ଲାଇଫ୍ ଷ୍ଟାଇଲ୍

ଏହି ସବୁ ବଦ ଅଭ୍ୟାସ ଶରୀର ଉପରେ ପକାଇଥାଏ ଖରାପ ପ୍ରଭାବ, ଜାଣନ୍ତୁ

“ସ୍ୱାସ୍ଥ୍ୟ ହିଁ ସମ୍ପଦ” ଏହା ଆମେ ସମସ୍ତେ ଜାଣିଛେ । ଉତ୍ତମ ସ୍ୱାସ୍ଥ୍ୟ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କିନ୍ତୁ କିଛି ଖରାପ ଅଭ୍ୟାସ ଆମ ସ୍ୱାସ୍ଥ୍ୟକୁ ବିଗାଡ଼ିଦିଏ। ଏମିତି ଅନେକ ବଦ ଅଭ୍ୟାସ ରହିଛି। ଯାହା ଶରୀର ପାଇଁ ଘାତକ ହୋଇଥାଏ। ଏହାଦ୍ୱାରା ଶରୀର ଦୁର୍ବଳ ହୋଇଯାଏ। ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଅନେକ ଟିପ୍ସ ଦେଇଥାନ୍ତି। ତେବେ ଆଜି ଆମେ କହିବୁ ସେହି ସବୁ ବଦ ଅଭ୍ୟାସ ସମ୍ପର୍କରେ ଯାହା ଆପଣଙ୍କ ଅଜାଣତରେ ଶରୀର ଉପରେ ଖୁବ ଖରାପ ପ୍ରଭାବ ପକାଇଥାଏ।

– ଡାକ୍ତରଙ୍କ କହିବା ଅନୁଯାୟୀ, ସୂର୍ଯ୍ୟ କିରଣରେ ଅଧିକ ସମୟ ରହିବା ଦ୍ୱାରା ସ୍କିନ କ୍ୟାନସର ହେବାର ସମ୍ଭାବନା ରହିଥାଏ। ଏହାର ନାମ ମେଲାନୋମା । ଏଥିରେ ବିଶେଷ କରି ଫେୟାର ସ୍କିନର ଲୋକ ତଥା ପରିବାରରେ ସ୍କିନ କ୍ୟାନସରରେ ପୀଡ଼ିତ ଥିବା ଲୋକମାନେ ଅଧିକ ଭାବେ ସାବଧାନ ରହିବା ଉଚିତ।

– ଫିଟନେସ ଟ୍ରେନିଂ ସାର୍ଟିଫାଇଡ ଏବଂ ଫ୍ଲୁଡ ରନିଂ ଫାଉଣ୍ଡର ଜେନିଫର କହିଛନ୍ତି ଯେ, ଅଧିକ ତାପମାତ୍ରାରେ ଏକ୍ସରସାଇଜ କଲେ ହୀଟଷ୍ଟ୍ରୋକର ସମସ୍ୟା ଦେଖାଯାଏ। ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଶରୀରରେ ତାପମାତ୍ରା ବଢ଼ିବା ଫଳରେ ତ୍ୱଚାରେ ବ୍ଲଡ ସର୍କୁଲେଟ ହୋଇଥାଏ। ଯାହାପାଇଁ ମାଂସପେଶୀରେ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ପହଞ୍ଚି ପାରି ନଥାଏ। ଏହାପାଇଁ ହାର୍ଟବିଟ ବଢ଼ିଯାଏ। ଏହା ଲଗାତାର ହେବା ଦ୍ୱାରା ହାର୍ଟଷ୍ଟ୍ରୋକ ହେବାର ସମ୍ଭାବନା ରହିଥାଏ।

– କିଛି ଜଣ ସକାଳ ଖାଇବାକୁ ପସନ୍ଦ କରିନଥାନ୍ତି। କିନ୍ତୁ ସକାଳ ଖାଇବା ଶରୀର ପାଇଁ ବିଶେଷ ଗୁରୁତ୍ୱପୁର୍ଣ୍ଣ ହୋଇଥାଏ । ସକାଳ ଖାଇବା ଗ୍ରହଣ ନକରିବା ଦ୍ୱାରା ଓଜନ କମିବା ସହ ହର୍ମୋନାଲ ବାଲାନ୍ସ ଠିକ ରହିନଥାଏ। ଏହାଦ୍ୱାରା ମେମୋରୀ, ହ୍ୟୁମର ଏବଂ ମୁଡ ଉପରେ ଖରାପ ପ୍ରଭାବ ପକାଇଥାଏ। ସକାଳ ଖାଇବା ଗ୍ରହଣ ନକରିବା ଦ୍ୱାରା ମେଟାବୋଲିଜିମ ସୁସ୍ଥ ହୋଇଯାଏ। ଯାହା ଶରୀରରେ ଗ୍ୟାସ ସମସ୍ୟା ସୃଷ୍ଟି କରିଥାଏ।

– ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଶରୀର ସହିତ ଦାନ୍ତର ମଧ୍ୟ ଧ୍ୟାନ ରଖିବା ଜରୁରୀ। ଏହା ଆପଣଙ୍କ ସୁନ୍ଦରତାକୁ ବଢ଼ାଇଥାଏ । ଏହାସହ ଦୁର୍ଗନ୍ଧ ମଧ୍ୟ ବଢ଼ିଥାଏ।

– ଦେହ ଅସୁସ୍ଥ ଥିଲେ ଡାକ୍ତରଙ୍କ ପରାମର୍ଶରେ ଉଚିତ ଡାଏଟ ଫଲୋ କରନ୍ତୁ। କମ ମାତ୍ରାରେ ଲୁଣ ସେବନ କରନ୍ତୁ। କାରଣ ଏହାର ଅଧିକ ମାତ୍ରା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ।

– ଧୁମପାନଠୁ ଦୂରେଇ ରୁହନ୍ତୁ। ଏହାବ୍ୟତିତ କୋଣସି ନିଶାଦ୍ରବ୍ୟ ଯଦି ସେବନ କରୁଥାନ୍ତି ତେବେ ଯଥା ସମ୍ଭବ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। କାରଣ ଏହା କିଡନୀ ତଥା ଖାଦ୍ୟନଳୀକୁ ନଷ୍ଟ କରିଥାଏ। ମଣିଷକୁ ମୃତ୍ୟୁ ମୁଖରେ ପକାଇଥାଏ। ଏହା କାର୍ଡିଆ ବାସ୍କୁଲାର ସିଷ୍ଟମ ଉପରେ ଖରାପ ପ୍ରଭାବ ପକାଇଥାଏ।

KNews Bureau

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

17 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

28 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

41 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

44 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago