Below header

ବର୍ବରତାର ସୀମା ଟପିଲା ପୋଲିସ୍ : ବୃଦ୍ଧାଙ୍କ ଚୁଟି ଧରି ତଳେ ପକାଇବା ସହ ମାରିଲା ମାଡ

କିଛି ଦିନ ତଳେ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଜଣେ ବ୍ୟକ୍ତିଙ୍କୁ ନିଜ ବୁଟରେ ଅତ୍ୟନ୍ତ ନିର୍ଦ୍ଦୟର ସହ ପିଟୁଛନ୍ତି ୟୁପିର ପୋଲିସ୍ ଅଫିସର୍ । ଏବେ ଠିକ୍ ସେମିତି ଏକ ଭିଡିଓ ଆସିଛି ସାମ୍ନାକୁ । ଯାହା ଖୋଲିଛି ପଂଜାବ ପୋଲିସର ଅସଲ ଚେହେରା । ପଂଜାବ ପୋଲିସର ଜଣେ ଏସଆଇ ଅତ୍ୟନ୍ତ ବର୍ବରତାର ସହ ଜଣେ ବୟସ୍କ ମହିଳାଙ୍କୁ ପିଟୁଛନ୍ତି । ଘଟଣାଟି ଭଟିଣ୍ଡାର ବୋଲି ଜଣା ପଡିଛି।

ଅଭିଯୋଗ ଅନୁସାରେ, ମହିଳା ଜଣକ ଗୋଟିଏ ଇଟା ଭାଟିରେ କାମ କରନ୍ତି । କିନ୍ତୁ ଇଟା ଭାଟିର ମାଲିକ ଶ୍ରମିକ ମାନଙ୍କୁ ସେମାନଙ୍କ ଉଚିତ୍ ପାରିଶ୍ରମିକ ଦିଅନ୍ତି ନାହିଁ । ଯାହାକୁ ବିରୋଧ କରି ଶ୍ରମିକ ମାନେ ଆନ୍ଦୋଳନ କରୁଥିଲେ । ସେମାନଙ୍କୁ ଧାରଣାରୁ ହଟାଇବା ପାଇଁ ଇଟାଭାଟିର ମାଲିକ ପୋଲିସ୍ ଡକାଇଥିଲେ ।

ଯେତେବେଳେ ପୋଲିସ୍ ଶ୍ରମିକ ମାନଙ୍କୁ ଜବରଦସ୍ତ ଘଟଣା ସ୍ଥଳରୁ ହଟାଇବାକୁ ଚେଷ୍ଟା କରିଥିଲା ସେତେବେଳେ ମହିଳା ଜଣଙ୍କ ଏହାର ବିରୋଧ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ଏସଆଇ କୁଲଦୀପ ସିଂହ ଉକ୍ତ ମହିଳାଙ୍କୁ ଗାଳି କରିବା ଆରମ୍ଭ କରିଥିଲେ । ହେଲେ ଏତିକିରେ ଏସଆଇଙ୍କ ମନ ବୁଝିନଥିଲା । ଆଉ ଟପି ଯାଇଥିଲେ ବର୍ବରତା ସମସ୍ତ ସୀମା । ପୀଡିତାଙ୍କ ଚୁଟି ଧରି ତଳେ ପକାଇବା ସହ ମାଡ ମାରିଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.