Below header

ଇନଷ୍ଟାଗ୍ରାମର ନୂଆ ଫିଚର , ୟୁଜର୍ସଙ୍କୁ ମିଳିବ ଆକଉଣ୍ଟ ଭେରିଫିକେସନ୍ ବିକଳ୍ପ

ନୂଆଦିଲ୍ଲୀ : ଫଟୋ ଶେୟାରିଂ ଫ୍ଲାର୍ଟଫ୍ଳର୍ମ ଇନଷ୍ଟାଗ୍ରାମ ଏବେ ୟୁଜର୍ସଙ୍କୁ ଆକାଉଣ୍ଟ ଭେରିପିକେସନର ବିକଳ୍ପ ଆସିଛି। ଇନଷ୍ଟାଗ୍ରାମ ଏହାର ଆକାଉଣ୍ଟ ଭେରିଫିକେସନକୁ ସିକ୍ଯୁରିଟି ଫିଚର ଭାବେ ଲଞ୍ଚ କରାଯାଇଛି। ଏହା ଦ୍ବାରା  ଯେକୌଣସି ଗ୍ରାହକ ନିଜର ଆକାଉଣ୍ଟକୁ ଭେରିଫାଏଡ଼ କରିପାରିବେ। ତେବେ ଏହାକୁ ଏବେ କେବଳ ଆଇଓଏସ ଗ୍ରାହକଙ୍କ ପାଇଁ ଆରମ୍ଭ କରାଯାଇଛି। ଯଦି ଆପଣ ଜଣେ ଆନଡ଼୍ରୋଏଡ଼ ଗ୍ରାହକ ତେବେ ଆପଣଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ।

ନିଜ ଆକାଉଣ୍ଟକୁ ଭେରିଫାଏଡ଼ କରିବା ପାଇଁ ପ୍ରଥମେ ଏହାକୁ ଅପଡ଼େଟ କରିବାକୁ ପଡ଼ିବ। ଏହାପରେ ସେଟିଂରେ ଯାଇ ରିକ୍ଯୁଏଷ୍ଟ ଭେରିଫିକେସନର ବିକଳ୍ପ ଦେଖାଯିବ। ଏହାପରେ ଇନଷ୍ଟାଗ୍ରାମ ଆଇଡ଼ି, ନାମ ଏବଂ ଫଟୋ ସହ ନିଜର ଗୋଟିଏ ପରିଚୟ ପତ୍ର ଦେବାକୁ ପଡ଼ିବ। ଏହାପରେ କମ୍ପାନୀ ଆପଣଙ୍କ ସମସ୍ତ ଡ଼ାଟାର ଯାଞ୍ଚ କରିବ ଏବଂ ଆପଣଙ୍କୁ କନଫରମେସନର ମେଲ ଆସିବ। ଏହାପରେ ଆପଣଙ୍କ ଆକାଉଣ୍ଟ ଭେରିଫାଏଡ଼୍ ହୋଇଯିବା ସହ ଏହାର ପାର୍ଶ୍ବରେ ବ୍ଲୁ ଟିକ୍  ପଲାଇ ଆସିବ। ଏହି ସେବା କମ୍ପାନି ବଢ଼ୁଥିବା ଫେକ୍ ଆକାଉଣ୍ଟକୁ ରୋକିବା ପାଇଁ ଆରମ୍ଭ କରିଛି।

ନିଶ୍ଚିତ ପଢ଼ନ୍ତୁ: ୧୦ ଘଣ୍ଟା ବ୍ଯାଟେରୀ ବ୍ଯାକଅପ୍ ସହ ବଜାରରେ ଲଞ୍ଚ କଲା ଆସସ୍ ନୂଆ ଲାପଟପ୍

ଆପଣଙ୍କ ଜ୍ଞାନ ପାଇଁ କହିବାକୁ ଯାଉଛୁ , ଇନଷ୍ଟାଗ୍ରମରେ ଏହି ବ୍ଲୁ ଟିକ୍ ବା ଭେରିଫିକେସନ୍ ପ୍ରକ୍ରିୟା ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଥିଲା। ଏବେ ଏହାକୁ ସମସ୍ତ ସ୍ଥାନରେ ଲାଗୁ କରାଯାଇଛି। ଏବେ ଦେଖିବା ବାକି ରହିଲା ଗ୍ରାହକ ଏହାକୁ ନେଇ କେଉଁ ଭଳି ପକ୍ରିୟା ରଖୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.