ବିବାହ କରିବା ପୂର୍ବରୁ ଜୀବନସାଥୀଙ୍କୁ ପଚାରନ୍ତୁ ଏହି ୫ଟି ପ୍ରଶ୍ନ, ନହେଲେ ପସ୍ତେଇବେ

ଭାରତୀୟ ପରମ୍ପରା ଅନୁଯାୟୀ ବିବାହ କେବଳ ଦୁଇ ଜଣଙ୍କ ମଧ୍ୟରେ ନୁହେଁ ବରଂ ଦୁଇ ପରିବାର ମଧ୍ୟରେ ହୋଇଥାଏ। ଲଭ୍ ମ୍ୟାରେଜରେ ପୁଅ ଝିଅ ଦୁହେଁ ଦୁହିଁଙ୍କ ବିଷୟରେ ପୂର୍ବରୁ ଜାଣିଥାନ୍ତି କିନ୍ତୁ ଆରେଞ୍ଜ ମ୍ୟାରେଜରେ ଏମିତି ହୋଇ ନ ଥାଏ, ଯେଉଁ କାରଣରୁ କେତେକ ଥର ବିବାହ ପରେ ଆଗକୁ ତିକ୍ତତା ଦେଖା ଦେଇଥାଏ। ପରିବାର ଲୋକ ଧନ, ସମ୍ପତ୍ତି ଦେଖି ପ୍ରସ୍ତାବ ଠିକ କରିଥାନ୍ତି କିନ୍ତୁ କିଛି କଥା ଏମିତି ଅଛି ଯାହାକୁ ପୂର୍ବରୁ ବୁଝିନେବା ଉଚିତ।

ଆସନ୍ତୁ ଜାଣିବା ଏହି କଥା ଯାହା ଆପଣଙ୍କୁ ବିବାହ କରିବା ପୂର୍ବରୁ ନିଜର ଭାବି ଜୀବନସାଥୀକୁ ପଚାରିବା ଆବଶ୍ୟକ।

ଅଧିକ ପଢ଼ନ୍ତୁ : ଗୋଟିଏ ତକିଆକୁ ଅଧିକ ଦିନ ଯାଏ ବ୍ଯବହାର କରନ୍ତୁ ନାହିଁ, ନଚେତ୍ ଭୋଗିପାରନ୍ତି ଅନେକ ସମସ୍ଯା

ପ୍ରଥମେ ଆପଣ ଯାହାକୁ ବିବାହ କରିବାକୁ ଯାଉଛନ୍ତି ତାଙ୍କୁ ପଚାରନ୍ତୁ କଣ ସେ ସତରେ ମାନସିକ ରୂପରେ ବିବାହ ପାଇଁ ପ୍ରସ୍ତୁତ ଅଛନ୍ତି, ନା ସେ ପରିବାର ଲୋକଙ୍କ ବାଧ୍ୟକତାରେ ବିବାହ କରିବାକୁ ଚାହୁଁଛନ୍ତି।

ଆପଣ ଯାହାକୁ ବିବାହ କରିବାକୁ ଯାଉଛନ୍ତି ତାଙ୍କ ଚାକିରୀ ବିଷୟରେ ଭଲଭାବେ ପଚାରି ବୁଝନ୍ତୁ। ଅଧିକାଂଶ ସମୟରେ ଏମିତି ହୁଏଯେ କିଚି ଲୋକ ମିଛ କହି ମଧ୍ୟ ବିବାହ କରିଦେଉଛନ୍ତି। ଏଥିପାଇଁ ଆପଣଙ୍କୁ ଚାକିରୀ ଏବଂ ସାଲାରୀର ପୂରା ସୂଚନା ନେବା ଆବଶ୍ୟକ।

ପ୍ରଥମେ ନିଜର ଭାବି ଜୀବନସାଥୀଙ୍କର ପସନ୍ଦ ନାପସନ୍ଦ ବିଷୟରେ ଜାଣି ନିଅନ୍ତୁ। କାରଣ ତାଙ୍କର କୌଣସି ଅଭ୍ୟାସ ଆପଣଙ୍କୁ ପସନ୍ଦ ଆସି ନ ପାରେ। ପରେ ଆଗକୁ ଯାଇ ଦୁହିଁଙ୍କ ମଧ୍ୟରେ ବହୁତ ବିବାଦ ଦେଖାଦେଇପାରେ।

ଫ୍ୟାମିଲି ପ୍ଲାନିଙ୍ଗକୁ ନେଇ ପ୍ରଥମରୁ କଥା ହୋଇଯାନ୍ତୁ। ପିଲା କେତୋଟି ଏବଂ କେତେବେଳେ କରିବାକୁ ପଡିବ ଏହା ଆପଣଙ୍କୁ ନିଶ୍ଚିତ ଜାଣିବା ଦରକାର। ଏହି କଥାକୁ ନେଇ ପରେ ଆପଣଙ୍କ ସମ୍ପର୍କରେ ତିକ୍ତତା ଆସିପାରେ।

ଆପଣ ଏକା ରହିବାକୁ ଚାହୁଁଛନ୍ତି କିମ୍ବା ପରିବାର ସହିତ ରହିବାକୁ ଚାହୁଁଛନ୍ତି ଏହି ବିଷୟରେ ପୂର୍ବରୁ କଥା ହୋଇଯାନ୍ତୁ। ପରେ ଯେପରି ଏହି କଥାକୁ ନେଇ ଚିନ୍ତିତ ହୋଇ ଆପଣ ସାଥୀଙ୍କ ଚାପରେ ରହିବାକୁ ବାଧ୍ୟ ହେବେ,ତେବେ ଏହାଠାରୁ ଭଲ ଆପଣ ପ୍ରଥମରୁ କଥା ହୋଇଯାନ୍ତୁ।

KNews Bureau

Recent Posts

ଜାଣନ୍ତୁ, ଭୁବନେଶ୍ୱରରେ ଆଜିର ପେଟ୍ରୋଲ ଦର

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

43 mins ago

ଜାଣନ୍ତୁ କେତେ ରହିଛି ଆଜି ସୁନା ଦର

କେନ୍ୟୁଜ (ବ୍ୟୁରୋ) : ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା…

55 mins ago

ବିଦ୍ୟୁତ ଆଘାତରେ ଦନ୍ତା ମୃତ, ଖାଦ୍ୟ ଅନ୍ବେଷଣରେ ଗାଁକୁ ପଶି ଆସିଥିଲା

ସମ୍ବଲପୁର : ବିଦ୍ୟୁତ ଆଘାତରେ ଦନ୍ତା ମୃତ। ସମ୍ବଲପୁର ସଦର ରେଞ୍ଜ ଫରେଷ୍ଟ ଡିଭଜନ ଯୁଯୁମୁରା ରେଞ୍ଜ ବସିଆପଡା ଗାଁରେ…

1 hour ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ, ଦୁଇ ଗୁରୁତର

ନୂଆପଡ଼ା(କେନ୍ୟୁଜ): ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୪ ଜୀବନ । ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି…

2 hours ago

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

10 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

14 hours ago