ମନୋରଂଜନ

ଚାରି ଭଉଣୀରେ ଗୋଟିଏ ଭାଇ, ସୁଶାନ୍ତଙ୍କ ଆତ୍ମହତ୍ୟା କଣ ଡିପ୍ରେସନ୍‌ରୁ ନା ଆଉ କିଛି ?

ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ କେବଳ ବଲିଉଡ୍‌ ନୁହେଁ ତାଙ୍କୁ ଜାଣିଥିବା ପ୍ରତ୍ୟେକ ଫ୍ୟାନ୍‌ ଏବଂ ସିନେପ୍ରେମୀଙ୍କୁ ଭୀଷଣ ଆଘାତ ଦେଇଛି । କାରଣ ପରଦାରେ ଜଣେ ଭଲ ଅଭିନେତା ଭାବେ ନିଜକୁ ପ୍ରମାଣିତ କରିଥିବା ଏହି ହ୍ୟାଣ୍ଡସମ୍‌ ଆକ୍ଟରଙ୍କ ଉପରେ ସମସ୍ତଙ୍କ ଭରସା ଥିଲା । ସେ ଆଗକୁ ଆହୁରି କିଛି ଭଲ ଫିଲ୍ମ ଭେଟି ଦେବେ ବୋଲି ଆଶା କରୁଥିଲେ ସମସ୍ତେ । ହେଲେ ଏଭଳି ଅଚାନକ ତାଙ୍କର ମୃତ୍ୟୁ ହେବ ସେ କଥା କେହି ଭାବି ନଥିଲେ ।

କୁହାଯାଉଛି ସୁଶାନ୍ତଙ୍କ ମନ କିଛି ଦିନ ହେବ ଭାରି ଅଶାନ୍ତ ଥିଲା । ସିନେମାକୁ ଆସିବା ପରେ ସେ ଘର ଠାରୁ ଦୂରେଇ ଯାଇଥିଲେ ଓ ଏକାକୀ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ରହୁଥିଲେ । ୪ ଭଉଣୀରେ ଗୋଟିଏ ଭାଇ । ଭଉଣୀମାନେ ତାଙ୍କ ଠାରୁ ବଡ଼ । ମା’ଙ୍କର ପରଲୋକ ହୋଇ ସାରିଛି । ହେଲେ କାହାକୁ କିଛି ନକହି ସୁଶାନ୍ତ ଏମିତି ଚାଲିଗଲେ ଯେ ତାଙ୍କୁ ଝୁରୁଛନ୍ତି ସମସ୍ତେ । ତାଙ୍କ ବ୍ୟବହାର ଏବଂ ମୁହଁରେ ସରଳ ଭାବ ସମସ୍ତଙ୍କୁ ଆପଣାର କରିନେବାର ସ୍ୱଭାବ ଯୋଗୁଁ ସେ ସମସ୍ତଙ୍କର ଅତି ପ୍ରିୟ ଥିଲେ । ତେଣୁ ଅନେକ ତାଙ୍କର ଏହି ଅକାଳ ମୃତ୍ୟୁରେ ଆଶ୍ଚର୍ଯ୍ୟ ହୋଇଛନ୍ତି । ସିନେ ଜଗତରେ ଉଜ୍ଜ୍ୱଳ ଭବିଷ୍ୟତ ଥିବା ଏହି ଅନିନେତା ଏଭଳି କାହିଁକି କଲେ ବୋଲି ପ୍ରଶ୍ନ କରିଛନ୍ତି । ହେଲେ ତାର ଉତ୍ତର ଦେବାକୁ ସୁଶାନ୍ତ ହିଁ ନାହାନ୍ତି ।

ପୋଲିସ୍‌ ତାଙ୍କର ମରଶରୀରକୁ ପୋଷ୍ଟମର୍ଟମ କରିବାକୁ ନେଇଛି । ଘରୁ କିଛି ଔଷଧର ପେସକ୍ରିପସନ୍‌ ମିଳିଛି । ସେ କାହିଁକି କିଛି ଦିନ ହେଲା ଅଶାନ୍ତ ଥିଲେ ତାହାକୁ ନେଇ ପୋଲିସ୍‌ ତାଙ୍କ ପଡ଼ୋଶୀ ଓ ବନ୍ଧୁମାନଙ୍କୁ ପଚରା ଉଚରା କରୁଛି । କିଛି ଦିନ ତଳେ ସେ ନିଜ ଇନଷ୍ଟାଗ୍ରାମ୍‌ରେ ଶେଷ ପୋଷ୍ଟ କରିଥିଲେ ତାଙ୍କ ମା’ଙ୍କୁ ନେଇ । ଯାହା ତାଙ୍କ ଏକଲାପଣ ସମ୍ପର୍କରେ ସୂଚାଉଛି । ସେ ପରିବାରକୁ ମିସ୍‌ କରୁଥିବା ଜଣାପଡୁଛି । ସେ ଡିପ୍ରେସନ୍‌ରେ ଥିଲେ ଏବଂ ଏଥିପାଇଁ ଔଷଧ ଖାଉଥିଲେ ।

ତାଙ୍କ ସହ କାମ କରିଥିବା ଏବଂ ତାଙ୍କ ସହିତ ମିଶିଥିବା ସମସ୍ତ ଅଭିନେତା ଅଭିନେତ୍ରୀଙ୍କ କହିବା କଥା ଯଦି ସୁଶାନ୍ତଙ୍କର କିଛି ସମସ୍ୟା ଥିଲା ସେ ତାର ମୁକାବିଲା କରିଥାନ୍ତେ । ଏମିତି ଆତ୍ମହତ୍ୟା କରିବାର ନଥିଲା । ଏମିତିକି ‘ଛିଛୋରେ’ ଚଳଚ୍ଚିତ୍ରରେ ସେ ଯେଉଁ ଚରିତ୍ରରେ ଅଭିନୟ କରିଥିଲେ ସେଥିରେ ସେ ଲୋକଙ୍କୁ ଆତ୍ମହତ୍ୟା ନକରିବାର ପରାମର୍ଶ ଦେଇଛନ୍ତି । ହେଲେ ଶେଷରେ ହୁଏତ ସେ ନିଜେ ସେହି ରାସ୍ତା ଆପଣାଇ ନେଲେ । ଇଏ ହେଉଛି ରିଲ୍‌ ଓ ରିୟଲ୍‌ ଲାଇଫ୍‌ର ଫରକ ।

ସୁଶାନ୍ତଙ୍କ ଘର ବିହାର ପାଟନାରେ । ଏବେ ତାଙ୍କ ମୁମ୍ବାଇ ବାନ୍ଦ୍ରା ଓ ପାଟନା ଘର ବାହାରେ ଲୋକଙ୍କ ଭିଡ଼ ଲାଗିଛି । ଅନ୍ୟପଟେ ଘର ଭିତରେ ରଶିରେ ତାଙ୍କ ମୃତ ଶରୀର ଝୁଲୁଥିବା ଦେଖା ଯାଇଥିଲେ ମଧ୍ୟ ସୁଶାନ୍ତ କୌଣସି ସୁଇସାଇଡାଲ ନୋଟ୍‌ ଛାଡ଼ି ଯାଇ ନାହାନ୍ତି । ତେଣୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ତାଙ୍କ ଦାଦା ।

ଆଉ ଏକ ସୂଚନା ହେଲା ଯେ କିଛି ଦିନ ତଳେ ସୁଶାନ୍ତଙ୍କ ପୂର୍ବତନ ସେକ୍ରେଟାରୀ ଦିଶା ସାଲିଆନ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଏବେ ସୁଶାନ୍ତଙ୍କ ଏଭଳି ମୃତ୍ୟୁ ଏକ ସଂଯୋଗ ନା ଏହା ଭିତରେ କିଛି ଯୋଗସୂତ୍ର ରହିଛି । ପୋଲିସ୍‌ ତଦନ୍ତ ପରେ ହିଁ ଏ କଥା ସ୍ପଷ୍ଟ ହେବ ।

KNews Bureau

Recent Posts

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

10 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

17 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

31 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

43 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

55 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

2 hours ago