ଭୁବନେଶ୍ୱର(କେନ୍ୟୁଜ୍) : ବହୁଦିନର ପ୍ରତିକ୍ଷା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିର ଦୁଇଟି ଛାମୁଆଁ ସଂଗଠନର ଦାୟିତ୍ୱ ନେଇ ଘୋଷଣା କରିଛନ୍ତି । ଦୁଇ ଯୁବ ବିଧାୟକଙ୍କ ହାତରେ ଧରାଇଛନ୍ତି ଦଳର ଯୁବ ଓ ଛାତ୍ର ସଂଗଠନର ଗୁରୁ ଦାୟିତ୍ୱ । ନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି ପଦରେ ନିଯୁକ୍ତ କରିଥିବା ବେଳେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ପଦରେ ନିଯୁକ୍ତ କରିଛନ୍ତି ।
ଏ ସମ୍ପର୍କରେ ବିଜେଡି ସାଧାରଣ ସମ୍ପାଦକ (ମିଡିଆ ସେଲ୍) ମାନସ ମଙ୍ଗରାଜ ବିଧିବଦ୍ଧ ସୂଚନା ଦେଇଛନ୍ତି । ପୂର୍ବରୁ ବ୍ୟୋମକେଶ ଛାତ୍ର ସଭାପତି ଭାବେ ଓ ଦେବୀ ରଞ୍ଜନ ଛାତ୍ର ବାହିନୀର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଇ ଥିଲେ ।
ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପୂର୍ବ ଦକ୍ଷତାକୁ ଭିତ୍ତି କରି ଉଭୟଙ୍କ ଉପରେ ଭରସା କରିଛନ୍ତି । ଏହି ଗୁରୁ ଦାୟିତ୍ୱ ପାଇଁ ବିଶ୍ୱାସ କରିଥିବାରୁ ଦୁଇ ବିଧାୟକ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…