ରାଜ୍ୟ

ସ୍ୱାମୀର ଉନ୍ମତ୍ତ କାଣ୍ଡ: ସ୍ତ୍ରୀକୁ ପିଟି ପିଟି କଲା ହତ୍ୟା, ଏବେ ବେସାହାରା ୩ ଶିଶୁ

ଯାଜପୁର (କେନ୍ୟୁଜ) : ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀ ଗିରଫ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ସୁଭଦ୍ରାପୁର ମୁଣ୍ଡା ସାହିରେ। ଗତକାଲି ବିଳମ୍ବିତ ରାତିରେ ସାହିର ରବି ପିଙ୍ଗୁଆଙ୍କ ସ୍ତ୍ରୀ କୋଇଲି ଟୁଡୁଙ୍କର ମୃତ୍ୟୁ ହୋଇଛି। ତେବେ ମହିଳାଙ୍କ ମୃତ୍ୟୁ କିପରି ହୋଇଛି ତାହା ସ୍ପଷ୍ଟ ଜଣାପଡିନଥିବା ବେଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା  ଲାଗି ଏଭଳି କାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।

ଏପଟେ ଝିଅକୁ ପିଟି ପିଟି ମାରିଦେଇଥିବା ମୃତ କୋଇଲିଙ୍କ ମା ଆଜି ଧର୍ମଶାଳା ଥାନାରେ ଅଭିଯୋଗ କରିଛନ୍ତି। ଗତ ସପ୍ତାହ ତଳେ କୋଇଲିଙ୍କୁ ରବି ବାଡ଼ାବାଡ଼ି କରିଥିବା ପରିବାର ଲୋକେ ଖବର ପାଇଥିଲେ। ସ୍ୱାମୀ ରବି ମଦ ପିଇ କାମରୁ ଫେରି କୋଇଲିଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ଏଥିରେ କୋଇଲି ଗୁରୁତର ଭାବେ ଆହତ ହୋଇଥିଲେ। ଆହତ ହେବା ପରେ କୋଇଲିର ଆବଶ୍ୟକ ଚିକିତ୍ସା କରାଯାଇନଥିବାରୁ ତାର ମୃତ୍ୟୁ ହୋଇଥିବା  ପରିବାର ଲୋକେ ଅଭିଯୋଗରେ ଦର୍ଶାଇଛନ୍ତି।

ଏପଟେ ଖବର ପାଇ ଧର୍ମଶାଳା ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ସ୍ୱାମୀ ରବିକୁ ଗିରଫ କରିଛି। ତେବେ ମୃତ ମହିଳାଙ୍କ ମା ଥାନାରେ ହତ୍ୟା ଅଭିଯୋଗ କରିବା ପରେ ଧର୍ମଶାଳା ପୋଲିସ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ମୃତ କୋଇଲିଙ୍କର ୩ଟି ଛୋଟ ପିଲା ଅଛନ୍ତି। ସେଥିମଧ୍ୟରୁ ଜଣେ ୫ବର୍ଷର ପୁଅ, ଆଉ ଜଣେ ୩ବର୍ଷର ପୁଅ ଓ ଏକ ବର୍ଷର ଝିଅ ।

ତେବେ ଦିନ ମଜୁରିଆ ଭାବେ କାମ କରି ପାଲ ତଳେ ରହି ଆସୁଥିବା ଏହି ପରିବାରରେ ମାର ମୃତ୍ୟୁ ସହ ବାପା ଗିରଫ ହେବା ପରେ ଏହି ୩ଜଣ ଶିଶୁ ସମ୍ପୂର୍ଣ୍ଣ ବେସାହାରା ହୋଇ ପଡିଛନ୍ତି। ଏମାନଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି।

Sonalisa

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

1 hour ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

2 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

3 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

4 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

4 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

5 hours ago