କେବେ ଭାବିଛନ୍ତି ଖାଇବା ପରେ କାହିଁକି ଖିଆଯାଏ ପାନମଧୁରୀ ? ଯଦି ଜାଣି ନାହାଁନ୍ତି ତେବେ ପଢନ୍ତୁ ଏହି ରିପୋର୍ଟ

ଆପଣ ପ୍ରାୟେ ସବୁ ବାହାଘର ଭୋଜିରେ କିମ୍ବା ହୋଟେଲରେ ଖାଇବା ପରେ ପାଖରେ ପାନମଧୁରୀ ରଖାଯାଇଥିବା ଦେଖିଥିବେ । ଯାହାକୁ ଆପଣମାନେ ଖାଇ ସାରିବାପରେ ହିଁ ଖାଇଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଖାଇବା ପରେ କାହିଁକି ପାନମଧୁରୀକୁ ଖିଆଯାଇଥାଏ ? କହିବାକୁ ଗଲେ ସବୁଥର ଖାଇବା ପରେ ପାନମଧୁରୀ ଏଇଥି ପାଇଁ ଖିଆଯାଇଥାଏ କି ଏହା ଖାଇବା ଦ୍ବାରା ପାଚନ ଶକ୍ତି ବଢିଥାଏ, ଯାହାଦ୍ବାରା ଖାଦ୍ୟ ଶିଘ୍ର ହଜମ ହୋଇଥାଏ ।

ତେବେ ଏହି ପାନମଧୁରୀରେ ଯଦି ଚିନି କିମ୍ବା ମିଶ୍ରି ମିଶିଥାଏ ତେବେ ଆହୁରି ଅଧିକ ଲାଭଦାୟକ ହୋଇଥାଏ । ତେବେ କାହିଁକି ଖାଇବା ପରେ ପାନମଧୁରୀକୁ ଖିଆଯାଇଥାଏ ତାହା ତ ଆପଣମାନେ ଜାଣିଲେ, କିନ୍ତୁ ଏହାଛଡା ମଧ୍ୟ ଏହାର ଆହୁରି ଲାଭଦାୟକ ଗୁଣ ରହିଛି । ତେବେ ଚାଲନ୍ତୁ ଜାଣିବେ କଣ ସବୁ ଲାଭ ହୋଇଥାଏ ଏହି ପାନମଧୁରୀ ଖାଇବା ଦ୍ବାରା ।

ଏହା ସହ ପଢନ୍ତୁ ଘରେ ରହିବେନି ମୂଷା, ଯଦି କରିବେ ଏହି ଜବରଦସ୍ତ ଘରୋଇ ଉପାୟ

କଣ ପାଇ ପାନମଧୁରୀ ଖାଇବା ପରେ ଖିଆଯାଇଥାଏ

ପାନମଧୁରୀ ଗଳାକୁ ସଫା ରଖିଥାଏ ଏଥିପାଇଁ ଯେବେ ବଡ ବଡ ଗାୟକ ଗୀତ ଗାଇଥାନ୍ତି ସେତେବେଳେ ପ୍ରାୟ ସେମାନେ ପାନମଧୁରୀ ଖାଇଥାନ୍ତି । ଏହାଛଡା ଏହି ପାନମଧୁରୀ ଖାଇବା ଦ୍ବାରା ମଧ୍ୟ ଆହୁରି ଅନେକ ଫାଇଦା ମିଳିଥାଏ ।

୧. ବାଦାମ, ପାନମଧୁରୀ ଏବଂ ମିଶ୍ରିକୁ ଏକତ୍ରୀତ ମିଶାଇ ଏହାକୁ ଗ୍ରାଇଣ୍ହିଙ୍ଗ କରନ୍ତୁ। ଏହାପରେ ଆପଣ ନିୟମିତ ଭାବରେ ସବୁ ରାତି ଏବଂ ଦିନରେ ଖାଇବା ପରେ ଖାଆନ୍ତୁ । ଏହିପରି କରିବା ଦ୍ବାରା ଆପଣଙ୍କ ପାଚନ ଶକ୍ତି ଭଲ ହେବାସହ ସ୍ମରଣ ଶକ୍ତି ମଧ୍ୟ ପ୍ରଖର ରହିବ ।

୨. ଯଦି କୌଣସି ମହିଳା ମାନଙ୍କର ଅନିୟମିତତା ଭାବେ ମାସିକ ଋତୁସ୍ରାବ କିମ୍ବା ପେଟରେ କୌଣସି ପିଡା ଅନୁଭୂତ ହେଉଥିବ ତେବେ ସେହି ମହିଳାମାନେ ନିୟମିତ ଭାବେ ଏହି ପାନମଧୁରୀ ଖାଆନ୍ତୁ । ଏହାର ପରିମାଣ ଆପଣ ଦୁଇମାସ ମଧ୍ୟରେ ହିଁ ଜାଣିପାରିବେ ।

୩. ପ୍ରତିଦିନ ପାନମଧୁରୀ ଖାଇବା ଦ୍ବାରା ଆପଣଙ୍କ ଆଖିରେ ଦେଖିବା ଶକ୍ତି ଠିକ୍ ରହିଥାଏ । ଯଦି ଆପଣ ଚାହିଁବେ ତେବେ ଏହାସହ ମିଶ୍ରି ମଧ୍ୟ ମିଶେଇକି ଖାଇପାରିବେ ।

୪. ଯଦି କାହା ପାଟିରୁ କୌଣସି ପ୍ରକାରର ଦୁର୍ଗନ୍ଧ ବାହାରୁଛି ତେବେ ସେମାନେ ନିୟମିତ ଭାବେ ପାନମଧୁରୀ କୁ ତିନି ରୁ ଚାରି ଥର ପ୍ରତିଦିନ ଅଧଚାମଚ ଲେଖାଏଁ ନିହାତି ଖାଇବା ଦରକାର । ଏପରି କରିବା ଦ୍ବାରା ମୁହଁରୁ ଦୁର୍ଗନ୍ଧ ଆସିବା ବନ୍ଦ ହେବା ସହ ନିଶ୍ବାସରୁ ଆସୁଥିବା ଦୁର୍ଗନ୍ଧ ମଧ୍ୟ ବନ୍ଦ ହୋଇଥାଏ ।

୫.ପ୍ରତିଦିନ ଯଦି ଆପଣ ସକାଳେ ଖାଲିପେଟରେ ପାନମଧୁରୀ ଖାଇବେ, ତେବେ ରକ୍ତ ପରିଷ୍କାର ହେବା ସହ ଚେହେରା ରେ ଚମକ ଆସିଥାଏ ।

୬.ପାନମଧୁରୀ ରେ କାଲସିୟମ ,ପୋଟାସିୟମ ଛଡା ଆଇରନ୍ ଆଉ ସୋଡିୟମ ଭଳି ଔଷଧୀୟ ଗୁଣ ମିଳିଛି । ଯାହାକୁ ପ୍ରତିଦିନ ଖାଇବା ଦ୍ବାରା ଆପଣଙ୍କ ଶରୀରରେ ଥିବା ସମସ୍ତ ଅଭାବକୁ ଏହା ଦୂର କରିଥାଏ ।

ଏହା ସହ ପଢନ୍ତୁ ଜାଣିବାକୁ ଚାହୁଁଛନ୍ତି ତମ୍ବା ପାତ୍ରରେ ପାଣି ପିଇଲେ କି ଲାଭ ମିଳେ ? ପଢନ୍ତୁ ଏହି ରିପୋର୍ଟ

୭. ପ୍ରତିଦିନ ପାନମଧୁରୀ ଖାଇବା ଦ୍ବାରା କାଶ, ମୁଖ କୁଞ୍ଚନ ଏବଂ ଲୁଜ୍ ମୋସନ୍ ଭଳି ରୋଗରୁ ମୁକ୍ତି ମିଳିଥାଏ ।

୮. ଯଦି ଆପଣଙ୍କ କଣ୍ଠ ଅଳ୍ପ ବହୁତ ଭଲ ଅଛି, ଏବଂ ଆପଣ ଯଦି ପ୍ରତିଦିନ ରିୟାଜ୍ କରୁଛନ୍ତି ତେବେ ଆପଣ ପ୍ରତିଦିନ ପାନମଧୁରୀକୁ ଗୁଣ୍ଡ କରି ଗରମ ପାଣିରେ ଖାଇବା ଦ୍ବାରା କଣ୍ଠ ଆହୁରି ମଧୁର ହୋଇଯିବ ।

୯. ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଶରୀରରେ କୋଲଷ୍ଟୋଲ ନବଢୁ ତେବେ ଆପଣ ୩୦ ମିନିଟ୍ କୁ ଥରେ ଗୋଟେ ଚାମଚ ଲେଖାଏଁ ପାନମଧୁରୀ ଖାଆନ୍ତୁ । ଏହା ଆପଣଙ୍କ ବଢିଥିବା କୋଲଷ୍ଟୋଲକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।

୧୦. ଯଦି ଆପଣ କାଶ ଯନିତ ରୋଗରେ ପିଡିତ ଅଛନ୍ତି, ତେବେ ଆପଣ ଗୋଟେ ଚାମଚ ପାନମଧୁରୀ ଦୁଇ କପ୍ ଗରମ ପାଣିରେ ମିଶାଇକି ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାପରେ ଦିନରେ ଦୁଇ ରୁ ତିନି ଥର ଏହି ମଶ୍ରଣକୁ ପିଅନ୍ତୁ । ଦେଖିବେ କିଭଳି କାଶ ଆପଣଙ୍କ ପାଖ ଛାଡି ପଳାଇବ ।

KNews Bureau

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

12 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

14 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

49 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago