ରାଶିଫଳ

ଦିନ ଆରମ୍ଭରୁ ଜାଣନ୍ତୁ ଆଜି କେମିତି ରହିବ ଆପଣଙ୍କ ଦିନ

ମେଷ : ଯଦି ଆପଣ କୌଣସି ସ୍ଥାନରେ ଭଲଭାବେ ରହିବା ପାଇଁ ଭାବୁଛନ୍ତି ତେବେ ପୁଣି ଥରେ ଭଲଭାବେ ଚିନ୍ତା କରନ୍ତୁ। ଆଜି ଆପଣଙ୍କୁ ନିଜ ଘର ବଦଳାଇବାକୁ ପଡ଼ିପାରେ। ଯଦି ଆପଣଙ୍କ ଇଛା ବିନା ଘର ବଦଳାଇବାକୁ ପଡ଼ିଥାଏ ତେବେ ନିରାଶ ହୁଅନ୍ତୁ ନାହିଁ। କାରଣ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭ ହେବ।

ବୃଷ : ଆଜି ଆପଣ ଆତ୍ମ ନିର୍ଭରତାକୁ ମୂଳମନ୍ତ୍ର ରୂପେ ଗ୍ରହଣ କରିବେ। ଘରେ କିମ୍ବା ସାଙ୍ଗମାନଙ୍କ ପାଖରେ କୌଣସି ମହତ୍ୱପୂର୍ଣ୍ଣ ନିଷ୍ପତି ସ୍ଥିର କରିବାକୁ ଥିଲେ ତାହା ନିଜେ ସ୍ଥିର କଲେ ଆପଣଙ୍କ ପାଇଁ ଭଲ ରହିବ।

ମିଥୁନ : ଆଜି ଆପଣ ଏଭଳି କିଛି କରିବେ ଯାହା ଦ୍ବାରା ଆପଣ ଆଖ-ପାଖରେ ଥିବା ଲୋକମାନଙ୍କୁ ପ୍ରଭାବିତ କରିପାରିବେ। ଆଜି ଆପଣଙ୍କ ଯୋଗ୍ୟତା ଚରମ ସୀମାରେ ରହିବ। ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିବ।

କର୍କଟ : ଆଜି ଆପଣ ଦୈନନ୍ଦିନ ଚର୍ଚ୍ଚାରେ ଏକ ନୂଆ ଦିଗ ଦେବେ। ଆଜି ଆପଣ ସର୍ବଦା କାମ କରିବା ଅଭ୍ୟାସ ଛାଡି ସାଙ୍ଗମାନଙ୍କ ସହ ବୁଲିବାକୁ ଯିବେ। ପୁରୁଣା ବିଚାର ତ୍ୟାଗ କରି ଜୀବନରେ ନୂଆ ବିଚାର ଆଣିବେ।

ସିଂହ : ଆଜି ଆପଣ ନିଜର ଉଗ୍ର ସ୍ବଭାବ ଉପରେ ନିୟନ୍ତ୍ରଣ ରଖିବେ। ନଚେତ୍ ଆପଣଙ୍କ ପ୍ରିୟଜନ ଆପଣଙ୍କଠାରୁ ଦୂରେଇ ପାରନ୍ତି। ଆପଣ ନିଜ ଜୀବନକୁ ନେଇ ଚିନ୍ତା କଲେ ମଧ୍ୟ ମସ୍ତିଷ୍କକୁ ଶାନ୍ତ ରଖନ୍ତୁ। କାହାକୁ ଖରାପ ବ୍ୟବହାର ନକରିବା ପାଇଁ ମଧ୍ୟ ସେଥିପ୍ରତି ଧ୍ୟାନ ରଖନ୍ତୁ।

କନ୍ୟା : ଆଜି ଆପଣ ନିଜର ଦୈନନ୍ଦିନ କାର୍ଯ୍ୟରେ କିଛି ନୂଆ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବେ। ଯାହା ଆପଣ ବହୁତ ପୂର୍ବରୁ କରିବା ପାଇଁ ଚାହୁଁଥିଲେ ସେଥିପ୍ରତି ଧ୍ୟାନ ଦେବେ। ଆଜି ଦିନଟି ଆପଣଙ୍କର ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କ ସହ ଭଲରେ କଟିବ।

ତୁଳା : ଆଜି ଆପଣ ଭାବିଚିନ୍ତି ନିଷ୍ପତି ନିଅନ୍ତୁ। କାରଣ ପଛରେ ଯେପରି ପଶ୍ଚ୍ୟାତାପ କରିବାକୁ ନପଡେ। ଭାବିଚିନ୍ତି ନିଷ୍ପତି ନେଲେ ଆପଣ ଶେଷରେ ସୁଖ ଭୋଗ କରିବେ।

ବିଛା : ଆପଣ ଆଖି ବନ୍ଦ କରି ବିଶ୍ବାସ କରୁଥିବା ଅଭ୍ୟାସ ପରିବର୍ତ୍ତନ କରନ୍ତୁ। ନଚେତ୍ କୌଣସି ଦିନ ଆପଣ ସମସ୍ୟାରେ ପଡ଼ିପାରନ୍ତି। ନିଷ୍ପତି ନେବା ସମୟରେ ଆପଣ ନିଜ ମନର କଥା ଶୁଣନ୍ତୁ। ଯଦି ସାମ୍ନା ଲୋକର କଥା ସତ ଲାଗିଥାଏ ତେବେ ନିଷ୍ପତି ତାଙ୍କ ହାତରେ ଛାଡନ୍ତୁ ନାହିଁ।

ଧନୁ : ଆଜି ଆପଣ ସାମାନ୍ୟ ଦୁଃଖିତ ରହିବେ। କାରଣ ଆଜି ଆପଣଙ୍କୁ ନିଜ ଲୋକ ହିଁ ନିରାଶ କରିପାରନ୍ତି। ଆପଣଙ୍କ କାମରେ ଦେଖାଯାଉଥିବା ବାଧା କ୍ଷଣସ୍ଥାୟୀ ଅଟେ, ଯାହା ଉପଯୁକ୍ତ ସମୟରେ ସମାପ୍ତ ହୋଇଯିବ।

ମକର : ଆପଣ ଯଦି ନିଜ କାର୍ଯ୍ୟକୁ ସ୍ଥିର ହୋଇଥିବା ତାରିଖ ପୂର୍ବରୁ ଶେଷ କରିପାରୁ ନାହାନ୍ତି ତେବେ ସାବଧାନ ରୁହନ୍ତୁ। ଯଦି ଆପଣ କୌଣସି ଚାକିରି କିମ୍ବା ଛାତ୍ରବୃତ୍ତି ପାଇଁ କାମ କରୁଛନ୍ତି ତେବେ ସର୍ତକତା ଅବଲମ୍ବନ କରନ୍ତୁ।

କୁମ୍ଭ :  ଆଜି ଆପଣ କୌଣସି ସରକାରୀ ଉଚ୍ଚାଧୀକାରୀଙ୍କ ସହ ସାକ୍ଷାତ ହୋଇପାରେ, ଯିଏ ଆପଣଙ୍କୁ ସରକାରଙ୍କ ସମ୍ବନ୍ଧିତ କାମ କରିବାରେ ସାହାଯ୍ୟ କରିବେ।

ମୀନ : ଆଜି ଆପଣଙ୍କ ଜଣାଶୁଣା ଲୋକମାନଙ୍କ ମଧ୍ୟରେ ଚାଲିଥିବା ସମସ୍ୟାର ସମଧାନ ହେବ। ଏଥିପାଇଁ ଆପଣ ପ୍ରଶଂସନୀୟ ହେବେ।

Pritiparna

Recent Posts

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଅନ୍ତରୀଣ ଜାମିନ୍‌ ଖାରଜ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରୁ ମିଳିଛି ବଡ଼ ଝଟ୍‌କା । କୋର୍ଟ…

6 mins ago

ଟି୨୦ ବିଶ୍ୱକପ : ଭାରତ ଏବଂ ପାକିସ୍ତାନ ମ୍ୟାଚ ପାଇଁ ଟିକେଟ କିଣିବାର ସୁଯୋଗ, ଆଇସିସି ଦେଲା ଅଫର

ଟି୨୦ ବିଶ୍ୱକପରେ ଭାରତ ବନାମ ପାକିସ୍ତାନ ମ୍ୟାଚକୁ ନେଇ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ମ୍ୟାଚକୁ ଦେଖିବାକୁ ପାଇଁ…

12 mins ago

କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ବିଶ୍ୱ ପରିବେଶ ଦିବସ। ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏହି ଦିନ ପାଳନ କରାଯାଉଛି। ପରିବେଶକୁ ପ୍ରଦୂଷଣରୁ…

22 mins ago

ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ତରଭୁଜ, ଏଭଳି କରନ୍ତୁ ବ୍ୟବହାର

ଖରାଦିନେ ବଜାରରେ ଅଧିକ ସଂଖ୍ୟାରେ ତରଭୁଜ ବିକ୍ରି ହୋଇଥାଏ । ତରଭୁଜରେ ୯୦ ପ୍ରତିଶତ ପାଣିର ମାତ୍ରା ଥିବାରୁ ଏହା…

28 mins ago

ଟିଭି ଦେଖିବାକୁ ପସନ୍ଦ କରନ୍ତି କି ! ଖୁବ୍‌ ଶୀଘ୍ର ବଢ଼ିବ ଚ୍ୟାନେଲ ରେଟ୍‌ ଜାଣନ୍ତୁ …

ପିଲା ଠୁ ବୁଢ଼ା ପର୍ଯ୍ୟନ୍ତ ଟିଭି ଦେଖିବାକୁ ସମସ୍ତେ ପସନ୍ଦ କରିଥାଆନ୍ତି । ସେଥିପାଇଁ ପ୍ରତ୍ୟେକ ଘରେ ରହିଥାଏ ଟିଭି…

47 mins ago

ଏହି ୬ଟି ପେଟ ସମସ୍ୟାରେ ଜିରା ଖାଇବା ଲାଭଦାୟକ, ଯନ୍ତ୍ରଣାରୁ ତୁରନ୍ତ ମିଳିବ ଆରାମ

ରୋଷେଇ ଘରେ ମିଳୁଥିବା ମସଲା ଜିରା କେବଳ ଖାଦ୍ୟର ସ୍ୱାଦକୁ ବଢାଏ ନାହିଁ ବରଂ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ…

52 mins ago