Below header

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର : ବଢିଲା ମହଙ୍ଗା ଭତ୍ତା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । କର୍ମଚାରୀଙ୍କ ମହଙ୍ଗା ଭତାକୁ ଆଉ ୨ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର । ଏହି ବୃଦ୍ଧି ସହ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତା ୭ ପ୍ରତିଶତରୁ ବଢି ୯ ପ୍ରତିଶତ ହୋଇଛି ।  ୨୦୧୮ ଜୁଲାଇ ପହିଲାରୁ ଏହି ଭତା ପିଛଲା ଭାବେ ଲାଗୁ ହେବ ।

ମହଙ୍ଗା ଭତ୍ତା ବଢ଼ିବା ପରେ ୧.୧୦ କୋଟି ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ଏହି ସୁବିଧା ମିଳିବ । ସପ୍ତମ ବେତନ ଆୟୋଗର ଫର୍ମୁଲା ଅନୁସାରେ ଏହି ବୃଦ୍ଧି କରାଯାଉଛି ।ଏହା ପୂର୍ବରୁ କେନ୍ଦ୍ରୀୟ ମନ୍ତ୍ରୀ ମଣ୍ଡଳ ମହଙ୍ଗା ଭତ୍ତାରେ ୨ପ୍ରତିଶତ ବୃଦ୍ଧି କରିଥିଲା । ଏହି ବର୍ଷ ମାର୍ଚ୍ଚରେ ଏହାର ଘୋଷଣା କରାଯାଇଥିଲା । ଜାନୁୟାରୀ ପହିଲାରୁ ଏହି ଏରିୟର ଲାଗୁ ହୋଇଥିଲା ।

କଣ ଏହି ମହଙ୍ଗା ଭତ୍ତା :

ମହଙ୍ଗା ଭତ୍ତା ଅଥବା ଡିଏ ହେଉଛି, ଯିଏ ସରକାରୀ କର୍ମଚାରୀ, ପବ୍ଲିକ ସେକ୍ଟର କର୍ମଚାରୀ ଏବଂ ପେନସନଧାରୀଙ୍କୁ ଦିଆ ଯାଇଥାଏ।
ଭାରତ ଭଳି ପାକିସ୍ତାନ ଏବଂ ବାଙ୍ଗଲାଦେଶରେ ଡିଏ ଦିଆଯାଇଥାଏ । ଏହା ବର୍ଦ୍ଧିତ ଦରମା ଏବଂ ବେସିକ ଦରମା ଆଧାରରେ ନିଷ୍ପତ୍ତି ନିଆଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.