୨୫ ବର୍ଷରେ ବିଜେଡି: ରାଜ୍ୟ ଏବଂ ସହରାଞ୍ଚଳ ଓ ବ୍ଲକ୍‌ ସ୍ତରରେ ପାଳନ କରାଯିବ ପ୍ରତିଷ୍ଠା ଦିବସ

କେନ୍ୟୁଜ୍(ବ୍ୟୁରୋ):  ଆଜି ୨୫ ବର୍ଷରେ ପାଦ ଥାପିଲା ବିଜେଡି । ଦଳ ପକ୍ଷରୁ ରାଜ୍ୟ ଏବଂ ସହରାଞ୍ଚଳ ଓ ବ୍ଲକ୍‌ ସ୍ତରରେ ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏହା ପୂର୍ବରୁ ଗତକାଲି ବସିଥିଲା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ସଭାପତିତ୍ୱ କରିଥିଲେ । ଏହି ବୈଠକରେ ଯୋଗଦେଇଥିଲେ ୮୧ ଜଣ ରାଜ୍ୟ ବିଜେଡି କାର୍ଯ୍ୟନିର୍ବାହୀ ପରିଷଦ । ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ଏବଂ ପୌରପାଳିକା ନିର୍ବାଚନରେ ଦଳ ଅନ୍ୟୁନ ୪୦ ପ୍ରତିଶତ ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ମନୋନୟନ କରି ନ୍ୟାଯ୍ୟ ଅଧିକାର ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି ।

ଆଜିି ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେବେ ମୁଖ୍ୟମନ୍ତ୍ରୀ । ବିଗତ ୨୪ ବର୍ଷ ଭିତରେ ଏକ ଶକ୍ତ ଆଞ୍ଚଳିକ ଦଳ ଭାବେ ଉଭା ହୋଇଛି ବିଜେଡି । ନବୀନଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ସାଙ୍ଗକୁ ସ୍ଥିର ସରକାର ପାଇଁ ରାଜ୍ୟବାସୀଙ୍କ ଲୋକପ୍ରିୟ ହୋଇପାରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.