ଦିଲ୍ଲୀରେ ମେକ୍‌ ଇନ୍‌ ଓଡ଼ିଶା ପାଇଁ ରୋଡ ସୋ : ବହୁ ଶିଳ୍ପପତି ଓ ଷ୍ଟାର୍ଟଅପ୍‌ କଂପାନୀ ସାମିଲ

ଓଡ଼ିଶା ଖଣିଜ ସମ୍ପଦରେ ଭରପୁର ରହିଛି । ଭାରତର ଆଲୁମିନିୟମ୍ କ୍ୟାପିଟାଲ ହେଉଛି ଓଡ଼ିଶା । ଦେଶର ୫୪ ପ୍ରତିଶତ ଆଲୁମିନିୟମ ଓଡ଼ିଶାରେ ଉତ୍ପାଦନ ହେଉଛି । ଷ୍ଟିଲ ହବ୍ ଭାବେ ମଧ୍ୟ ଓଡ଼ିଶା ପରିଗଣିତ । ଦିଲ୍ଲୀରେ ଆୟୋଜିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଞ୍ଜି ନିବେଶ ପାଇଁ ନିବେଶକଙ୍କୁ ଓଡ଼ିଶାରେ ଥିବା ସମ୍ଭାବନାର ତାଲିକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ କହିଛନ୍ତି, ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି । ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଅଗ୍ରଗତି କରିଛି । ସଡ଼କ ସଂଯୋଗୀକରଣରେ ୫୦ ପ୍ରତିଶତ ବୃଦ୍ଧି ପାଇଛି ।

ଶିଳ୍ପପତିଙ୍କୁ ସୁହାଇଲା ଭଳି ସବୁ ସୁବିଧା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ଟିମ୍ ଓ୍ଵାର୍କ, ଟ୍ରାନ୍ସପରେନ୍ସି ଓ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ । ଷ୍ଟାର୍ଟଅପ କ୍ଷେତ୍ରରେ ୨୦୨୦ ସୁଦ୍ଧା ଟପ୍ ୩ରେ ଓଡ଼ିଶା ରହିବା ଲକ୍ଷ୍ୟଥିବା ଓଡ଼ିଶା କନକ୍ଲେଭରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।ଦିଲ୍ଲୀରେ ଆୟୋଜିତ ଏହି କନକ୍ଲେଭରେ ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ନବୀନ ଜିନ୍ଦଲ, ଓୟେ ରୁମସର ଅଧ୍ୟକ୍ଷ ରିତେଶ ଅଗ୍ରଓ୍ଵାଲ, ସାହି ଏକ୍ସପର୍ଟର ଏମ୍ଡି ହରିଶ ଆହୁଜା, ତକାହଟା ପ୍ରେସିସସର ଏମଡି ନବୁୟୁକି ଆକୋ ଓ ଏସଏମଏସ୍ ଗ୍ରୁପ୍ ଅଫ୍ ଇଈଣ୍ଡିଆର ସିଇଓ ମାର୍କ ହୋଫ୍ ମ୍ୟାନ୍ ଯୋଗ ଦେଇଥିଲେ ।

make in odisha ସେହିପରି ରାଜ୍ୟ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଓଡ଼ିଶାରେ ବିଜନେସ୍ ଇକୋ ସିଷ୍ଟମ ନେଇ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା । ଆସନ୍ତା ୨୬ ତାରିଖରେ ଚେନ୍ନାଇରେ ରୋଡ ସୋ ହେବ । ଏହାପରେ ନଭେମ୍ବର ୧୧ରୁ ୧୫ ପର‌୍ୟ୍ୟନ୍ତ ମେକ ଇନ୍ ଓଡିଶା କନକ୍ଲେଭ୍ ଆୟୋଜିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.