ବ୍ୟୋମକେଶଙ୍କ କାନ୍ଧରେ ଯୁବ ସଭାପତି ଓ ଦେବୀ ରଞ୍ଜନଙ୍କୁ ଛାତ୍ର ସଂଗଠନର ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର(କେନ୍ୟୁଜ୍‌) : ବହୁଦିନର ପ୍ରତିକ୍ଷା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିର ଦୁଇଟି ଛାମୁଆଁ ସଂଗଠନର ଦାୟିତ୍ୱ ନେଇ ଘୋଷଣା କରିଛନ୍ତି । ଦୁଇ ଯୁବ ବିଧାୟକଙ୍କ ହାତରେ ଧରାଇଛନ୍ତି ଦଳର ଯୁବ ଓ ଛାତ୍ର ସଂଗଠନର ଗୁରୁ ଦାୟିତ୍ୱ । ନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି ପଦରେ ନିଯୁକ୍ତ କରିଥିବା ବେଳେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ପଦରେ ନିଯୁକ୍ତ କରିଛନ୍ତି ।

ଏ ସମ୍ପର୍କରେ ବିଜେଡି ସାଧାରଣ ସମ୍ପାଦକ (ମିଡିଆ ସେଲ୍‌) ମାନସ ମଙ୍ଗରାଜ ବିଧିବଦ୍ଧ ସୂଚନା ଦେଇଛନ୍ତି । ପୂର୍ବରୁ ବ୍ୟୋମକେଶ ଛାତ୍ର ସଭାପତି ଭାବେ ଓ ଦେବୀ ରଞ୍ଜନ ଛାତ୍ର ବାହିନୀର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଇ ଥିଲେ ।

ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପୂର୍ବ ଦକ୍ଷତାକୁ ଭିତ୍ତି କରି ଉଭୟଙ୍କ ଉପରେ ଭରସା କରିଛନ୍ତି । ଏହି ଗୁରୁ ଦାୟିତ୍ୱ ପାଇଁ ବିଶ୍ୱାସ କରିଥିବାରୁ ଦୁଇ ବିଧାୟକ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.