ଲାଇଫ୍ ଷ୍ଟାଇଲ୍

ସାବଧାନ ! ଆପଣଙ୍କର ଏହି ୫ଟି ଅଭ୍ୟାସ ଧୀରେ ଧୀରେ ଆପଣଙ୍କୁ କରିଦେଉଛି ବୁଢ଼ା !

ଆଜିକା ଦିନରେ ଲୋକଙ୍କର ଅନେକ ସମସ୍ୟା ରହିଛି। ସେଥିମଧ୍ୟରୁ ଏକ ମୁଖ୍ୟ ସମସ୍ୟା ହେଉଛି, କମ ବୟସରେ ଅଧିକ ବୟସ୍କ ଦେଖାଯିବା। ଲୋକେ ଭାବିଚାଲନ୍ତି କି, ଆମେ କମ ବୟସର କେମିତି ଦିଶିବା? ଏଥିପାଇଁ ସେମାନେ କ୍ରିମ, ପରିବା ଚୋପା, ମେଡିସିନ ସବୁ ବ୍ୟବହାର କରିଥାନ୍ତି। ଏପରିକି କେହି କେହି ସର୍ଜରୀ ମଧ୍ୟ କରାଇଥାନ୍ତି। କିନ୍ତୁ ଏଠାରେ ଆମେ ଆପଣଙ୍କ ପାଇଁ ଏମିତି କିଛି ଉପାୟ ନେଇକି ଆସିଛୁ, ଯାହାକୁ ଆପଣାଇଲେ ଆପଣଙ୍କ ସମସ୍ୟା ଚୁଟକିରେ ସମାଧାନ ହୋଇଯିବ।

୧. ଖରାକୁ ବାହାରନ୍ତୁ ନାହିଁ କିମ୍ବା ଖରାରେ ଅଧିକ ସମୟ ବୁଲନ୍ତୁ ନାହିଁ। କାରଣ, ଏଥିଯୋଗୁ ଶରୀରର ତନ୍ତୁରେ ଥିବା ପୁଷ୍ଟିସାର ବା ପ୍ରୋଟିନରେ ଅଭାବ ଦେଖାଦେଇଥାଏ। ଏହାସହିତ ଚର୍ମରେ କୁଂଚନ, କଳା ଦାଗ ସବୁ ବାହାରିଥାଏ।

୨. ଦିନରେ ଡ୍ୟାମେଜ ହୋଇଥିବା ସେଲସକୁ ଶରୀର ରାତିରେ ରିପେୟାର କରିଥାଏ। ଏଥିପାଇଁ ରାତିରେ ନିଦ ପୂରା କରିବା ବହୁତ ଜରୁରୀ ହୋଇଥାଏ।

୩. ଯଦି ଆପଣ ନିଜ ତ୍ୱଚାକୁ ଯୁବା ଭଳି କରିବାକୁ ଚାହୁଁଛନ୍ତି, ତା’ହେଲେ ଗୋଟିଏ ଦିନରେ ୨-୩ଟି ଫଳ ଖାଇବା ବହୁତ ଜରୁରୀ। ସେହିପରି ପନିପରିବା ମଧ୍ୟ ଯଥେଷ୍ଟ ଖାଇବା ଉଚିତ। ଏହା ଆପଣଙ୍କୁ ବିଭିନ୍ନ ରୋଗ ଦାଉରୁ ରକ୍ଷା କରିଥାଏ।

୪. ଅଧିକ ମାତ୍ରାରେ ଚିନି ଖାଆନ୍ତୁ ନାହିଁ। ଏହା ଆପଣଙ୍କ ଅଣ୍ଟା ଉପରେ ଯେତିକି ପ୍ରଭାବ ପକାଇଥାଏ, ସେତିକି ଆପଣଙ୍କ ଚର୍ମ ଉପରେ ବି ପକାଇଥାଏ।

୫. ମଦ ଶରୀରରେ ଆଣ୍ଟିଅକ୍ସିଡେଣ୍ଟ ସ୍ତରକୁ କମ କରିଦେଇଥାଏ। ତେଣୁ ମଦ ପିଉଥିଲେ, ଆଜିଠୁ ଏହାକୁ ଛାଡିଦିଅନ୍ତୁ। ସେହିପରି ଧୂମପାନ କଲେ ବି ଆପଣ ଅଧିକ ବୟସର ଲାଗିଥାନ୍ତି।

Roshni

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

13 mins ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

35 mins ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

51 mins ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

3 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

3 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

4 hours ago