍‌ଏଫ୍‌ଟି ସଂଗ୍ରହାଳୟ ମଧ୍ୟ ତିଆରି କରାଯିବ । ଯେଉଁଠାରେ ଯୁବରାଜଙ୍କ ପ୍ରଶଂସକମାନେ ତାଙ୍କ ଜୀବନ ଯାତ୍ରାର ଏକ ଅଂଶ ହୋଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.