ରାଗିଗଲେ ଗଜରାଜ, ମାତ୍ର ଗୋଟେ ଝଟକାରେ ଏତେବଡ ଗଛକୁ ଧରାଶାୟୀ କରିଦେଲେ: ଦେଖନ୍ତୁ ଭିଡିଓ

ହାତୀର ଶକ୍ତି କେତେ ତାହା ଆପଣ ନିଶ୍ଚିତ ଜାଣିଥିବେ। ଖାସ୍‌ ଏହି କାରଣ ଯୋଗୁଁ ଜଙ୍ଗଲର ରାଜା ମଧ୍ୟ ତା’ ସହିତ ଶତ୍ରୁତା କରିବାକୁ ଭୟ କରିଥାଏ। ଆଉ ଗଜରାଜକୁ ଯେତେବେଳେ ରାଗ ଆସିଯାଏ, ସେତେବେଳେ ସେ କାହାକୁ ମଧ୍ୟ ଆକ୍ରମଣ କରିବାକୁ ପଛାଏ ନାହିଁ। ତେବେ ଆପଣ ଅନେକ ପ୍ରକାର ଏମିତି ଭିଡିଓ ଦେଖିଥିବେ, ଯେଉଁଥିରେ ଗଜରାଜ ଆକ୍ରାତ୍ମକ ହୋଇଥାଏ। କିନ୍ତୁ ଏପରି ଏକ ଭିଡିଓ ଏବେ ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ।

ସୋସିଆଲ ମିଡ଼ିଆରେ ଏବେ ଗଜରାଜଙ୍କର ଏକ ଭିଡିଓ ଭାଇରଲ୍ ହେବାରେ ଲାଗିଛି । ହାତୀ ଗୋଟିଏ ଝଟକାରେ ଏକ ବିଶାଳ ବୃକ୍ଷକୁ ଧରାଶାୟୀ କରିଦେଇଥିବା ଭିଡିଓରେ ଦେଖିବାକୁ ମିଳୁଛି । ହାତୀ ଯେତେବେଳେ କ୍ରୋଧ ଆସେ, ସେ ତାଙ୍କର ଚାରିପାଖକୁ ଦଳିମକଚି ଦେଇଥାନ୍ତି, ଏପରିକି ବଡ଼ ବଡ଼ ଗଛକୁ ମଧ୍ୟ । ଭିଡିଓରେ ଦେଖାଯାଉଛି, ହାତୀଟି ଜଙ୍ଗଲରେ ବୁଲୁଥିବା ସମୟରେ ଫଳ ଫୁଲରେ ପୂର୍ଣ୍ଣ ଥିବା ଏକ ଗଛ ନିକଟରେ ପହଞ୍ଚିଥିଲା । ଏହାପରେ ହାତୀଟି ନିଜ ଶୁଣ୍ଢରେ ଧକ୍କା ଦେଇ ଗଛଟିକୁ ଭାଙ୍ଗି ଦେଇଥିଲା ।

 

ଏହି ଭିଡିଓକୁ ଟ୍ଵିଟରରେ @Gannuuprem ନାମକ ଆକାଉଣ୍ଟରେ ସେୟାର କରାଯାଇଛି। ଆଉ ଏହାକୁ ୧ ଲକ୍ଷ ୭୪ ହଜାରରୁ ଅଧିକ ଥର ଦେଖାଯାଇସାରିଲାଣି। ଲୋକେ ବିଭିନ୍ନ ପ୍ରକାର କମେଣ୍ଟ ଦେଇ ଭିଡିଓକୁ ସେୟାର ମଧ୍ୟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.