ରାଶିଫଳ

ରାଶିଫଳ : ଆଜି ଜାଣନ୍ତୁ କିପରି ରହିବ ଦନଟି

ମେଷ: ଆପଣଙ୍କ ଦିନଟି ଭଲ ରହିବ । ନିଜର ପ୍ରତିଭା ଦେଖାଇବା ପାଇଁ ଆପଣଙ୍କୁ ବଡ ମଉକା ମିଳିବ । ଅଫିସ୍‌ରେ ଉଚ୍ଚ କର୍ମଚାରୀ କାମରେ ସାହାଯ୍ୟ କରିବେ । କାମ ସହଜରେ ପୂରା ହେବ । ପରିବାରରେ କିଛି ନୂଆ ଦାୟିତ୍ୱ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ଆୟ ମଧ୍ୟ ବୃଦ୍ଧି ହୋଇପାରେ ।

ବୃଷ: ଆଜି ନିଜ ଉପରେ ଆତ୍ମବିଶ୍ୱାସ ରଖିବେ । ନୂଆ ଢଙ୍ଗରେ କାମ କରିବା ଦ୍ୱାରା ଲାଭବାନ ହେବେ । ଆଜି ଆପଣଙ୍କୁ କାହାକୁ ଉଧାର ଦେବାରୁ  ବିରତ ରହିବାକୁ ପଡିବ । କିଛି ନୂଆ ଅନୁଭୂତି ପ୍ରାପ୍ତି ହୋଇପାରେ । ଭବିଷ୍ୟତ ବିଷୟରେ ଯାହା ଚିନ୍ତା କରୁଛନ୍ତି, ତାହା ପୂରା ହୋଇପାରେ । ନିଜ ଉପରେ ବିଶ୍ୱାସ ରଖିଲେ ସବୁ ଠିକ୍‌ ହୋଇଯିବ । ଲଭ୍‌ମେଣ୍ଟ୍‌ଙ୍କ ପାଇଁ ଦିନଟିରେ ମଧୁରତା ଭରିଯିବ ।

ମିଥୁନ: ଭାଗ୍ୟ ସାଥିରେ ରହିବ । ପରିବାର ପାଇଁ ଚିନ୍ତିତ ରହିବେ । ମହିଳାମାନଙ୍କର ଦିନଟି ଘରର କାମରେ ବିିତି ଯିବ । ଜୀବନରେ ଉନ୍ନତି ପାଇଁ ଏକ ନୂଆ ରାସ୍ତା ମିଳିବ । ଶିକ୍ଷକମାନଙ୍କ ପାଇଁ ଦିନଟି ଭଲ ରହିଛି ଏବଂ ମନ ପସନ୍ଦର ଜିନିଷ ମିଳିବାର ସମ୍ଭାବନା ରହିଛି । ଘରେ କଳହ ସୃଷ୍ଟି ହୋଇପାରେ ।

କର୍କଟ: ଆପଣଙ୍କ ଦିନଟି ଠିକ୍‌ ରହିବ । ପରିବାରରେ ସମସ୍ୟା ଥିଲେ ଦୂର ହେବ । ସାଙ୍ଗଙ୍କ ସହ ସମୟ ଅତିବାହିତ କରିବେ । ଆର୍ଥିକ ଲାଭ ମିଳିପାରେ । କାର୍ଯ୍ୟ କରୁଥିବା ସ୍ଥାନରେ କିଛି ବଡ ନିଷ୍ପତି ନେଇ ପାରନ୍ତି । ଆପଣଙ୍କ କଥା ଓ ବିଚାର ପାଇଁ ଲୋକମାନେ ପ୍ରଭାବିତ ହୋଇପାରନ୍ତି । ବ୍ୟବସାୟରେ ଆଗକୁ ବଢିବେ ଏବଂ ଖୁସି ମିଳିବ ।

ସିଂହ: ଆଜି ଦିନଟି ଚିନ୍ତାରେ କଟିବ । ଅଫିସରେ ମାହୋଲ ଅନୁକୂଳ ରହିବ ଏବଂ କାର୍ଯ୍ୟଭାର କମ୍‌ ରହିବ । କେହି ଜଣେ ଆପଣଙ୍କର ସାହାଯ୍ୟ ମାଗି ପାରନ୍ତି । ଜୀବନସାଥୀ ପାଇଁ କିଣା କିଣି କରିପାରନ୍ତି । କିଛି କଥାକୁ ନେଇ ଚିନ୍ତିତ ରହିବେ । ପରିବାରର ସଦସ୍ୟଙ୍କ ଠାରୁ ସାହାଯ୍ୟ ନେବେ । ଆର୍ଥିକ ସ୍ଥିତିରେ ହ୍ରାସ ହୋଇପାରେ ।

କନ୍ୟା: ଦିନଟି ଆପଣଙ୍କ ପାଇଁ ଭଲ ରହିବ । ଯେକୌଣସି କାମ ହେଉ ଭାବିଚିନ୍ତି କରିବା ଆପଣଙ୍କ ପାଇଁ ଠିକ୍‌ ରହିବ । କିଛି ବି କାମ ହେଉ ସକାରତ୍ମକ ଭାବେ କରିବା ଉଚିତ । ନିଜ କାମକୁ ନୂତନ ପଦ୍ଧତିରେ କରିବା ଦ୍ୱାରା ଲାଭବାନ ହୋଇପାରନ୍ତି । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଜୀବନସାଥୀ ଯୋଗୁ ଚିନ୍ତା ଦୂର ହେବ । ପରିବାରରେ କଳହ ଥିଲେ ଠିକ୍‌ ହୋଇଯିବ ।

ତୁଳା: ଦିନଟି ଠିକ୍‌ ଠାକ୍‌ ରହିବ । ଆଗରୁ କରିଥିବା କାମ ଯୋଗୁ ଲାଭ ମିଳିବ । ଭଲ ଖବର ମିଳିପାରେ । କାମରେ ପଦୋନ୍ନତି କରିବାର ସମ୍ଭାବନା ରହିଛି । ପରିବାର ସହ ଖୁସି ବାଣ୍ଟିବେ । ନୂତନ ବିଚାର ମନରେ ଆସିପାରେ । ଧନ ଲାଭ ହୋଇପାରେ ଏବଂ ଖର୍ଚ୍ଚ ହେବାର ମଧ୍ୟ ସମ୍ଭାବନା ରହିଛି । ଛାତ୍ରଛାତ୍ରୀମାନେ ନିଜ ଭବିଷ୍ୟତ ବିଷୟରେ ଭାବି ବିଚାରି କାମ କରିବା ଉଚିତ ରହିବ ।

ବିଛା: ଆପଣଙ୍କ ପାଇଁ ଦିନଟି ବହୁତ ହିଁ ଭଲ ରହିବ । ଛାତ୍ରଛାତ୍ରୀଙ୍କର ପଢାପଢିରେ ମନ ଲାଗିରହିବ । କିଛି ନୂଆ ପଦ୍ଧତିରେ କାମ ଆରମ୍ଭ କରିବା ଠିକ୍‌ ରହିବ । କୌଣସି କାମ ସମୟ ମଧ୍ୟରେ ପୂରା ହୋଇଯିବ । ଗୁରୁଜନ ଲୋକଙ୍କ ଆଶିର୍ବାଦ ମିଳିବ । ଧନ ଲାଭ ହୋଇପାରେ । ସ୍ୱାସ୍ଥ୍ୟ ଠିକ୍‌ ରହିବ ।

ଧନୁ: ଦିନଟି ଉତ୍ସାହରେ କଟିବ । ଭାଗ୍ୟ ବହୁତ ଭଲ ରହିବ । କାମରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । କିଛି ଗୁରୁତ୍ୱପୂର୍ଣ୍ଣ କାମ ପୂରା ହୋଇପାରେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଟକି ଥିବା ଧନ ମିଳିପାରେ । କୌଣସି ନୂଆ ଜିନିଷ ମିଳିପାରେ । ଲଭ୍‌ମେଣ୍ଟ୍‌ ନିଜ ସାଥିଙ୍କୁ ଉପହାର ଦେଇପାରନ୍ତି ।

ମକର: ଦିନଟି ଲାଭଦାୟକ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ । ବ୍ୟବସାୟରେ ଆଗକୁ ଯାଇପାରନ୍ତି । ଭାବିଚିନ୍ତି କାମ କରିବା ଦ୍ୱାରା ବ୍ୟବସାୟରେ ଲାଭ ମିଳିପାରେ । ପଢାପଢିରେ ଛାତ୍ରଛାତ୍ରୀମାନେ ଆଗକୁ ବଢିବେ । ମାନିକ ସ୍ଥିତି ଠିକ୍‌ ରହିବ । ଅନେକ ଶୁଭ ଖବର ମିଳିପାରେ ।

କୁମ୍ଭ: ଆଜି ଦିନରେ କିଛି ନୂଆ ଉପହାର ମିଳିପାରେ । ଜୀବନସାଥୀଙ୍କୁ ମନର କଥା କହି ପାରନ୍ତି । କୌଣସି କାମ ପୂରା ହୋଇଯିବ । ଦାୟିତ୍ୱ ପୂରା କରିବେ । ମନରେ ଅନେକ ସକାରତ୍ମକ ଭାବନା ଆଣିବେ । ଚାକିରି ମିଳିବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ଠିକ୍‌ ରହିବ ।

ମୀନ: ଆଜି ଆପଣଙ୍କ ଦିନଟି ଭଲରେ ଆରମ୍ଭ ହେବ । କୌଣସି କାମରୁ ଲାଭ ମିଳିବ । ଠିକ୍‌ ଭାବେ କାମ କରିବା ଦ୍ୱାରା ସଫଳତା ମିଳିବ । ଛାତ୍ରଛାତ୍ରୀଙ୍କ ଧ୍ୟାନ ପଢାପଢିରେ ଦେବା ଜରୁରୀ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆଜି ସମାଜରେ ମାନ ସମ୍ମାନ ବଢିବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…

2 hours ago

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

4 hours ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

5 hours ago

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

5 hours ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

5 hours ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

6 hours ago