ଉଭୟ ମହିଳା ଓ ପୁରୁଷଙ୍କ ଯୌନ କ୍ଷମତା ବୃଦ୍ଧି କରି ଫିଟ୍‌ ରଖିବାରେ ସାହାଯ୍ୟ କରେ ଏହି ଯୋଗାସନ

ଯୋଗାସନ କରିବା ଦ୍ୱାରା ଶରୀର ସୁସ୍ଥ ରହେ। ନିୟମିତ ଯୋଗ କରିବା ଦ୍ୱାରା ସବୁ ବେମାରିରୁ ମୁକ୍ତି ମିଳିପାରିବ। କିନ୍ତୁ ଯୋଗ ଦ୍ୱାରା ଯୌନ ଶକ୍ତି ମଧ୍ୟ ବୃଦ୍ଧି କରିହେବ ବୋଲି ଖୁବ୍‌ କମ୍‌ ଲୋକ ଜାଣନ୍ତି। କେତେକ ଯୋଗକୁ ନିୟମିତ କରିବା ଦ୍ୱାରା ଶରୀରର ସମସ୍ତ ଦୁର୍ବଳତା ଦୂର ହୋଇଥାଏ। ଫଳରେ ଜଣେ ଶାରୀରିକ ସମ୍ପର୍କ ରଖିବା ବେଳେ ଥକିପଡ଼େ ନାହିଁ। ଆସନ୍ତୁ ଜାଣିବା କେଉଁ ଯୋଗ କରିବା ଦ୍ୱାରା ଯୌନ କ୍ଷମତା ବୃଦ୍ଧିପାଏ…

ଚକ୍ରାସନ:

ଚକ୍ରାସନ କରିବା ପାଇଁ ପ୍ରଥମେ ଆଣ୍ଠୁ ମାଡ଼ି ବସି ଅଣ୍ଟାକୁ ସିଧା କରନ୍ତୁ। ଏବେ ଧୀରେ ଧୀରେ ହାତକୁ ପଛକୁ କରି ପାଦ ଆଙ୍ଗୁଠିକୁ ଧରିବାକୁ ଚେଷ୍ଟା କରନ୍ତୁ, ଯେପରି ଶରୀର ଚକ୍ର ଆକୃତିର ପ୍ରତୀୟମାନ ହେବ। ଏହି ଅବସ୍ଥାରେ ରହି ଧୀରେ ଧୀରେ ନିଃଶ୍ୱାସ ନିଅନ୍ତୁ। ଏଭଳି ଭାବେ ଆପଣ ୩ରୁ ୪ ଥର କରିପାରିବେ। ଏହି ଆସନ କରିବା ଦ୍ୱାରା କାମଶକ୍ତି ବଢ଼ିଥାଏ। ଏହା ବ୍ୟତୀତ ଥାଇରଏଡ୍‌, ଥାୟମସ୍‌ ତଥା କାମ ଗ୍ରନ୍ଥି ଆକ୍ଟିଭ୍‌ ହୋଇଥାଏ।

ଜାନୁଶିରାସନ:

ଏହି ଆସନ କରିବା ପାଇଁ ଆଣ୍ଠୁ ମାଡ଼ି ବସନ୍ତୁ। ଏବେ ଡାହାଣ ହାତକୁ ତଳେ ରଖି ବାମ ପାଦକୁ ପଛ ପଟିଆ ଉପରକୁ ଉଠାଇ ବାମ ହାତରେ ଧରନ୍ତୁ। ଯେମିତି ଆଣ୍ଠୁ ଭୂମିକୁ ସ୍ପର୍ଶ କରୁଥିବ। କିଛି ସମୟ ଏଭଳି କରିବା ପରେ ଆର ଗୋଡ଼ରେ ମଧ୍ୟ ଠିକ୍‌ ଏମିତି କରନ୍ତୁ। ଏହି ଆସନ କରିବା ଦ୍ୱାରା ମହିଳାଙ୍କ ଶରୀରରେ କାମ ବାସନାର ଇଚ୍ଛା ଜାଗ୍ରତ ହୋଇଥାଏ। ଏହି ଆସନ ଉଭୟ ମହିଳା ଓ ପୁରୁଷଙ୍କ ଯୌନାଙ୍ଗକୁ ଶକ୍ତ କରେ।

ସୁପ୍ତ ବଜ୍ରାସନ:

ସୁପ୍ତ ବଜ୍ରାସନ କରିବା ପାଇଁ ପ୍ରଥମେ ଭୂମିରେ ଚିତ୍‌ ହୋଇ ଶୋଇଯାଆନ୍ତୁ। ଏବେ ହାତକୁ ପିଠିପଟେ ନେଇ ଆଣ୍ଠୁକୁ ଭାଙ୍ଗି ସମ୍ପୂର୍ଣ୍ଣ ଶରୀରକୁ ଉପରକୁ ଉଠାନ୍ତୁ। ଯେଭଳି ବେକରୁ ଆଣ୍ଠୁ ପର୍ଯ୍ୟନ୍ତ ଶୂନ୍ୟରେ ରହିବ। ଏହି ପୋଜିସନ୍‌ରେ ୫ ମିନିଟ୍‌ ରୁହନ୍ତୁ। ଏହି ଆସନ କରିବା ଦ୍ୱାରା ମହିଳାଙ୍କ ଯୋନି ପ୍ରଦେଶ ମଜଭୁତ ହୋଇଥାଏ, ଫଳରେ ପ୍ରସବ ସମୟରେ ଅଧିକ ପୀଡ଼ା ହୁଏ ନାହିଁ। ଏହି ଆସନ କରିବା ଦ୍ୱାରା ଉଭୟ ମହିଳା ଓ ପୁରୁଷଙ୍କ ଜଙ୍ଘ ଶକ୍ତ ହୋଇଥାଏ।

WCW 11

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

11 mins ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

3 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

3 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

3 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

4 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

4 hours ago