ଅଲ୍ଲୁ ଅର୍ଜୁନଙ୍କ ଶ୍ରୀବଲ୍ଲି ସଙ୍ଗକୁ ରିକ୍ରିଏଟ କରି ଭାଇରାଲ ହେଲେ ଏହି ମା-ଝିଅ, ଡ୍ୟାନ୍ସ ଦେଖିଲେ ନିଜକୁ ରୋକିପାରିବେନି ଆପଣ

ଏବେ ଚାରିଆଡେ ‘ଶ୍ରୀବଲ୍ଲି’ ଗୀତର ଜଲଓ୍ଵା ଅଲଗା ପ୍ରକାର ରହିଛି। ଯାହାର ହୁକ୍‌ ଷ୍ଟେପ୍ସରେ କେବଳ ଭାରତୀୟ ନୁହେଁ ବିଦେଶୀ ମଧ୍ୟ ଖୁବ୍‌ ରିଲ୍ସ ବନାଉଛନ୍ତି। ଦକ୍ଷିଣ ଭାରତୟ ଫିଲ୍ମର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ’ ଦର୍ଶକଙ୍କ ମନକୁ ଏକଦମ୍‌ ଛୁଇଁଯାଇଛି। କେବଳ ଫିଲ୍ମ ନୁହେଁ ଏହାର ଜବରଦସ୍ତ ଡାଇଲଗ୍ସ ମଧ୍ୟ ବହୁତ ଭାଇରାଲ ହେବାରେ ଲାଗିଛି। ଏବେ ଇଣ୍ଟରନେଟରେ ମା-ଝିଅଙ୍କର ଏକ ଜବରଦସ୍ତ ଡ୍ୟାନ୍ସ ଭିଡିଓ ପାଣି ଭଳି ଭାଇରାଲ ହେଉଛି। ଯେଉଁଥିରେ ଉଭୟ ମା ଓ ଝିଅ ‘ଶ୍ରବଲ୍ଲୀ’ ଧୂନରେ ଝୁମୁଥିବା ଦେଖିବାକୁ ମିଳୁଛି।

ଆପଣ ଦେଖିପାରିବେ ଯେ ମା ଆଉ ଝିଅଙ୍କ ଏହି ଯୋଡି ‘ଶ୍ରୀବଲ୍ଲି’ ଗୀତରେ ହୁକ୍‌ ଷ୍ଟେପ୍ସ ବହୁତ ସୁନ୍ଦର ଭାବେ କରୁଛନ୍ତି। ତାଙ୍କର ଅନ୍ଦାଜ ଦେଖିଲେ ଆପଣଙ୍କୁ ପୂରା ପ୍ରୋଫେସନାଲ ଡ୍ୟାନ୍ସରଙ୍କ ଭଳି ଲାଗିବ। କେବଳ ଏତିକି ନୁହେଁ ଉଭୟଙ୍କ ଡ୍ରେସିଙ୍ଗ ସେନ୍ସ ଏବଂ ଏକ୍ସପ୍ରେସନ୍ସ ମଧ୍ୟ ବହୁତ କମାଲ ରହିଛି। ଏହି କାରଣରୁ ଯେତେବେଳେ ପବ୍ଲିକ ଏମାନଙ୍କୁ ‘ଶ୍ରୀବଲ୍ଲୀ’ ସଙ୍ଗରେ ଡ୍ୟାନ୍ସ କରୁଥିବାର ଦେଖିଲେ ତ ସେମାନଙ୍କ ପ୍ରଶଂସା ନ କରି ରହିପାରିଲେନି। ବିଶ୍ୱାସ କରନ୍ତୁ ଆପଣଙ୍କୁ ଏ ମାଆ ଝିଅଙ୍କ ଡ୍ୟାନ୍ସ ବହୁତ ପସନ୍ଦ ଆସିବ।

ଏହି ଭିଡିଓକୁ ନାମକ ଏକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରାଯାଇଛି। ଏହା ସେୟାର ହେବାର ମାତ୍ର କେଇ ମିନିଟରେ ହିଁ ଏହା ଇଣ୍ଟରନେଟରେ ଖୁବ୍‌ ଧମାଲ ମଚାଇଲା। ଆପଣ ବି ଏ ମାଆ ଝିଅଙ୍କ ଡ୍ୟାନ୍ସ ଦେଖି ନିଜକୁ ଅଟକାଇପାରିବେନି।

 

View this post on Instagram

 

A post shared by Nivi & Ishanvi (@nivedithashetty)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.