ଭଉଣୀ ଶ୍ୱେତା ସିଂ କୀର୍ତ୍ତି ସେୟାର କଲେ ସୁଶାନ୍ତ ସିଂ ରାଜପୁତଙ୍କ ଅଦେଖା Photo, କହିଲେ, ‘ଚକମକ କରୁଥିବା ସେହି ଆଖି…’
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୧୦୦ରୁ ଅଧିକ ଦିନ ବିତିଗଲାଣି। କିନ୍ତୁ ଏବେ ବି ତାଙ୍କ କେସରୁ ପରଦା ଉଠିପାରିନାହିଁ। ଫ୍ୟାନମାନେ ଲଗାତାର ସୋସିଆଲ ମିଡିଆରେ ତାଙ୍କୁ ନ୍ୟାୟ ଦେବା ପାଇଁ କ୍ୟାମ୍ପେନ ଚଲାଇଛନ୍ତି। ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତି ବି ଏହି କ୍ୟାମ୍ପେନରେ ଯୋଡ଼ିହୋଇ ରହିଛନ୍ତି ଏବଂ ପୋଷ୍ଟ ସେୟାର କରିବାରେ ଲାଗିଛନ୍ତି।
ଏଥର ସେ ସୁଶାନ୍ତଙ୍କ ପିଲାଦିନର କିଛି ଅଦେଖା ଫଟୋକୁ ସେୟାର କରିଛନ୍ତି, ଯାହାକି ଖୁବ ଭାଇରଲ ହେବାରେ ଲାଗିଛି। ଶ୍ୱେତା ଫଟୋ ସେୟାର କରି ଲେଖିଛନ୍ତି ଯେ ‘ସେହି ଚକମକ କରୁଥିବା ଆଖି, ଭିତରର ପବିତ୍ରତାକୁ ଦର୍ଶାଉଛି’। ରବିବାର ଶ୍ୱେତା ସୁଶାନ୍ତଙ୍କର ଯେଉଁ ଫଟୋ ସେୟାର କରିଛନ୍ତି, ତାହାକୁ ଫ୍ୟାନମାନେ ପୂର୍ବରୁ କେବେ ଦେଖି ନ ଥିବେ। ଏହି ଫଟୋକୁ ଦେଢ଼ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି। ଫ୍ୟାନମାନେ ମଧ୍ୟ ଏଥିରେ ଅନେକ ପ୍ରତିକ୍ରିୟା ଦେଉଛନ୍ତି।
View this post on Instagram
Those twinkling eyes… reflect the internal purity ❤️❤️❤️ #SushantSinghRajput