ଦିଲ୍ଲୀରେ ମେକ୍‌ ଇନ୍‌ ଓଡ଼ିଶା ପାଇଁ ରୋଡ ସୋ : ବହୁ ଶିଳ୍ପପତି ଓ ଷ୍ଟାର୍ଟଅପ୍‌ କଂପାନୀ ସାମିଲ

ଓଡ଼ିଶା ଖଣିଜ ସମ୍ପଦରେ ଭରପୁର ରହିଛି । ଭାରତର ଆଲୁମିନିୟମ୍ କ୍ୟାପିଟାଲ ହେଉଛି ଓଡ଼ିଶା । ଦେଶର ୫୪ ପ୍ରତିଶତ ଆଲୁମିନିୟମ ଓଡ଼ିଶାରେ ଉତ୍ପାଦନ ହେଉଛି । ଷ୍ଟିଲ ହବ୍ ଭାବେ ମଧ୍ୟ ଓଡ଼ିଶା ପରିଗଣିତ । ଦିଲ୍ଲୀରେ ଆୟୋଜିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଞ୍ଜି ନିବେଶ ପାଇଁ ନିବେଶକଙ୍କୁ ଓଡ଼ିଶାରେ ଥିବା ସମ୍ଭାବନାର ତାଲିକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ କହିଛନ୍ତି, ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି । ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଅଗ୍ରଗତି କରିଛି । ସଡ଼କ ସଂଯୋଗୀକରଣରେ ୫୦ ପ୍ରତିଶତ ବୃଦ୍ଧି ପାଇଛି ।

ଶିଳ୍ପପତିଙ୍କୁ ସୁହାଇଲା ଭଳି ସବୁ ସୁବିଧା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ଟିମ୍ ଓ୍ଵାର୍କ, ଟ୍ରାନ୍ସପରେନ୍ସି ଓ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ । ଷ୍ଟାର୍ଟଅପ କ୍ଷେତ୍ରରେ ୨୦୨୦ ସୁଦ୍ଧା ଟପ୍ ୩ରେ ଓଡ଼ିଶା ରହିବା ଲକ୍ଷ୍ୟଥିବା ଓଡ଼ିଶା କନକ୍ଲେଭରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।ଦିଲ୍ଲୀରେ ଆୟୋଜିତ ଏହି କନକ୍ଲେଭରେ ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ନବୀନ ଜିନ୍ଦଲ, ଓୟେ ରୁମସର ଅଧ୍ୟକ୍ଷ ରିତେଶ ଅଗ୍ରଓ୍ଵାଲ, ସାହି ଏକ୍ସପର୍ଟର ଏମ୍ଡି ହରିଶ ଆହୁଜା, ତକାହଟା ପ୍ରେସିସସର ଏମଡି ନବୁୟୁକି ଆକୋ ଓ ଏସଏମଏସ୍ ଗ୍ରୁପ୍ ଅଫ୍ ଇଈଣ୍ଡିଆର ସିଇଓ ମାର୍କ ହୋଫ୍ ମ୍ୟାନ୍ ଯୋଗ ଦେଇଥିଲେ ।

ସେହିପରି ରାଜ୍ୟ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଓଡ଼ିଶାରେ ବିଜନେସ୍ ଇକୋ ସିଷ୍ଟମ ନେଇ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା । ଆସନ୍ତା ୨୬ ତାରିଖରେ ଚେନ୍ନାଇରେ ରୋଡ ସୋ ହେବ । ଏହାପରେ ନଭେମ୍ବର ୧୧ରୁ ୧୫ ପର‌୍ୟ୍ୟନ୍ତ ମେକ ଇନ୍ ଓଡିଶା କନକ୍ଲେଭ୍ ଆୟୋଜିତ ହେବ ।

KNews Bureau

Recent Posts

ମଣିଷ ଶରୀରରେ କେତେ ଉତ୍ତାପ ବହନ କରିବାର କ୍ଷମତା ରହିଛି ?

ବିଶ୍ୱର ଅନେକ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ହେତୁ ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ ଏହି ଉତ୍ତାପକୁ ସହ୍ୟ କରିବା…

26 mins ago

ହାତୀ ଆତଙ୍କ, ରାସ୍ତାରେ ରାତ୍ରି ଯାପନ କରୁଛନ୍ତି ଲୋକେ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର କଲମପୁର ଅଞ୍ଚଳରେ ଗତ କିଛିଦିନ ହେଲା ବଣୁଆ ହାତୀ ଆତଙ୍କ ଖେଲାଇଛି । କିଛି…

46 mins ago

ମହାରାଷ୍ଟ୍ର: ରାସାୟନିକ କାରଖାନାରେ ବଏଲର ଫାଟି ଭୟଙ୍କର ବିସ୍ଫୋରଣ, ୪ ମୃତ; ୩୦ ଆହତ

ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଏକ ରାସାୟନିକ କାରଖାନାରେ ନିଆଁ ଲାଗିଥିବାର ଖବର ଆସିଛି । କାରଖାନା ଭିତରେ ବଏଲର ଫାଟିଯିବା…

56 mins ago

ଓଜନ କମ୍‌ କରିବା ପାଇଁ ଓ୍ଵାକ ସମୟରେ ଧ୍ୟାନ ରଖନ୍ତୁ ଏହି ସବୁ ଜିନିଷ

ଯେକୌଣସି ସମୟରେ ଓ୍ଵାକିଂ କରିବା ହେଉଛି ସବୁଠାରୁ ସହଜ ଫିଟନେସ୍ ଏକ୍ସରସାଇଜ୍‌ । ତେବେ ପ୍ରତିଦିନ ଓ୍ଵାକ ଆପଣଙ୍କ ପୁରା…

59 mins ago

ସାଲେପୁର ବିଜୟ ସଂକଳ୍ପ ସମାବେଶରେ ଗୁରୁମନ୍ତ୍ର ଦେଲେ ଯୋଗୀ ଆଦିତ୍ୟନାଥ

ସାଲେପୁର : ଆଜି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡିଶା ଗ୍ରସ୍ତରେ ଆସି ସାଲେପୁର କୁଳିଆ ଆର ଏମସି…

1 hour ago

ପକୁଡି ଅଧିକା ମାଗିଦେଲା ବୋଲି ନିଜ ଝିଅକୁ ମାରିଦେଲା ମାଆ, ହେଲେ ସାନଭାଇ ଖୋଲିଦେଲା ରହସ୍ୟ

ଉମରକୋଟ (କେନ୍ୟୁଜ) : ଏଇ ସେହି ମାଆ । ଯାହାର ଟିକିଏ ବି ନିଜ ଛୁଆ ପାଇଁ ସ୍ନେହ ମମତା…

1 hour ago