ଲାଇଫ୍ ଷ୍ଟାଇଲ୍

ତେଲିଆ ତ୍ବଚାରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ଋତୁ ପରିବର୍ତ୍ତନ ହେବା ସହ ତ୍ବଚାରେ ଅନେକ ପ୍ରକାର ସମସ୍ଯା ଦେଖାଯାଇଥାଏ। ବିଶେଷ ରୂପେ ତେଲିଆ ତ୍ବଚା ଥିବା ମହିଳାମାନେ ନିଜ ତ୍ବଚାର ସୁରକ୍ଷା ପାଇଁ ଧ୍ଯାନ ଦେବା ନିହାତି ଜରୁରୀ। କାରଣ ତ୍ବଚା ତେଲିଆ ଥିଲେ, ବାହାରର ଧୂଳି ସ୍କିନ୍ ରେ ଜମି ଯାଇଥାଏ। ଯାହାଫଳରେ ବ୍ରଣ, ଦାଗ ଭଳି ଅନେକ ସମସ୍ଯା ଦେଖାଯାଇଥାଏ। ଏଥିସହ ତ୍ବଚା ତେଲିଆ ଥିଲେ ଅଧିକ ସମୟ ପର୍ଯ୍ଯନ୍ତ ମେକଅପ୍ ମଧ୍ଯ ମୁହଁରେ ରହିନଥାଏ ଏବଂ ତ୍ବଚାକୁ ସଠିକ୍ ମାତ୍ରାରେ ପୋଷଣ ମିଳି ପାରିନଥାଏ। ଏହିକାରଣରୁ ଘରେ ଏଭଳି କିଛି ଜିନିଷ ରହିଛି ଯାହାକୁ ବ୍ଯବହାର କରି ଆପଣ ଏହି ସମସ୍ଯାରୁ ରକ୍ଷା ପାଇପାରିବେ। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେହ ଉପାୟ।

-ଗରମ ଦିନେ କାକୁଡି ଖାଇବା ଖୁବ୍ ଭଲ। ଏଥିସହ ଏହାର ରସ ମୁହଁରେ ଲଗାଇବା ଦ୍ବାରା ମଧ୍ଯ ତ୍ବଚାର ତେଲିଆପଣ ଦୂର ହୋଇଥାଏ। ଏହାବ୍ଯତୀତ ତ୍ବଚାକୁ ପୋଷଣ ମିଳିଥାଏ। ଏଥିରେ ଥିବା ଭିଟାମିନ ଏ, ଇ, ସି, ଆଇରନ, ପ୍ରୋଟିନ, ପୋଟାସିୟମ ଆଦି ଗୁଣ ତ୍ବଚାକୁ ପୋଷଣ ଯୋଗାଇଥାଏ। ଏହାଦ୍ବାରା ତ୍ବଚାର ତେଲିଆପଣ ନିୟନ୍ତ୍ରଣରେ ହୋଇଥାଏ।

-ଗୋଲାପ ଏବଂ ଆଲୋଭେରାରେ ଭିଟାମିନ୍, ମିନେରାଲ୍ସ, ଆଣ୍ଯି-ଅକ୍ସିଡେଣ୍ଟ, ଆଣ୍ଟି-ବ୍ଯାକ୍ଟେରିଆଲ ଗୁଣ ରହିଥାଏ। ଏହା ତ୍ବଚାକୁ କୋମଳ ଏବଂ ସୁସ୍ଥ ରଖିବାରେ ସାହାଯ୍ଯ କରିଥାଏ। ଏଥିପାଇଁ ଆପଣ ଏହି ଦୁଇ ଜିପିଷକୁ ଭଲଭାବେ ମିକ୍ସ କରି ତ୍ବଚାରେ ଲଗାନ୍ତୁ। ପ୍ରତ୍ଯେକ ଦିନ ଏହି ଲୋସନ ଲଗାଇବା ଦ୍ବାରା ସ୍ମିନ୍ କୁ ମଶ୍ଚରାଇଜ୍ ମିଳିଥାଏ। ଏହାଦ୍ବାରା ତ୍ବଚାରୁ ଦାଗ, ବ୍ରଣ, କୁଞ୍ଚନ ପ୍ରକ୍ରିୟା ଦୂର ହେବା ସହ ସୌନ୍ଦର୍ଯ୍ଯ ଦେଖାଯାଇଥାଏ।

-ଗୋଲାପ ଜଳରେ କିଛି ବୁନ୍ଦା ଗ୍ଲିସେରିନ୍ ପକାଇ ତ୍ବଚା ଲଗାଇବା ଦ୍ବାରା ତ୍ବଚାର ଶୁଷ୍କତା ଦୂର ହୋଇଥାଏ। ଏହି ଦୁଇଟି ଜିନିଷ ବେଷ୍ଟ ମଶ୍ଚରାଇଜର ଭାବେ କାମ କରିଥାଏ। ଆପଣ ଚାହିଁଲେ ଏଥିରେ କିଛି ବୁନ୍ଦା ଲେମ୍ବୁ ରସ ମଧ୍ଯ ସାମିଲ କରିପାରିବେ।

-ତ୍ବଚା ପାଇଁ କଞ୍ଚା କ୍ଷୀର ଲାଭକାରୀ ହୋଇଥାଏ। ଏହା ଏକ ଭଲ କ୍ଲିଜର ସହ ମଶ୍ଚରାଇଜର ରୂପେ କାମ କରିଥାଏ। ଏଥିରେ ଭିଟାମିନ ବି, କ୍ଯାଲସିୟମ, ଆଇରନ, ଲାଟିକ୍ ଏସିଡ୍ ରହିଥାଏ। ଏହାକୁ ତ୍ବଚାରେ ଲଗାଇବା ଦ୍ବାରା ଅତ୍ଯଧିକ ତେଲିଆପଣ ନଷ୍ଟ ହେବା ସହ ତ୍ବଚା ଗ୍ଲୋଇଂ ଦେଖାଯାଏ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

2 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

4 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

5 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

5 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

6 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

7 hours ago