Below header

ରାଜ କପୁର ଓ ଦିଲ୍ଲୀପ କୁମାରଙ୍କ ପୈତୃକ ଘରକୁ କିଣିବ ପାକ୍‌ ସରକାର, କରାଯିବ ରାଷ୍ଟ୍ରୀୟ ସ୍ମାରକୀ ଘୋଷଣା

ଇସ୍‌ଲାମବାଦ : ପାକିସ୍ତାନ ସରକାର ପ୍ରଖ୍ୟାତ ଅଭିନେତା ରାଜ କପୁର ଓ ଦିଲ୍ଲୀପ କୁମାରଙ୍କ ପୈତୃକ ଘରକୁ କିଣିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଦୁଇଜଣ ସୁପର ଷ୍ଟାରଙ୍କ ପୈତୃକ ଘର ପେଶ୍‌ଓ୍ଵାର ଖେଓ୍ଵର-ପକ୍ତୁନଖ୍ଵାରେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ତେବେ ଏହାକୁ  ଘର ମାଲିକ ଧ୍ୱଂସ କରିଦେବା ନେଇ ଖବର ଶୁଣାଯାଉଥିଲା । ଏଠିକାର ସରକାର ଏହି ଦୁଇଟି ଘରକୁ ରାଷ୍ଟ୍ରୀୟ ସ୍ମାରକ ଭାବେ ଘୋଷଣା କରିଛନ୍ତି ।

raj kapoor house in pak.JPG-1

ଖେଓ୍ଵର- ପକ୍ତୁନଖ୍ଵାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ଙ୍କ ଗୃହ ରାଜ୍ୟ । ଏହି ଦୁଇଟି ଐତିହାସିକ ଅଟ୍ଟାଳିକାର ମୂଲ୍ୟ ନିର୍ଦ୍ଧାରଣ କରିବାକୁ ପୁରାତତ୍ତ୍ୱ ବିଭାଗକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଦେଶ ବିଭାଜନ ପୂର୍ବରୁ ଏହି ଦୁଇ କଳାକାର ଏଠାରେ ଜନ୍ମ ନେବା ସହ ତାଙ୍କର ପିଲାବେଳ ଏହି ଘରେ କଟିଥିଲା । ରାଜ କପୁରଙ୍କ ଘର କିସ୍ସା ଖ୍ଵାନୀ ବଜାରରେ ରହିଛି । ରାଜ କପୁରଙ୍କ ଘର ‘କପୁର ହାବେଳୀ’ ନାମରେ ପରିଚିତ । ଏହାକୁ ରାଜ କପୁରଙ୍କ ବାପା ବିଶେଶ୍ୱରନାଥ କପୁର ୧୯୧୮ରୁ ୧୯୨୨ ମଧ୍ୟରେ ତିଆରି କରିଥିଲେ ।

raj kapoor house in pak.JPG-2

ଅଟ୍ଟାଳିକାକୁ ଭାଙ୍ଗି ପ୍ଲାଜା ନିର୍ମାଣ କରିବାର ଥିଲା

ଅଭିନେତା ଦିଲ୍ଲୀପ କୁମାରଙ୍କ ପ୍ରାୟ ୧୦୦ ବର୍ଷ ପୂରୁଣା ପୈତୃକ ଘର ବି ଏହି ଇଲାକାରେ ରହିଛି । ଏହି ଘର ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି । ଏହାକୁ ସେତେବେଳର ନଓ୍ଵାଜ ସରିଫ ସରକାର ରାଷ୍ଟ୍ରୀୟ ସ୍ମାରକୀ ରୂପେ ଘୋଷଣା କରିଥିଲେ ।

ଏହି ଐତିହାସିକ ଅଟ୍ଟାଳିକାକୁ କେତେଥର ଘର ମାଲିକଙ୍କ ପକ୍ଷରୁ କମର୍ସିଆଲ୍‌ ପ୍ଲାଜା ଭାବେ ବ୍ୟବହାର କରିବାକୁ ଚେଷ୍ଟା କରାଯାଇଥିଲା । ତେବେ ସରକାର ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । ଏବେ ଖାନ୍‌ ସରକାର ଐତିହାସିକ ମହତ୍ତ୍ୱ କାରଣରୁ ଏହି ଅଟ୍ଟାଳିକାକୁ ସଂରକ୍ଷିତ କରିବାକୁ ଚାହୁଁଛନ୍ତି ।dillip kumar pak house

କପୁର ଅଟ୍ଟାଳିକାର ମାଲିକ ଏହାକୁ ଭାଙ୍ଗିବା କଥାକୁ ଅସ୍ୱୀକାର କରିଛନ୍ତି

ବର୍ତ୍ତମାନର କପୁର ହାବେଳି ମାଲିକ ଅଲି କାଦର ଘର ଭାଙ୍ଗିବା କଥାକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ଏହାକୁ ସଂରକ୍ଷଣ କରିବାକୁ ସେ ପୁରାତତ୍ତ୍ୱ ବିଭାଗକୁ ବହୁବାର ଅନୁରୋଧ କରିଛନ୍ତି । ଘର ମାଲିକ ଏହି ଅଟ୍ଟାଳିକାକୁ ବିକିବାକୁ ସରକାରଙ୍କ ନିକଟରେ ୨୦୦ କୋଟି ଟଙ୍କା ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.