ବିବାହ କରିବା ପୂର୍ବରୁ ଜୀବନସାଥୀଙ୍କୁ ପଚାରନ୍ତୁ ଏହି ୫ଟି ପ୍ରଶ୍ନ, ନହେଲେ ପସ୍ତେଇବେ

ଭାରତୀୟ ପରମ୍ପରା ଅନୁଯାୟୀ ବିବାହ କେବଳ ଦୁଇ ଜଣଙ୍କ ମଧ୍ୟରେ ନୁହେଁ ବରଂ ଦୁଇ ପରିବାର ମଧ୍ୟରେ ହୋଇଥାଏ। ଲଭ୍ ମ୍ୟାରେଜରେ ପୁଅ ଝିଅ ଦୁହେଁ ଦୁହିଁଙ୍କ ବିଷୟରେ ପୂର୍ବରୁ ଜାଣିଥାନ୍ତି କିନ୍ତୁ ଆରେଞ୍ଜ ମ୍ୟାରେଜରେ ଏମିତି ହୋଇ ନ ଥାଏ, ଯେଉଁ କାରଣରୁ କେତେକ ଥର ବିବାହ ପରେ ଆଗକୁ ତିକ୍ତତା ଦେଖା ଦେଇଥାଏ। ପରିବାର ଲୋକ ଧନ, ସମ୍ପତ୍ତି ଦେଖି ପ୍ରସ୍ତାବ ଠିକ କରିଥାନ୍ତି କିନ୍ତୁ କିଛି କଥା ଏମିତି ଅଛି ଯାହାକୁ ପୂର୍ବରୁ ବୁଝିନେବା ଉଚିତ।

ଆସନ୍ତୁ ଜାଣିବା ଏହି କଥା ଯାହା ଆପଣଙ୍କୁ ବିବାହ କରିବା ପୂର୍ବରୁ ନିଜର ଭାବି ଜୀବନସାଥୀକୁ ପଚାରିବା ଆବଶ୍ୟକ।

ଅଧିକ ପଢ଼ନ୍ତୁ : ଗୋଟିଏ ତକିଆକୁ ଅଧିକ ଦିନ ଯାଏ ବ୍ଯବହାର କରନ୍ତୁ ନାହିଁ, ନଚେତ୍ ଭୋଗିପାରନ୍ତି ଅନେକ ସମସ୍ଯା

ପ୍ରଥମେ ଆପଣ ଯାହାକୁ ବିବାହ କରିବାକୁ ଯାଉଛନ୍ତି ତାଙ୍କୁ ପଚାରନ୍ତୁ କଣ ସେ ସତରେ ମାନସିକ ରୂପରେ ବିବାହ ପାଇଁ ପ୍ରସ୍ତୁତ ଅଛନ୍ତି, ନା ସେ ପରିବାର ଲୋକଙ୍କ ବାଧ୍ୟକତାରେ ବିବାହ କରିବାକୁ ଚାହୁଁଛନ୍ତି।

tesionଆପଣ ଯାହାକୁ ବିବାହ କରିବାକୁ ଯାଉଛନ୍ତି ତାଙ୍କ ଚାକିରୀ ବିଷୟରେ ଭଲଭାବେ ପଚାରି ବୁଝନ୍ତୁ। ଅଧିକାଂଶ ସମୟରେ ଏମିତି ହୁଏଯେ କିଚି ଲୋକ ମିଛ କହି ମଧ୍ୟ ବିବାହ କରିଦେଉଛନ୍ତି। ଏଥିପାଇଁ ଆପଣଙ୍କୁ ଚାକିରୀ ଏବଂ ସାଲାରୀର ପୂରା ସୂଚନା ନେବା ଆବଶ୍ୟକ।

ପ୍ରଥମେ ନିଜର ଭାବି ଜୀବନସାଥୀଙ୍କର ପସନ୍ଦ ନାପସନ୍ଦ ବିଷୟରେ ଜାଣି ନିଅନ୍ତୁ। କାରଣ ତାଙ୍କର କୌଣସି ଅଭ୍ୟାସ ଆପଣଙ୍କୁ ପସନ୍ଦ ଆସି ନ ପାରେ। ପରେ ଆଗକୁ ଯାଇ ଦୁହିଁଙ୍କ ମଧ୍ୟରେ ବହୁତ ବିବାଦ ଦେଖାଦେଇପାରେ।

lifeଫ୍ୟାମିଲି ପ୍ଲାନିଙ୍ଗକୁ ନେଇ ପ୍ରଥମରୁ କଥା ହୋଇଯାନ୍ତୁ। ପିଲା କେତୋଟି ଏବଂ କେତେବେଳେ କରିବାକୁ ପଡିବ ଏହା ଆପଣଙ୍କୁ ନିଶ୍ଚିତ ଜାଣିବା ଦରକାର। ଏହି କଥାକୁ ନେଇ ପରେ ଆପଣଙ୍କ ସମ୍ପର୍କରେ ତିକ୍ତତା ଆସିପାରେ।

tensionଆପଣ ଏକା ରହିବାକୁ ଚାହୁଁଛନ୍ତି କିମ୍ବା ପରିବାର ସହିତ ରହିବାକୁ ଚାହୁଁଛନ୍ତି ଏହି ବିଷୟରେ ପୂର୍ବରୁ କଥା ହୋଇଯାନ୍ତୁ। ପରେ ଯେପରି ଏହି କଥାକୁ ନେଇ ଚିନ୍ତିତ ହୋଇ ଆପଣ ସାଥୀଙ୍କ ଚାପରେ ରହିବାକୁ ବାଧ୍ୟ ହେବେ,ତେବେ ଏହାଠାରୁ ଭଲ ଆପଣ ପ୍ରଥମରୁ କଥା ହୋଇଯାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.