ଅଚାନକ ଗାଁ ରାସ୍ତାରେ ଉଠିଲା ଚିକେନ୍‌ ଟ୍ରି, କିନ୍ତୁ ରାତାରାତି ଉଡିଗଲା ଚିହ୍ନବର୍ଣ୍ଣ

ଅନେକ ସ୍ଥାନର ପରିଚୟ କୌଣସି ଏକ ନିର୍ଦ୍ଧିଷ୍ଟ ବସ୍ତୁରୁ କରାଯାଏ। ଯେମିତି ଆମେ ଆଗ୍ରା ବିଷୟରେ କହିଲେ ମନରେ ତାଜମହଲର ନାମ ଆସେ। ଏହି ଭଳି ଇଂଲଣ୍ଡର ଏକ ଛୋଟ ଗାଁର ନାମ ଚିକେନ ଟ୍ରି ରଖାଯାଇଥିଲା। ଏହି ଚିକେନ ଟ୍ରି କେଉଁଠୁ ଆସିଲା, ଏହି ଗଛ କିଏ ଲଗାଇଥିଲେ କାହାକୁ ଜଣାନାହିଁ। ଏହି ଗଛର ଆକାର କୁକୁଡ଼ା ଭଳି ଥିଲା, ଗଛ ଅନୁଯାୟୀ ଗାଁର ନାମ ଚିକେନ ଟ୍ରି ରଖାଯାଇଥଲା। ଗଛଟି ୨୦ ବର୍ଷ ଏହି ଗାଁରେ ରହିଲା ପରେଏବେ ଏହାର କୌଣସି ଚିହ୍ନ ବର୍ଣ୍ଣ ନାହିଁ। ଲୋକଙ୍କ କହିବା କଥା, କିଏ ମନରେ ଈର୍ଷା ରଖି ଏହି ଗଛକୁ ନଷ୍ଟ କରିଛି।

ଏହି ଗାଁ ଲୋକ ମାନଙ୍କ ପାଇଁ ଚିକେନ ଟ୍ରି ଅତ୍ୟନ୍ତ ପ୍ରିୟ ଗଛ ଥିଲା। ଏହାର ଆକାର କୁକୁଡ଼ା ଭଳି ଥିଲା। ଏହି ଗଛ ଦୀର୍ଘ ୨୦ବର୍ଷ କାଳ ଗାଁରେ ରହି ନିଜ ନାମ ଅନୁସାରେ ଗାଁର ନାମକୁ ଚିହ୍ନଟ କରାଇଥିଲା। ଏବେ ଏହି ଗଛର କୌଣସି ଚିହ୍ନ ବର୍ଣ୍ଣ ନାହିଁ। ଗାଁ ଲୋକଙ୍କ କହିବା କଥା ଏହି ଗଛକୁ ନେଇ ଆଖ ପାଖ ଗାଁର ଲୋକଙ୍କ ମନ ଈର୍ଷାରେ ଜଳୁଥିଲେ ଏହି କାରଣରୁ ଗଛକୁ କିଏ ନଷ୍ଟ କରିଦେଇଛି। କିନ୍ତୁ ଏକ୍ସପର୍ଟ ମାନଙ୍କ କହିବା କଥା ଯେ ଗଛର ଅବସ୍ଥା ଖରାପ ହୋଇଯିବା କାରଣରୁ ଏବେ ଏହାର ଆକାର ବଦଳି ଯାଇଛି। ସେଥିପାଇଁ ଏହି ଗଛ ଏବେ ଆଉ କୁକୁଡ଼ା ଆକାରର ଦେଖାଯାଉନାହିଁ।

chicken treeଏହି ଗଛ ନଷ୍ଟ ହେବା ପୂର୍ବରୁ ଏହାକୁ ଏଞ୍ଜେଲ୍ ଅଫ ନାର୍ଥ ନାମରେ ଜଣାଯାଉଥିଲା। ଗାଁରେ ରହୁଥିବା ଲୋକଙ୍କ କଥା ଅନୁଯାୟୀ ଗଛକୁ କୌଣସି ଠିକାଦାର ନଷ୍ଟ କରିଛି। ଠିକାଦାର ଗଛକୁ କାଟିକି ସଡକ ତିଆରି କରିବାକୁ ଚାହୁଁଥିଲେ କିନ୍ତୁ ଚିକେନ ଟ୍ରି ଲୋକ ମାନଙ୍କର ଅତ୍ୟନ୍ତ ପ୍ରିୟ ଥିବାରୁ, ଏହି ଗଛକୁ କାଟିବାକୁ ଗ୍ରାମବାସୀ ଅନୁମତି ଦେଉନଥିଲେ। ଏହା ଜାଣିବା ପରେ ମଧ୍ୟ ଠିକାଦାର ଏହି ଗଛକୁ ନଷ୍ଟ କରିଛି। ଏବେ ଏହି ଗଛର ଅବସ୍ଥା ଦେଖି ଲୋକମାନେ ବହୁତ ଦୁଃଖିତ ହୋଇଯାଇଛନ୍ତି।

ଗ୍ରାମବାସୀଙ୍କ କହିବା କଥା ଚିକେନ ଟ୍ରି କେବଳ ଏକ ଗଛ ନଥିଲା, ଏହା ଥିଲା ସେମାନଙ୍କର ବନ୍ଧୁ, ଘର ଓ ପରିଚୟ। ଗ୍ରାମବାସୀଙ୍କୁ ଲାଗୁଥିଲା ଗାଁ ଭିତରକୁ ପ୍ରବେଶ କରିଲା ବେଳେ ଏହି ଗଛଟି ହସି ହସିକି ଲୋକମାନଙ୍କୁ ସ୍ୱାଗତ କରୁଛି। ଏବେ ଏହି ଗଛଟି ନଷ୍ଟ ହୋଇ ଯିବା ପରେ ଲୋକମାନଙ୍କୁ ଏହାର ଅନୁପସ୍ଥିତି ଅନୁଭବ ହେଉଛି। ଏହି ଚିକେନ ଟ୍ରିର ଫଟୋ ଯେତେବେଳେ ସେୟାର ହେଲା, ଅନ୍ୟମାନେ ଏହାକୁ ଦେଖି କୁକୁଡ଼ା ଆକାରର ଏକ ଗଛ ଥିଲା ଜାଣିବାକୁ ପାଇଲେ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସ୍ଥାନୀୟ ଲୋକଙ୍କୁ ଏହା ଜଣା ନାହିଁ ଯେ ଗଛଟିକୁ କିଏ ଲଗାଇଥିଲେ। ଏବେ ଗଛଟି ନଷ୍ଟ ହେବା ପରେ, ଏହାର ଯାଞ୍ଚ ପ୍ରକ୍ରୀୟା ଆରମ୍ଭ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.