ବିକ୍ରାନ୍ତ ମେସୀ ଭାଲେଣ୍ଟାଇନ ଡେ’ରେ କରିଥିଲେ କୋର୍ଟ ମ୍ୟାରେଜ, ଏବେ ପାରମ୍ପରିକ ରୀତିନୀତିରେ ଧରିଲେ ଶୀତଲଙ୍କ ହାତ
ଗତ କିଛିଦିନ ପୂର୍ବରୁ ବିକ୍ରାନ୍ତ ମେସୀ ଭାଲେଣ୍ଟାଇନ ଡେରେ ଲୁଚାଛଫା ବିବାହ କରିନେଇଥିବା ଖବର ପ୍ରକାଶିତ ହୋଇଥିଲା। କିନ୍ତୁ ସେତେବେଳେ ଅଭିନେତା ବିକ୍ରାନ୍ତ ମେସି ତାଙ୍କର ଗର୍ଲଫ୍ରେଣ୍ଡ ଶୀତଲ ଠାକୁରଙ୍କ ସହ ରେଜିଷ୍ଟାର ମ୍ୟାରେଜ କରିଥିଲେ। ଦୁହେଁ ପାରମ୍ପରିକ ରୀତିନୀତିରେ ଗତକାଲି ର୍ଥାତ୍ ଶୁକ୍ରବାର ଦିନ ବିବାହ କରିଛନ୍ତି।
ସେ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଶୀତଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୬ବର୍ଷ ଧରି ଡେଟିଂ ପରେ ସେମାନେ ୨୦୧୯ରେ ନିର୍ବନ୍ଧ କରିଥିଲେ। ଖବର ଅନୁଯାୟୀ, ବିକ୍ରାନ୍ତ ଏବଂ ଶୀତଲଙ୍କ ଫେବୃଆରୀ ୧୪ରେ କୋର୍ଟ ମ୍ୟାରେଜ୍ ହୋଇଥିଲା। ବର୍ତ୍ତମାନ ସେମାନେ ସମସ୍ତ ରୀତିନୀତି ଅନୁସାରେ ପରମ୍ପରା ସହିତ ବିବାହ କରିଛନ୍ତି। ତେବେ ଗତକାଲି ସକାଳେ ବିକ୍ରାନ୍ତ ଏବଂ ଶୀତଲଙ୍କ ହଳଦୀ ଉତ୍ସବର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା।
ସୂଚନାଯୋଗ୍ୟ, ଦୁହିଁଙ୍କ ବିବାହ ଅନେକ ଦିନରୁ ହେବାର ଥିଲା କିନ୍ତୁ କରୋନା ଯୋଗୁଁ ବିଳମ୍ବିତ ହେଉଥିଲା। ତେବେ ଦୁହେଁ ଗତକାଲି ବିବାହ କରିନେଇଥିବା ଖବର ମିଳିଛି। ପିଙ୍କଭିଲ୍ଲା ରିପୋର୍ଟ ଅନୁସାରେ, ବିକ୍ରାନ୍ତ ମେସୀ ଏବଂ ଶୀତଲ ନିଜର ବର୍ସୋବା ଘରେ ରେଜିଷ୍ଟ୍ରି ମ୍ୟାରେଜ କରିଥିବା ବେଳେ ଏହି ଅବସରରେ କେବଳ ଏମାନଙ୍କ ଅନ୍ତରଙ୍ଗ ବନ୍ଧୁ ସାମିଲ ରହିଥିଲେ। ଗତ କିଛିଦିନ ତଳେ ଦୁହିଁଙ୍କ ବିବାହ ତାରିଖ ଘୋଷଣା ହୋଇଥିଲା। ବିବାହ ପରେ ଦୁହିଁଙ୍କ ପରିବାର ବେଶ୍ ଖୁସି ରହିଥିଲା।
ଦୁହେଁ ପରସ୍ପରକୁ କିଛି ବର୍ଷ ହେଲାଣି ଡେଟ୍ କରୁଥିଲେ। ବିକ୍ରାନ୍ତ ଏବଂ ଶୀତଲ ଗତ ୨୦୧୯ରେ ଡିସେମ୍ବରରେ ନିର୍ବନ୍ଧ କରିଥିଲେ। କେବଳ ବିକ୍ରାନ୍ତ ନୁହଁନ୍ତି ଶୀତଲ ମଧ୍ୟ ଜଣେ ଅଭିନେତ୍ରୀ। ‘ବ୍ରୋକେନ ବଟ୍ ବିୟୁଟିଫୁଲ’ େଓ୍ଵବ ସିରିଜରେ ବିକ୍ରାନ୍ତ ଏବଂ ଶୀତଲ ଏକାଠି କାମ କରିଛନ୍ତି। ଖୁବଶୀଘ୍ର ବିକ୍ରାନ୍ତ ଲଭ୍ ହଷ୍ଟେଲରେ ନଜର ଆସିବେ।