ବିଶ୍ୱ କପ୍‌ ହକି ପାଇଁ ବାଜିଲା ବିଗୁଲ୍‌

ଭୁବନେଶ୍ବର : ବିଶ୍ୱ କପ୍‌ ହକି ପାଇଁ ବାଜିଲା ବିଗୁଲ୍‌ । ୯୦ ଦିନିଆ କାଉଣ୍ଟ ଡାଉନ୍‌ ଆରମ୍ଭ ହେଉଛି । କଳିଙ୍ଗ ଷ୍ଟା଼ଡିୟମ୍‌ରେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଆଜିଠୁ ଆରମ୍ଭ ହୋଇଛି MY HEART BEATS FOR HOCKEY କ୍ୟାମ୍ପେନ୍‌ । ଜାତୀୟ କ୍ରୀଡ଼ା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହି କ୍ୟାମ୍ପେନର ଶୁଭାରମ୍ଭ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ୍‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଛନ୍ତି, ହକି ବିଶ୍ୱକପ୍‌ ପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଯାଇଛି। ୯୦ ଦିନ ଧରି ଚାଲିବ ପ୍ରଚାର। ବିଶ୍ୱକପ୍‌ ଭୁବନେଶ୍ୱରରେ ଆୟୋଜିତ ହେବା ଗର୍ବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

hockey  naveenଏହି ଅବସରରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି । ଖେଳର ପ୍ରଚାର ପ୍ରସାର ପାଇଁ ନାରାୟଣ ସାହୁ ଏବଂ ଓଡ଼ିଶା ମାଇନିଂ କର୍ପୋରେସନ ଲିମିଟେଡକୁ ପୁରସ୍କୃତ କରାଯାଇଛି । ଉଭୟଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି । କ୍ରୀଡ଼ାରେ ଶ୍ରେଷ୍ଠତା ପାଇଁ ଅମିତ ରୋହିଦାସ ଓ ସୁନୀତା ଲାକ୍ରା ପୁରସ୍କୃତ ହୋଇଛନ୍ତି । ଉଭୟଙ୍କୁ ୨ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଦିଆଯାଇଛି । ସେହିପରି ପ୍ରଶିକ୍ଷଣରେ ଶ୍ରେଷ୍ଠତା ପାଇଁ ସଞ୍ଜୟ ଗଡ଼ନାୟକଙ୍କୁ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । କ୍ରୀଡ଼ା ସାମ୍ବାଦିକତା ପାଇଁ ସୁଜିତ ଦାସଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯାଇଛି । ସମାଜ ସେବା ପାଇଁ ୪ ଜଣଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର ମିଳିଛି । ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରିୟବ୍ରତ ପଣ୍ଡା, ଏନ୍‌. ସନ୍ତୋଷ କୁମାର ଓ କ୍ଷୀରୋଦ ସାହୁ ପୁରସ୍କୃତ ହୋଇଛନ୍ତି । ୪ ଜଣଙ୍କୁ ୨୫ ହଜାର ଲେଖାଏ ଦିଆଯାଇଛି । ୨ ଜଣ ଦୃଷ୍ଟିହୀନ କ୍ରିକେଟର ମହମ୍ମଦ ଜାଫର ଇକବାଲ ଓ ପଙ୍କଜ ଭୁଏ ପୁରସ୍କୃତ ହୋଇଛନ୍ତି । ଚମତ୍କାର ପ୍ରଦର୍ଶନ ପାଇଁ ଇକବାଲ ଓ ପଙ୍କଜଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.