ରେଲୱେ ଟ୍ରାକରେ ଠିଆ ହୋଇଥିଲା ଗାଈ: ଧକ୍କା ଦେଲା ଟ୍ରେନ୍, ଦେଖନ୍ତୁ ଲୋମଟାଙ୍କୁରା ଭିଡ଼ିଓ

ସୋସିଆଲ ମିଡିଆରେ ଆମେ ଟ୍ରେନ୍ ଦୁର୍ଘଟଣାର ଅନେକ ଭିଡିଓ ଦେଖିବାକୁ ପାଇଥାଉ। କେତେକ ଦୁର୍ଘଟଣା ଏତେ ବିପଜ୍ଜନକ ଯେ ଏହା ଦ୍ୱାରା ଧକ୍କା ହେବା ପରେ ସବୁକିଛି ନଷ୍ଟ ହୋଇଯାଏ । କିନ୍ତୁ ଅନେକ ଥର ଭାଗ୍ୟଶାଳୀମାନେ ବଡ଼ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଆନ୍ତି । ସୋସିଆଲ ମିଡିଆରେ ଆମେ ଏପରି ଏକ ଭିଡିଓ ଦେଖିବାକୁ ପାଇଲୁ ।ଯେଉଁଠାରେ ଟ୍ରାକରେ ଠିଆ ହୋଇଥିବା ଗାଈକୁ ଟ୍ରେନ୍ ଧକ୍କା ଦେଉଛି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଗୋଟିଏ ଗାଈ କୌଣସି ନାଳ ଉପରେ ତିଆରି ହୋଇଥିବା ବିଜ୍ର ଉପରେ ଠିଆ ହୋଇଛି । ଏହି ବିଜ୍ର ଉପରେ ଗୋଟିଏ ରେଳ ଟ୍ରାକ୍ ରହିଛି ।ଏହି ସମୟରେ ଏକ ଟ୍ରେନ୍ ଟ୍ରାକରେ ଆସୁଥିବାର ବି ଦେଖାଯାଉଛି । ବ୍ରିଜ ଉପରେ ରେଲୱେ ଟ୍ରାକ୍ ପରେ ବହୁତ କମ୍ ଜାଗା ରହୁଛି, ଯେଉଁଠାରେ ଗାଈ ଠିଆ ହୋଇଛି । ଟ୍ରେନ୍ ପାଖକୁ ଆସିବା ଦେଖି ଗାଈଟି ବିଚଳିତ ହୋଇପଡୁଛି ।

ଏହି ସମୟରେ ଟ୍ରେନ୍ ଅତି ନିକଟତର ହୋଇ ଗାଈକୁ ଧକ୍କା ଦେଉଛି । ଏହି ଧକ୍କା ଏତେ ବିପଜ୍ଜନକ ଯେ ଗାଈଟି ତାର ଭାରସାମ୍ୟ ହରାଇ ସିଧା ଡ୍ରେନ୍ ଭିତରକୁ ଖସିପଡିଲା । ଭିଡିଓରେ ଆପଣ ଦେଖିପାରିବେ ଯେ ଟ୍ରେନର ଧକ୍କା ଏତେ ଜବରଦସ୍ତ ଯେ ଗାଈଟି ଓଲଟି ପଡ଼ିବାବେଳେ ଏକ ଛୋଟ ଜିନିଷ ପରି ଡ୍ରେନ୍ ଭିତରକୁ ପଶିଯାଉଛି । ପ୍ରକୃତରେ ଏହା ଥିଲା ଲୋମଟାଙ୍କୁରା ଦୃଶ୍ୟ । ଦେଖନ୍ତୁ ଭିଡିଓ –

 

 

View this post on Instagram

 

A post shared by Noor Khan (@khannoor30621)

ବାସ୍ତବରେ, ଟ୍ରେନ୍ ସହିତ ଧକ୍କା ହେବା ପରେ ମଧ୍ୟ ଗାଈର କିଛି ହୋଇନାହିଁ । ଗାଈଟି ପାଣି ଭିତରେ ପଶିବା ପରେ ସମ୍ପୂର୍ଣ୍ଣ ରୂପେ ଠିଆ ହୋଇଯାଉଛି । ଭିଡିଓ ଦେଖି ଆପଣ ଏହାକୁ ‘କୁଦରତ କା କିସ୍ମତ ‘ ବୋଲି ମଧ୍ୟ କହିପାରିବେ । ଏହି ଭିଡିଓ ଇନଷ୍ଟାଗ୍ରାମରେ ଖାନନୋର ୩୦୬୨୧ ନାମକ ଏକ ଆକାଉଣ୍ଟ ସହିତ ସେୟାର କରାଯାଇଛି । ଭିଡିଓ ସେୟାର କରି ଉପଭୋକ୍ତା ଏକ ହୃଦୟସ୍ପର୍ଶୀ କ୍ୟାପସନ୍ ଲେଖିଛନ୍ତି । ଉପଭୋକ୍ତା ଲେଖିଛନ୍ତି, ‘ଜାକୋ ରାଖେ ସାଇୟାନ୍, ମାର୍ ସାକେ ନା କୋୟ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.