ଚାରି ଭଉଣୀରେ ଗୋଟିଏ ଭାଇ, ସୁଶାନ୍ତଙ୍କ ଆତ୍ମହତ୍ୟା କଣ ଡିପ୍ରେସନ୍‌ରୁ ନା ଆଉ କିଛି ?

ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ କେବଳ ବଲିଉଡ୍‌ ନୁହେଁ ତାଙ୍କୁ ଜାଣିଥିବା ପ୍ରତ୍ୟେକ ଫ୍ୟାନ୍‌ ଏବଂ ସିନେପ୍ରେମୀଙ୍କୁ ଭୀଷଣ ଆଘାତ ଦେଇଛି । କାରଣ ପରଦାରେ ଜଣେ ଭଲ ଅଭିନେତା ଭାବେ ନିଜକୁ ପ୍ରମାଣିତ କରିଥିବା ଏହି ହ୍ୟାଣ୍ଡସମ୍‌ ଆକ୍ଟରଙ୍କ ଉପରେ ସମସ୍ତଙ୍କ ଭରସା ଥିଲା । ସେ ଆଗକୁ ଆହୁରି କିଛି ଭଲ ଫିଲ୍ମ ଭେଟି ଦେବେ ବୋଲି ଆଶା କରୁଥିଲେ ସମସ୍ତେ । ହେଲେ ଏଭଳି ଅଚାନକ ତାଙ୍କର ମୃତ୍ୟୁ ହେବ ସେ କଥା କେହି ଭାବି ନଥିଲେ ।

disaକୁହାଯାଉଛି ସୁଶାନ୍ତଙ୍କ ମନ କିଛି ଦିନ ହେବ ଭାରି ଅଶାନ୍ତ ଥିଲା । ସିନେମାକୁ ଆସିବା ପରେ ସେ ଘର ଠାରୁ ଦୂରେଇ ଯାଇଥିଲେ ଓ ଏକାକୀ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ରହୁଥିଲେ । ୪ ଭଉଣୀରେ ଗୋଟିଏ ଭାଇ । ଭଉଣୀମାନେ ତାଙ୍କ ଠାରୁ ବଡ଼ । ମା’ଙ୍କର ପରଲୋକ ହୋଇ ସାରିଛି । ହେଲେ କାହାକୁ କିଛି ନକହି ସୁଶାନ୍ତ ଏମିତି ଚାଲିଗଲେ ଯେ ତାଙ୍କୁ ଝୁରୁଛନ୍ତି ସମସ୍ତେ । ତାଙ୍କ ବ୍ୟବହାର ଏବଂ ମୁହଁରେ ସରଳ ଭାବ ସମସ୍ତଙ୍କୁ ଆପଣାର କରିନେବାର ସ୍ୱଭାବ ଯୋଗୁଁ ସେ ସମସ୍ତଙ୍କର ଅତି ପ୍ରିୟ ଥିଲେ । ତେଣୁ ଅନେକ ତାଙ୍କର ଏହି ଅକାଳ ମୃତ୍ୟୁରେ ଆଶ୍ଚର୍ଯ୍ୟ ହୋଇଛନ୍ତି । ସିନେ ଜଗତରେ ଉଜ୍ଜ୍ୱଳ ଭବିଷ୍ୟତ ଥିବା ଏହି ଅନିନେତା ଏଭଳି କାହିଁକି କଲେ ବୋଲି ପ୍ରଶ୍ନ କରିଛନ୍ତି । ହେଲେ ତାର ଉତ୍ତର ଦେବାକୁ ସୁଶାନ୍ତ ହିଁ ନାହାନ୍ତି ।

DEADBODY-3

ପୋଲିସ୍‌ ତାଙ୍କର ମରଶରୀରକୁ ପୋଷ୍ଟମର୍ଟମ କରିବାକୁ ନେଇଛି । ଘରୁ କିଛି ଔଷଧର ପେସକ୍ରିପସନ୍‌ ମିଳିଛି । ସେ କାହିଁକି କିଛି ଦିନ ହେଲା ଅଶାନ୍ତ ଥିଲେ ତାହାକୁ ନେଇ ପୋଲିସ୍‌ ତାଙ୍କ ପଡ଼ୋଶୀ ଓ ବନ୍ଧୁମାନଙ୍କୁ ପଚରା ଉଚରା କରୁଛି । କିଛି ଦିନ ତଳେ ସେ ନିଜ ଇନଷ୍ଟାଗ୍ରାମ୍‌ରେ ଶେଷ ପୋଷ୍ଟ କରିଥିଲେ ତାଙ୍କ ମା’ଙ୍କୁ ନେଇ । ଯାହା ତାଙ୍କ ଏକଲାପଣ ସମ୍ପର୍କରେ ସୂଚାଉଛି । ସେ ପରିବାରକୁ ମିସ୍‌ କରୁଥିବା ଜଣାପଡୁଛି । ସେ ଡିପ୍ରେସନ୍‌ରେ ଥିଲେ ଏବଂ ଏଥିପାଇଁ ଔଷଧ ଖାଉଥିଲେ ।

FATHER AND SISTER

ତାଙ୍କ ସହ କାମ କରିଥିବା ଏବଂ ତାଙ୍କ ସହିତ ମିଶିଥିବା ସମସ୍ତ ଅଭିନେତା ଅଭିନେତ୍ରୀଙ୍କ କହିବା କଥା ଯଦି ସୁଶାନ୍ତଙ୍କର କିଛି ସମସ୍ୟା ଥିଲା ସେ ତାର ମୁକାବିଲା କରିଥାନ୍ତେ । ଏମିତି ଆତ୍ମହତ୍ୟା କରିବାର ନଥିଲା । ଏମିତିକି ‘ଛିଛୋରେ’ ଚଳଚ୍ଚିତ୍ରରେ ସେ ଯେଉଁ ଚରିତ୍ରରେ ଅଭିନୟ କରିଥିଲେ ସେଥିରେ ସେ ଲୋକଙ୍କୁ ଆତ୍ମହତ୍ୟା ନକରିବାର ପରାମର୍ଶ ଦେଇଛନ୍ତି । ହେଲେ ଶେଷରେ ହୁଏତ ସେ ନିଜେ ସେହି ରାସ୍ତା ଆପଣାଇ ନେଲେ । ଇଏ ହେଉଛି ରିଲ୍‌ ଓ ରିୟଲ୍‌ ଲାଇଫ୍‌ର ଫରକ ।

ସୁଶାନ୍ତଙ୍କ ଘର ବିହାର ପାଟନାରେ । ଏବେ ତାଙ୍କ ମୁମ୍ବାଇ ବାନ୍ଦ୍ରା ଓ ପାଟନା ଘର ବାହାରେ ଲୋକଙ୍କ ଭିଡ଼ ଲାଗିଛି । ଅନ୍ୟପଟେ ଘର ଭିତରେ ରଶିରେ ତାଙ୍କ ମୃତ ଶରୀର ଝୁଲୁଥିବା ଦେଖା ଯାଇଥିଲେ ମଧ୍ୟ ସୁଶାନ୍ତ କୌଣସି ସୁଇସାଇଡାଲ ନୋଟ୍‌ ଛାଡ଼ି ଯାଇ ନାହାନ୍ତି । ତେଣୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ତାଙ୍କ ଦାଦା ।

MOTHER

ଆଉ ଏକ ସୂଚନା ହେଲା ଯେ କିଛି ଦିନ ତଳେ ସୁଶାନ୍ତଙ୍କ ପୂର୍ବତନ ସେକ୍ରେଟାରୀ ଦିଶା ସାଲିଆନ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଏବେ ସୁଶାନ୍ତଙ୍କ ଏଭଳି ମୃତ୍ୟୁ ଏକ ସଂଯୋଗ ନା ଏହା ଭିତରେ କିଛି ଯୋଗସୂତ୍ର ରହିଛି । ପୋଲିସ୍‌ ତଦନ୍ତ ପରେ ହିଁ ଏ କଥା ସ୍ପଷ୍ଟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.