ଓଜନ ନିୟନ୍ତ୍ରଣ କରିବା ସହ ଲିଭରକୁ ସୁସ୍ଥ ରଖିଥାଏ ନାଗଫେଣୀ, ଜାଣନ୍ତୁ ଆଉ କ’ଣ ରହିଛି ଏହାର ଫାଇଦା

ଅଧିକାଂଶ ଲୋକେ ନାଗଫେଣୀ ଗୁଳ୍ମକୁ ଘରେ ଆକର୍ଷଣୀୟ ପାଇଁ ରଖିଥାନ୍ତି। ଏହାର ଦେଖାଶୁଣା କରିବା ମଧ୍ୟ ବହୁତ ସହଜ। କାରଣ ଏଥିରେ କମ୍‌ ପାଣି ବ୍ୟବହାର ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଏହି ଗୁଳ୍ମ ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ବ୍ୟବହାର କରିବା ପାଇଁ ପ୍ରଥମେ ଏଥିରୁ କଣ୍ଟାକୁ ଭଲ ଭାବେ କାଟି ଦେଇ ପାଣିରେ ଧୋଇଦିଅନ୍ତୁ। ଏବେ ଆପଣ ଚାହିଁଲେ ଏହାକୁ ଜୁସ କିମ୍ବା ସେମିତି ଖାଇପାରିବେ। ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଫାଇଦା:

– ନାଗଫେଣୀରେ ଫାଇବର ଭରପୂର ରହିଥାଏ। ଏଥିପାଇଁ ନାଗଫେଣୀକୁ ସେବନ କରିବା ଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ନ ଖାଇଲେ ମଧ୍ୟ ଚଳିବ। ଏହାସହିତ ଶରୀରରେ ଥିବା ଅତିରିକ୍ତ ଫ୍ୟାଟ ମଧ୍ୟ କମ୍‌ କରିଥାଏ ନାଗଫେଣୀ। ଏହାଦ୍ୱାରା ମୋଟାପଣ ନିୟନ୍ତ୍ରଣରେ ରହିଥାଏ।

– ନାଗଫେଣୀର ଔଷଧୀୟ ଗୁଣ ଲିଭରକୁ ସୁସ୍ଥ ରଖିଥାଏ। ଲିଭରକୁ ସଂକ୍ରମଣ ହେବାକୁ ଦିଏନାହିଁ।

– ରକ୍ତରେ ଉଚିତ ମାତ୍ରାରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରେ। ଅଧ୍ୟୟନରୁ ଜଣାପଡିଛି ଯେ, ନାଗଫେଣୀରେ ଥିବା ପୋଷକତତ୍ତ୍ୱ ରକ୍ତ ଶର୍କରାକୁ ସଠିକ ରଖେ।

– ଫ୍ରି ରୋଡିକିଲ୍ସ କ୍ୟାନସର ହେବାର ପ୍ରମୁଖ କାରଣ। ଯଦି ଆପଣ ନିୟମିତ ଭାବେ ନାଗଫେଣୀ ସେବନ କରନ୍ତି ତେବେ କ୍ୟାନସର ରୋଗର ମୁକ୍ତି ମିଳିପାରିବ।

– ନାଗଫେଣୀରେ ଫେନୋଲିକ ଅଧିକ ମାତ୍ରାରେ ରହିଥାଏ। ଏଥିଯୋଗୁଁ ଘା କିମ୍ବା କ୍ଷତ ସ୍ଥାନରେ ଲଗାଇବା ଯୋଗୁଁ ଖୁବଶୀଘ୍ର ଉପଶମ ମିଳିଥାଏ।

– ନାଗଫେଣୀରେ ଭିଟାମିନ, ଖଣିଜ ଏବଂ ବିଭିନ୍ନ ପ୍ରକାରର ଫ୍ୟାଟ ଏସିଡିର ଭଲମାତ୍ରା ରହିଛି। ଯାହା ଆପଣଙ୍କ କେଶ ପାଇଁ ବେଶ ଉପଯୋଗୀ।

– ତ୍ୱଚାକୁ ସଂକ୍ରମଣରୁ ବଞ୍ଚାଇବାକୁ ଚାହୁଁଥିଲେ, ନାଗଫେଣୀ ତେଲ ଲଗାନ୍ତୁ। ଏହା ତ୍ୱଚାରେ ଚମକ ଆଣିବାରେ ସହାୟକ ହୋଇଥାଏ।

– ମହିଳାଙ୍କ ମାସିକଧର୍ମ ସମୟରେ ହେଉଥିବା ଯନ୍ତ୍ରଣା ଯଥା ମୁଣ୍ଡବିନ୍ଧା, ଛାତି ଦରଜ, ପେଟ ବ୍ୟଥା ରୋଗକୁ ଦୂର କରିଥାଏ ନାଗଫେଣୀ। ଏଥିରୁ ରକ୍ଷା ପାଇବା ପାଇଁ ଏହାର ରସ ପିଇ ପାରିବେ।

– ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ଅଳ୍ପ ମାତ୍ରାରେ ଏହାର ରସ ପିଅନ୍ତୁ।

Swagatika

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

2 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

5 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

6 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

6 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

8 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

8 hours ago