ଅଣ୍ଡାରୁ ବାହାରୁ ବାହାରୁ ଛୁଆ ନାଗ ସାପ କଲା ଆଶ୍ଚର୍ଯ୍ୟଜନକ ହରକତ, Video ଦେଖିଲେ ଆପଣ ବି ହୋଇଯିବେ ଭୟଭୀତ

ଆପଣ ନାଗ ସାପକୁ ଫଣା ଟେକୁଥିବାର ଅନେକ ଥର ଦେଖିଥିବେ। କିନ୍ତୁ କ’ଣ ଜନ୍ମ ସମୟରେ ଛୁଆ ନାଗ ସାପକୁ ଫଣା ଟେକୁଥିବାର ଦେଖିଛନ୍ତି? ଏବେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି, ଯେଉଁଥିରେ ଦେଖାଯାଉଛି, ଏକ ଛୁଆ ନାଗ ସାପ ଅଣ୍ଡାରୁ ବାହାରୁଥିବା ବେଳେ ଫଣା ଟେକି ଚୋଟ ମାରୁଛି।
ଏହି ଭିଡ଼ିଓ Life on Earth ନାମକ ଟୁଇଟର ଆକାଉଣ୍ଟରୁ ସେୟାର କରାଯାଇଛି। ଏଥିରେ କ୍ୟାପସନ ଲେଖାଯାଇଛି କି, ‘ନବଜାତ ଛୁଆ ନାଗ ସାପ’। ମାତ୍ର ୨୪ ସେକେଣ୍ଡର ଏହି ଭିଡ଼ିଓକୁ ଲୋକେ ଖୁବ ପସନ୍ଦ କରିଛନ୍ତି। ଛୁଆ ନାଗ ସାପ ଫଣା ଟେକିବା ସହ ଚୋଟ ମାରିବାକୁ ଚେଷ୍ଟା କରୁଛି। ଏହି ଭିଡ଼ିଓକୁ ଦେଖି କିଛି ଲୋକ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଛନ୍ତି।
This newly-hatched baby King Cobra. pic.twitter.com/lZadTlmoj1
— Life on Earth (@planetpng) September 18, 2020