ପାର୍କରେ ବୁଲୁଥିବା ବେଳେ କାଚ ଖଣ୍ଡ ଭାବି ବ୍ୟାଙ୍କ ମ୍ୟାନେଜର ଉଠାଇଲେ ଏକ ଜିନିଷ, ଯାଞ୍ଚ ପରେ ଜଣାପଡ଼ିଲା ତାହା ୯ କ୍ୟାରେଟ ହୀରା !

କାହାର ଭାଗ୍ୟ କେବେ ଖୋଲିଯିବ, ତାହା କାହାକୁ ଜଣା ନ ଥାଏ। ଏମିତି ଏକ ଘଟଣା ଘଟିଛି ଆମେରିକାରେ। ଅର୍କସାସରେ ରହୁଥିବା ଜଣେ ବ୍ୟାଙ୍କ ମ୍ୟାନେଜର କେବିନ କିନାର୍ଡ Crater of Diamonds State ପାର୍କରେ ବୁଲୁଥିବା ବେଳେ ତାଙ୍କୁ ୯.୦୭ କ୍ୟାରେଟର ହୀରା ମିଳିଥିଲା, ଯାହାକୁ ସେ ପ୍ରଥମେ କାଚ ଖଣ୍ଡ ଭାବିଥିଲେ। ତେବେ ଏହି ପାର୍କରୁ କ୍ରିଷ୍ଟାଲ ଖୋଜି ନେବା ପାଇଁ ଅନୁମତି ଅଛି।

ss

କେବିନ କହିଛନ୍ତି, ‘ଯାହା ମୋତେ କ୍ରିଷ୍ଟାଲ ଭଳି ଲାଗିଥିଲା, ତାହାକୁ ମୁଁ ଉଠାଇ ନେଉଥିଲି’। ଏହି ସମୟରେ ତାଙ୍କୁ ମାର୍ବଲ ଆକାରର ଏକ ଗୋଲ କ୍ରିଷ୍ଟାଲ ମିଳିଥିଲା। ଏହାକୁ ସେ ବାକି କ୍ରିଷ୍ଟାଲ ଭଳି ବ୍ୟାଗରେ ପୂରାଇ ଦେଇଥିଲେ ଏବଂ ଆଗକୁ ନିଜର ଖୋଜ ଜାରି ରଖିଥିଲେ। ଏହାପରେ ପାର୍କର କର୍ମଚାରୀମାନେ Diamond Discovery Centerରେ ଲୋକଙ୍କୁ ମିଳିଥିବା ଜିନିଷଗୁଡିକୁ ଚିହ୍ନଟ ଏବଂ ରେଜିଷ୍ଟର କରିବା ଆରମ୍ଭ କରିଥିଲେ।

ee

କେବିନ ଭାବିଥିଲେ ଯେ ତାଙ୍କ ପାଖରେ ରେଜିଷ୍ଟର କଲା ଭଳି କୌଣସି ଜିନିଷ ନାହିଁ। ତଥାପି ସେ ନିଜ ସାଙ୍ଗଙ୍କ ସହ ମିଶି Diamond Discovery Center ଯାଇଥିଲେ। ସେଠାରେ ତାଙ୍କ ଜିନିଷ ଯାଞ୍ଚ କରାଯିବା ପରେ ତାଙ୍କୁ କୁହାଗଲା କି, ଏହା କାଚ ଖଣ୍ଡ ନୁହେଁ, ବରଂ ହୀରା ଖଣ୍ଡ।

ff

ଏହି କଥା ଜାଣିବା ପରେ କେବିନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେବିନଙ୍କଠାରୁ ମିଳିଥିବା ଏହି ହୀରର ନାଁ ତାଙ୍କର ଏବଂ ତାଙ୍କ ସାଙ୍ଗଙ୍କ ନାଁ ଅନୁସାରେ ‘Kinard Friendship Diamond’ ରଖାଯାଇଛି। ପାର୍କର ଅଧିକାରୀମାନଙ୍କ କହିବା ହେଲା, ୪୮ ବର୍ଷ ଇତିହାସ ଭିତରେ ମିଳିଥିବା ଏହା ଦ୍ବିତୀୟ ସବୁଠୁ ବଡ଼ ହୀରା। ଏହାପୂର୍ବରୁ ୧୯୭୫ରେ ୧୬.୩୭ କ୍ୟାରେଟର white Amarillo Starlight ହୀରା ମିଳିଥିଲା।