ପୁଣି ହସିବେ ଦର୍ଶକ : ଏହି ସୋ ଦ୍ବାରା ଟେଲିଭିଜନକୁ ପୁଣି ଫେରୁଛନ୍ତି କପିଲ ଶର୍ମା

ମୁମ୍ବାଇ :କମେଡ଼ି କିଙ୍ଗ କପିଲ ଶର୍ମାଙ୍କ ପ୍ରଶଂସକଙ୍କ ଅପେକ୍ଷା ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଖୁବ ଶୀଘ୍ର ସେ ଟେଲିଭିଜନରେ ପୁଣି ଥରେ ଫେରିବାକୁ ଯାଉଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, କପିଲ ଶର୍ମା ପୁଣିଥରେ ‘ଦ କପିଲ ଶର୍ମା ସୋ’ର ନୂଆ ସିଜନରେ ନଜର ଆସିବାକୁ ଯାଉଛନ୍ତି।
କପିଲଙ୍କ ସ୍ବସ୍ଥ୍ଯ ପୂର୍ବ ଅପେକ୍ଷା ଠିକ ରହିଛି ଯାହା ଫଳରେ ସେ ଖୁବ ଶୀଘ୍ର ଟେଲିଭିଜନକୁ ପୁଣିଥରେ ଫେରିବା ଖବର ଆସିଛି। କପିଲ ନିକଟରେ ଏକ ମିଡ଼ିଆ ସାକ୍ଷାତକାରରେ କହିଛନ୍ତି “ମୁଁ ମୋ ଫ୍ଯାନ୍ସ ମାନଙ୍କୁ ଏହା କହିବାକୁ ଚାହୁଁଛି କି, ମୁଁ ଖୁବ୍ ଶୀଘ୍ର କପିଲ ଶର୍ମାର ଆଉ ଗୋଟିଏ ନୂଆ ସିଜନ ସହ ଫେରୁଛି। ଏହି ସୋ ପୁଣି ଥରେ ଫ୍ଯାନ୍ସଙ୍କ ମନରେ ସେହି ଛାପ ଛାଡ଼ିବା ସହ ତାଙ୍କ ଭଲ ପାଇବା ପାଇବ ବୋଲି ମୋ ଆଶା। ତେବେ ଏବେ ଖୁବ ଶୀଘ୍ର ସୋର ସୁଟିଂ ଆରମ୍ଭ ହେବାକୁ ଯାଉଛି।
ଆହୁରି ପଢ଼ନ୍ତୁ:କାଜଲଙ୍କ ଫ୍ୟାନଙ୍କ ପାଇଁ ଖରାପ ଖବର ।
କପିଲ ସୋ ଛଡ଼ା ନିଜ ସ୍ବାସ୍ଥ୍ଯା ବିଷୟରେ ମଧ୍ୟ ସୂଚନା ହେଉଛନ୍ତି। ସେ କହିଛନ୍ତି “ମୋ ଶରୀର ଅସୁସ୍ଥ ରହିବାର ଅନେକ କାରଣ ରହିଥିଲା। କିନ୍ତୁ ଏବେ ମୁଁ ନିଜର ଖୁବ୍ ଧ୍ୟାନ ଦେଲି ଏବଂ ଏଥିରେ ଏବେ ବହୁତ ସୁଧାର ରହିଛି।
କପିଲ ଟିଭି ସୋର ପ୍ରସ୍ତୁତି ସହ ନିଜର ବ୍ଯାନର ତଳେ ଗୋଟିଏ ପଞ୍ଜାବି ଫିଲ୍ମ ମଧ୍ୟ ପ୍ରସ୍ତୁତ କରିଛନ୍ତି। ଏହି ଫିଲ୍ମର ନାମ ରହିଛି ‘ସନ ଅଫ୍ ମନଜିତ୍’ ଏବଂ ଏହା ୧୨ ଅକ୍ଟବରରେ ରିଲିଜ୍ ହେବାକୁ ଯାଉଛି।