ଆଇନଜୀବୀଙ୍କୁ ପୋଲିସର ମାଡ଼ ଅଭିଯୋଗ ଘଟଣା : ଆସନ୍ତାକାଲି ଓକିଲଙ୍କ କାର୍ୟ୍ୟବନ୍ଦ ଆନ୍ଦୋଳନ

କଟକ : କଟକରେ ଜଣେ ଓକିଲଙ୍କୁ ପୋଲିସର ମାଡ଼ ଅଭିଯୋଗ ଘଟଣାରେ କୋର୍ଟ କାର୍ୟ୍ୟରେ ଯୋଗଦେବେନି ଓକିଲ। ଆସନ୍ତାକାଲି ୧ଟା ୩୦ ଯାଏଁ ଓକିଲଙ୍କ କାର୍ୟ୍ୟବନ୍ଦ ଆନ୍ଦୋଳନ ଜାରି ରହିବ। ଏନେଇ ହାଇକୋର୍ଟ ବାର୍‌ ଆସୋସିଏସନ ପକ୍ଷରୁ ବିଚାରପତିଙ୍କୁ ଅବଗତ କରାଯାଇଛି। ପୋଲିସର ମାଡ଼ ପ୍ରତିବାଦରେ ଓକିଲ ସଂଘ ପକ୍ଷରୁ ଗତକାଲି ରାତିରେ ଚାଉଳିଆଗଞ୍ଜ ଥାନା ଘେରାଉ କରାଯାଇଥିଲା । ତୁରନ୍ତ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ତେବେ ଓକିଲଙ୍କୁ ପୋଲିସର ମାଡ଼ର କାରଣ ଅସ୍ପଷ୍ଟ ରହିଛି ।