ଦୀପାବଳିରେ ଘରକୁ ଆଣନ୍ତୁ ଏହି ୫ ଜିନିଷ, ବର୍ଷସାରା ରହିବନି ଧନର ଅଭାବ

ନିଜ ଭକ୍ତଙ୍କ ଧନ ସହ ଜଡିତ ସମସ୍ତ ସମସ୍ୟା ଦୂର କରିବା ସହ ଯଶ ଏବଂ କିର୍ତ୍ତୀର ବରଦାନ ମଧ୍ୟ ଦେଇଥାନ୍ତି ମା’ ଲକ୍ଷ୍ମୀ । ଏହା ହିଁ କାରଣ ଯେ ସବୁ ବ୍ୟକ୍ତି ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ନିଜ ଘରକୁ ଆଣିବାର କୌଣସି ବି ସୁଯୋଗ ହାତ ଛଡା କରିନଥାନ୍ତି । କେବେ ମା’ଙ୍କ ପାଇଁ ନାଲି ଓଢଣୀ ତ କେବେ ଧନତେରସରେ ଘରକୁ ନୂଆ ଝାଡୁ କିଣି ମା’ଙ୍କୁ ପ୍ରସନ୍ନ କରିବାକୁ ସମସ୍ତ ଚେଷ୍ଟା କରିଥାନ୍ତି । ହେଲେ ଏ ସମସ୍ତ ଚେଷ୍ଟା ଏବଂ ସମୟ ବ୍ୟର୍ଥ ହୋଇଯାଏ ଯେତେବେଳେ ଆପଣ ଗୋଟିଏ ଛୋଟ ଭୁଲ୍ କରିଦିଅନ୍ତି । ତେବେ ଆସନ୍ତୁ ଜାଣିବା ଏମିତି କିଛି ଚମତ୍କାରୀ ଜିନିଷ ବିଷୟରେ ଯାହା ମା’ ଲକ୍ଷ୍ମୀଙ୍କୁ ଆପଣଙ୍କ ନିକଟକୁ ନେଇଆସିବ ।

ମାଟି ମାଠିଆ :

ଏହି ଦୀପାବଳିରେ ମାଟିର ସୁରେଇ ଆଣି ଘରର ଉତ୍ତର ଦିଗରେ ପାଣି ଭର୍ତ୍ତି କରି ରଖିଦିଅନ୍ତୁ । ଏପରି କଲେ ଆପଣଙ୍କ ଘରେ କେବେ ବି ଧନର ଅଭାବ ରହିବ ନାହିଁ । ଯଦି ମାଟିର ସୁରେଇ ନମିଳୁଛି ତେବେ ମାଟି ମାଠିଆ ଆଣିପାରନ୍ତି । କିନ୍ତୁ ମନେ ରଖନ୍ତୁ କେବେ ବି ଏହା ଖାଲି ଯେମିତି ରହିବ । ପାଣି ସରିବା କ୍ଷଣି ପୁଣି ଥରେ ଭରି ଦିଅନ୍ତୁ ।

ଧାତୂର କଇଁଛ :

ଅଧିକାଂଶ ଲୋକ ଜାଣନ୍ତି ଯେ ଧାତୂର ଏହି କଇଁଛ କେବଳ ପେଙ୍ଗଶୁଇ ଅନୁସାରେ ଶୁଭ ହୋଇଥାଏ । କିନ୍ତଚ ବାସ୍ତୁ ବିଜ୍ଞାନରେ ବି କଇଁଛକୁ ଏକ ଖାସ୍ ସ୍ଥାନ ଦିଆଯାଇଛି । ଘରେ ଧାତୂର କଇଁଛ ରଖିଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାକୁ ସୁଖ ଶାନ୍ତିର ପ୍ରତୀକ ବୋଲି କୁହାଯାଏ ।

ଧାତୂର ମାଛ:

ବିଶ୍ବାସ ରହିଛି ଯେ ସୁଖ ଏବଂ ସମୃଦ୍ଧି ଆଣିଥାଏ ଧାତୂର ମାଛ । ଘରେ ଧନର ଅଭାବକୁ ପୁରା କରିବା ପାଇଁ ଧାତୂରେ ନିର୍ମିତ ମାଛ ରଖିବା ଆବଶ୍ୟକ ।

ପିତ୍ତଳ ବା ତମ୍ବାର ପିରାମିଡ୍ :

ଏହି ଦୀପାବଳିରେ ପିତ୍ତଳ ବା ତମ୍ବାରେ ତିଆରି ପିରମିଡ୍ ଆଣି ଘରର ସେ ସ୍ଥାନରେ ରଖନ୍ତୁ ଯେଉଁଠିକୁ ପରିବାରର ସଦସ୍ୟ ସବୁଠାରୁ ଅଧିକ ସମୟ ବିତାଇଥାନ୍ତି । ଏପରି କଲେ ଘରର ସଦସ୍ୟଙ୍କର ଆୟରେ ବୃଦ୍ଧି ହୋଇଥାଏ ।

ଲକ୍ଷ୍ମୀ – କୁବେରଙ୍କ ଫଟୋ :

ଘରର ମୁଖ୍ୟ ଦ୍ବାରରେ ଲକ୍ଷ୍ମୀ ଏବଂ କୁବେରଙ୍କ ଏକ ଫଟୋ ଆଣି ନିଶ୍ଚୟ ଲଗାନ୍ତୁ । ଏପରି କଲେ ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ ।

ମୟୁର ପଙ୍ଖ :

ଯଦି ଘରେ ମୟୁର ପଙ୍ଖ ରଖୁଛନ୍ତି ତେବେ ସୁଖ ଏବଂ ସମୃଦ୍ଧି ବଢିଥାଏ । ଯଦି ଘରର ଠିକ୍ ସ୍ଥାନରେ ଠିକ୍ ଉପାୟରେ ରଖାଯାଏ ତେବେ ଅନେକ ଲାଭ ମିଳିଥାଏ । ଘର ହେଉ ବା ଦୋକାନ ଦକ୍ଷିଣ – ପୂର୍ବ ଦିଗରେ ମୟୁର ପଙ୍ଖ ରଖିବା ଦ୍ବାରା ଧନର ଅଭାବ ରହିବ ନାହିଁ ।

KNews Bureau

Recent Posts

ଜନ୍ମଦିନ ପାଳନ କରି ଫେରିବା ସମୟରେ ଦୁର୍ଘଟଣାଗ୍ରସ୍ତ କାର, ପରିବାରର ୬ ମୃତ

ମଙ୍ଗଳବାର ମଧ୍ୟରାତ୍ରୀରେ ମହାରାଷ୍ଟ୍ରର ସାଙ୍ଗଲିର ତାସଗାଓଁ-ମନେରାଜୁରୀ ରାସ୍ତାରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଏହି…

19 mins ago

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ, ଭିଣୋଇ ନାଁରେ ଅଭିଯୋଗ ଆଣିଲା ଶଳା

ଗଞ୍ଜାମ : ମୋ ଭଉଣୀର ବର୍ଷେ ତଳେ ହୋଇଥିଲା ବାହାଘର । କେଡ଼େ ଖୁସିରେ ନୂଆ କରି ସଂସାର ଗଢ଼ି…

23 mins ago

ସାମସଙ୍ଗ ଲଞ୍ଚ କଲା M35 5G ସ୍ମାର୍ଟଫୋନ୍, ଜାଣନ୍ତୁ ଦାମ ଓ ଫିଚର୍ସ

ଲଞ୍ଚ ହୋଇଯାଇଛି Samsung Galaxy M35 5G ସ୍ମାର୍ଟଫୋନ୍ । ସାଉଥ କୋରିଆନ ସ୍ମାର୍ଟଫୋନ୍ କମ୍ପାନୀ ସାମସଙ୍ଗ ବର୍ତ୍ତମାନ ବ୍ରାଜିଲରେ…

53 mins ago

ଦିଲ୍ଲୀ: ଏବେ ପାଣି ନଷ୍ଟ କଲେ ଗଣିବେ ତଣ୍ଡ, କଟିବ ୨ ହଜାର ଟଙ୍କା ଚାଲାଣ

ଦିଲ୍ଲୀବାସୀଙ୍କ ପାଇଁ ବଡ ଖବର । ଦିଲ୍ଲୀରେ ପାଣି ନଷ୍ଟ କଲେ ୨ ହଜାର ଟଙ୍କା ଚାଲାଣ କଟିବ ।…

1 hour ago

ସର୍ଜରୀ ପରେ ସାମ୍ନାକୁ ଆସିଲା ରାକ୍ଷୀଙ୍କ ପ୍ରଥମ ଭିଡିଓ, କଷ୍ଟ ଅନୁଭବ କରୁଥିବାର ଆସିଲେ ନଜର

ଆଜିକାଲି ରାକ୍ଷୀ ସାୱନ୍ତ ନିଜ ସ୍ୱାସ୍ଥ୍ୟା ସମସ୍ୟାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଅସୁସ୍ଥତା ହେତୁ ରାକ୍ଷୀ ସାୱନ୍ତଙ୍କୁ…

2 hours ago

ସମାନ ମାର୍କ ରଖି ଟପ୍ପର ହୋଇଛନ୍ତି ଏହି ଯାଆଁଳା ଭଉଣୀ

ବାଲୁଗାଁ(କେନ୍ୟୁଜ୍): ଇଏ ଆଶ୍ଚର୍ଯ୍ୟର କଥା ନୁହେଁ ତ ଆଉ କଣ? ଦୁହେଁ ସିନା ପିଲାଟିବେଳୁ ଦେଖିବାକୁ ଏକାପରି ଥିଲେ, ହେଲେ…

2 hours ago