Below header

ତାତିଲେ ମହିଳା : ବେଆଇନ୍‌ ମଦ ବିକ୍ରିକୁ ବିରୋଧ କରି ରାସ୍ତା ଅବରୋଧ

ଖୋର୍ଦ୍ଧା : ମଦ ବିରୋଧରେ ତାତିଲେ ମହିଳା । ବେଆଇନ୍‌ ମଦ ବିକ୍ରିକୁ ବିରୋଧ କରି ରାସ୍ତା ଅବରୋଧ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପାଇକରାପୁର ଗାଁର ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଗେଡ଼ିଆପଲ୍ଲୀଠାରେ ମଦ ବୋତଲ ରଖି ଟାୟାର ଜାଳି ରାସ୍ତାରୋକ କରିଥିଲେ । ଫଳରେ ଖୋର୍ଦ୍ଧା-କଣ୍ଟିଲୋ ମୁଖ୍ୟ ରାସ୍ତାରେ ବାଧାପ୍ରାପ୍ତ ହୋଇଥିଲା ଗାଡ଼ିମୋଟର ଚଳାଚଳ । ଅଭିଯୋଗ ହୋଇଛି, ଗେଡ଼ିଆପଲ୍ଲୀ ଗାଁରେ ଥିବା ଏକ ଢ଼ାବାରେ ବେଆଇନ ଭାବରେ ମଦ ବିକ୍ରି ହେଉଛି । ବାରମ୍ବାର ପୋଲିସରେ ଅଭିଯୋଗ କଲେ ବି କାର୍ୟ୍ୟାନୁଷ୍ଠାନ ନହେବାରୁ ସ୍ଥାନୀୟ ଅଞ୍ଚଳର ମହିଳାମାନେ ଆନ୍ଦୋଳକୁ ଓହ୍ଲାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.