ମନୋରଂଜନ

ବିକ୍ରାନ୍ତ ମେସୀ ଭାଲେଣ୍ଟାଇନ ଡେ’ରେ କରିଥିଲେ କୋର୍ଟ ମ୍ୟାରେଜ, ଏବେ ପାରମ୍ପରିକ ରୀତିନୀତିରେ ଧରିଲେ ଶୀତଲଙ୍କ ହାତ

ଗତ କିଛିଦିନ ପୂର୍ବରୁ ବିକ୍ରାନ୍ତ ମେସୀ ଭାଲେଣ୍ଟାଇନ ଡେରେ ଲୁଚାଛଫା ବିବାହ କରିନେଇଥିବା ଖବର ପ୍ରକାଶିତ ହୋଇଥିଲା। କିନ୍ତୁ ସେତେବେଳେ ଅଭିନେତା ବିକ୍ରାନ୍ତ ମେସି ତାଙ୍କର ଗର୍ଲଫ୍ରେଣ୍ଡ ଶୀତଲ ଠାକୁରଙ୍କ ସହ ରେଜିଷ୍ଟାର ମ୍ୟାରେଜ କରିଥିଲେ। ଦୁହେଁ ପାରମ୍ପରିକ ରୀତିନୀତିରେ ଗତକାଲି ର୍ଥାତ୍‌ ଶୁକ୍ରବାର ଦିନ ବିବାହ କରିଛନ୍ତି।

ସେ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଶୀତଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୬ବର୍ଷ ଧରି ଡେଟିଂ ପରେ ସେମାନେ ୨୦୧୯ରେ ନିର୍ବନ୍ଧ କରିଥିଲେ। ଖବର ଅନୁଯାୟୀ, ବିକ୍ରାନ୍ତ ଏବଂ ଶୀତଲଙ୍କ ଫେବୃଆରୀ ୧୪ରେ କୋର୍ଟ ମ୍ୟାରେଜ୍‌ ହୋଇଥିଲା। ବର୍ତ୍ତମାନ ସେମାନେ ସମସ୍ତ ରୀତିନୀତି ଅନୁସାରେ ପରମ୍ପରା ସହିତ ବିବାହ କରିଛନ୍ତି। ତେବେ ଗତକାଲି ସକାଳେ ବିକ୍ରାନ୍ତ ଏବଂ ଶୀତଲଙ୍କ ହଳଦୀ ଉତ୍ସବର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା।

Photo credit: DNA India

ସୂଚନାଯୋଗ୍ୟ, ଦୁହିଁଙ୍କ ବିବାହ ଅନେକ ଦିନରୁ ହେବାର ଥିଲା କିନ୍ତୁ କରୋନା ଯୋଗୁଁ ବିଳମ୍ବିତ ହେଉଥିଲା। ତେବେ ଦୁହେଁ ଗତକାଲି ବିବାହ କରିନେଇଥିବା ଖବର ମିଳିଛି। ପିଙ୍କଭିଲ୍ଲା ରିପୋର୍ଟ ଅନୁସାରେ, ବିକ୍ରାନ୍ତ ମେସୀ ଏବଂ ଶୀତଲ ନିଜର ବର୍ସୋବା ଘରେ ରେଜିଷ୍ଟ୍ରି ମ୍ୟାରେଜ କରିଥିବା ବେଳେ ଏହି ଅବସରରେ କେବଳ ଏମାନଙ୍କ ଅନ୍ତରଙ୍ଗ ବନ୍ଧୁ ସାମିଲ ରହିଥିଲେ। ଗତ କିଛିଦିନ ତଳେ ଦୁହିଁଙ୍କ ବିବାହ ତାରିଖ ଘୋଷଣା ହୋଇଥିଲା। ବିବାହ ପରେ ଦୁହିଁଙ୍କ ପରିବାର ବେଶ୍‌ ଖୁସି ରହିଥିଲା।

ଦୁହେଁ ପରସ୍ପରକୁ କିଛି ବର୍ଷ ହେଲାଣି ଡେଟ୍‌ କରୁଥିଲେ। ବିକ୍ରାନ୍ତ ଏବଂ ଶୀତଲ ଗତ ୨୦୧୯ରେ ଡିସେମ୍ବରରେ ନିର୍ବନ୍ଧ କରିଥିଲେ। କେବଳ ବିକ୍ରାନ୍ତ ନୁହଁନ୍ତି ଶୀତଲ ମଧ୍ୟ ଜଣେ ଅଭିନେତ୍ରୀ। ‘ବ୍ରୋକେନ ବଟ୍‌ ବିୟୁଟିଫୁଲ’ େଓ୍ଵବ ସିରିଜରେ ବିକ୍ରାନ୍ତ ଏବଂ ଶୀତଲ ଏକାଠି କାମ କରିଛନ୍ତି। ଖୁବଶୀଘ୍ର ବିକ୍ରାନ୍ତ ଲଭ୍‌ ହଷ୍ଟେଲରେ ନଜର ଆସିବେ।

Swagatika

Recent Posts

ପୋକ୍ସୋ ମାମଲା: ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଛି । ବେଙ୍ଗାଲୁରୁର ଏକ…

2 mins ago

ଘର ଉଜାଡିଦେଲା ମଦୁଆ ସ୍ୱାମୀ, ସ୍ତ୍ରୀକୁ ମାରି କିଛି ନଜାଣିବାର ନାଟକ କଲା ନରହନ୍ତା

ଯେଉଁ ହାତରେ ଦିନେ ସ୍ତ୍ରୀ ମଥାରେ ଦେଇଥିଲା ସିନ୍ଦୁର । ଆଜି ସେହି ହାତ ମାରିଦେଲା ସ୍ତ୍ରୀକୁ । ମାରି…

35 mins ago

ପୋଖରୀରେ ବୁଡି ନାବାଳିକାର ମୃତ୍ୟୁ

ଅନୁଗୋଳ : ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ବଡ କେରଜାଙ୍ଗ ଗ୍ରାମରେ ଘଟିଛି ଅଘଟଣ । ପୋଖରୀରେ ବୁଡି…

39 mins ago

ବିବାହ ବନ୍ଧନରେ ବାନ୍ଧି ହେବେ ସୋନାକ୍ଷୀ, ସାମ୍ନାକୁ ଆସିଲା ମ୍ୟାରେଜ୍‌ କାର୍ଡ

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ତେବେ ଏପରି…

58 mins ago

ଦୁଇ ବର୍ଷ ତଳୁ ପାସ୍‌ଆଉଟ୍‌, ସାଙ୍ଗଙ୍କ ସହ ରାତିରେ ପାର୍ଟି…କାନପୁର ମେଡିକାଲ କଲେଜ ବିଲ୍ଡିଂରୁ ଖସି ଡାକ୍ତରାଣୀଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର କାନପୁର ମେଡିକାଲ କଲେଜ (ଜିଏସ୍‌ଭିଏମ୍‌ ମେଡିକାଲ କଲେଜ) ବିଲ୍ଡିଂରୁ ଖସି ଜଣେ ଏମ୍‌ବିବିଏସ୍‌ ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି…

1 hour ago

କେତେ ଖୁସିରେ ଡ୍ୟାମ୍‌ ବୁଲି ଆସିଥିଲେ ସାତ ଜଣ ସାଙ୍ଗ, କିନ୍ତୁ ଖୁସି ମଉଳିଗଲା ପାଣି ଭିତରେ

ଆନନ୍ଦପୁର (କେନ୍ୟୁଜ) : ସାତ ଜଣ ସାଙ୍ଗ ମିଶି ପ୍ଲାନ୍‌ କଲେ ଚାଲ ଆଜି ହଦଗଡ ଆଡେ ଟିକେ ବୁଲି…

1 hour ago