ରାଶିଫଳ

ଦୈନିକ ରାଶିଫଳ: ଆଜି ଏହି ସବୁ ରାଶିଙ୍କୁ ହେବ ଧନ ଲାଭ

ମେଷ : ଆଜି ଅଟକିଥିବା କାମ ପୂରା ହେବ। ସାମାଜିକ କାର୍ଯ୍ୟରେ ମନ ଲାଗିବ। ପରିଶ୍ରମ ତୁଳନାରେ ପରିଣାମ ନ ମିଳିଲେ ମଧ୍ୟ ଆପଣ ସେହି କ୍ଷେତ୍ରରେ ଆଗକୁ ଯିବେ। ପରିବାରରେ ହସଖୁସିର ମାହୋଲ ରହିବ।

ବୃଷ : ଆଜି ଆପଣଙ୍କ ସ୍ୱଭାବ ଉଗ୍ର ରହିବ। ଅଧିକ ଲୋକଙ୍କ ସହିତ ସମ୍ପର୍କ ଗଢ଼ିବେ। ବୌଦ୍ଧିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ମନ ପ୍ରସନ୍ନ ରହିବ। କାମ କରିବାରେ ମନ ଲାଗିବ। ଅନ୍ୟ ସହିତ କଥାବାର୍ତ୍ତା ବେଳେ ଭଦ୍ରତା ରଖନ୍ତୁ।

ମିଥୁନ : ଦିନଚର୍ଯ୍ୟାରେ ପରିବର୍ତ୍ତନ ହେବ। ଆର୍ଥିକ ରୂପେ ଦୃଢ଼ ହେବେ। ମନରେ ନୂଆ ବିଚାର ଆସିବ। ଆପଣ ନିଜ ଜୀବନସାଥୀଙ୍କଠାରୁ ଭଲ ପାଇବା ପାଇବେ। ଆଜି ଆପଣଙ୍କୁ କେହି ପ୍ରପୋଜ୍‌ କରିପାରନ୍ତି, ଯାହାକୁ ନେଇ ଆପଣ ଖୁସି ହେବେ।

କର୍କଟ : ନିଜ କାମରେ ତତ୍ପରତା ଏବଂ କୁଶଳତା ଆପଣଙ୍କ ପ୍ରଗତିରେ ସହାୟକ ହେବ। ଆଜି ନିଜ ପରିଜନଙ୍କୁ ଭେଟିବା ପାଇଁ ଯିବେ। ଏକ ଲମ୍ବା ସମୟ ପରେ ଆପଣ ତାଙ୍କୁ ଭେଟିବେ। ଏହାକୁ ନେଇ ଆପଣ ବହୁତ ଖୁସି ହେବେ।

ସିଂହ : ସମାଜର ହିତରେ କରିଥିବା କାର୍ଯ୍ୟରୁ ଆପଣଙ୍କୁ ମାନ ସମ୍ମାନ ମିଳିବ। ଆପଣ ଆର୍ଥିକ ରୂପେ ଲାଭବାନ ହେବେ। ଆପଣଙ୍କ ଜ୍ଞାନ ଚତୁଃପାର୍ଶ୍ୱର ଲୋକଙ୍କୁ ପ୍ରଭାବିତ କରିବ। ନିଜ ସାଥୀଙ୍କ ପାଇଁ କୌଣସି ଉପହାର କିଣିବେ।

କନ୍ୟା : ଆପଣଙ୍କ ଧନ ସମ୍ବନ୍ଧୀୟ ସମସ୍ତ ପ୍ରକାର ଚିନ୍ତା ଦୂର ହେବ। ଅଧିକ ବିଚାର ଯୋଗୁ ମାନସିକ ରୂପେ ଆପଣ ଥକିଯିବେ। ବ୍ୟବସାୟକୁ ନେଇ ଚିନ୍ତା ଦୂର ହୋଇପାରେ। ଛାତ୍ରମାନଙ୍କୁ ସଫଳତା ମିଳିପାରେ। ଆଳସ୍ୟ ରହିବ।

ତୁଳା : ଟଙ୍କା ଲେଣଦେଣକୁ ନେଇ ବ୍ୟସ୍ତ ରହିବେ। ଫିଟ୍‌ନେସକୁ ନେଇ ସଚେତନ ରହିବେ। ଅତିରିକ୍ତ କାମରେ ଅନ୍ୟର ସହଯୋଗ ମିଳିପାରେ। କିଛି ଲୋକଙ୍କ ଭଲ ପାଇଁ ଆପଣ କାମ କରିବେ। ପୁରୁଣା କଥାରେ ଝଗଡ଼ା ଦୂର ହୋଇପାରେ।

ବିଛା : ମତଭେଦ ଯୋଗୁ ବ୍ୟକ୍ତିଗତ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ଯାତ୍ରା ଆପଣଙ୍କ ପାଇଁ ଆନନ୍ଦଦାୟକ ରହିବ ଏବଂ ଏଥିରୁ ଆପଣ ଲାଭବାନ ହେବେ। କୌଣସି ବି ପ୍ରକାର ବେଆଇନ କାର୍ଯ୍ୟକଳାପଠାରୁ ଦୂରରେ ରୁହନ୍ତୁ।

ଧନୁ : କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ। ବ୍ୟବସାୟକୁ ନେଇ ଯାତ୍ରା କରିପାରନ୍ତି। ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ। ପଦୋନ୍ନତି ହେବାର ସମ୍ଭାବନା ରହିଛି।

ମକର : ପାର୍ଟନରଙ୍କୁ ଖୁସି କରିବା ପାଇଁ ତାଙ୍କୁ ବାହାରକୁ ବୁଲାଇବାକୁ ନେଇପାରନ୍ତି। କାର୍ଯ୍ୟସ୍ଥଳରେ ମାମୁଲି କଥାକୁ ନେଇ ବିବାଦର ସ୍ଥିତି ଉପୁଜିପାରେ। ନୂଆ ଲୋକଙ୍କ ସହ ବନ୍ଧୁତା ଗଢ଼ିପାରନ୍ତି। ପଦ ଲାଭ ମିଳିପାରେ।

କୁମ୍ଭ : କିଛି କାମ ଯୋଗୁ ଆଜି ଅଫିସ୍‌ରୁ ଜଲ୍‌ଦି ବାହାରିବାକୁ ଚେଷ୍ଟା କରିବେ। ପଠନ-ଲିଖନ ଭଳି ସାହିତ୍ୟିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ମିଛ କହି ନିଜକୁ କ୍ଷତି କରିବେ। ବିଳାସପୂର୍ଣ୍ଣ ଜିନିଷ କିଣିବା ଉପରେ ଖର୍ଚ୍ଚ ବଢ଼ିପାରେ।

ମୀନ : ଅଫିସ୍‌ରେ ଉଚ୍ଚ ଅଧିକାରୀ ଆପଣଙ୍କ କାମକୁ ପ୍ରଶଂସା କରିବେ। କୌଣସି ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ କି ବିଳମ୍ବିତ ରାତିରେ ଗାଡ଼ି ଚଲାନ୍ତୁ ନାହିଁ। ଆପଣଙ୍କୁ ନିଜ ପାର୍ଟନରଙ୍କ ପ୍ରତି ଅତ୍ୟନ୍ତ ବିଶ୍ୱସନୀୟ ହେବା ଉଚିତ୍‌।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆଜି ସମାଜରେ ମାନ ସମ୍ମାନ ବଢିବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…

3 hours ago

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

6 hours ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

6 hours ago

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

7 hours ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

7 hours ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

7 hours ago