ଲାଇଫ୍ ଷ୍ଟାଇଲ୍

ମଧୁମେହ ରୋଗୀମାନେ ପ୍ରତିଦିନ ଚୋବାଇ ଖାଆନ୍ତୁ ଏହି ପତ୍ର , ରକ୍ତ ଶର୍କରାକୁ କରିବ ନିୟନ୍ତ୍ରଣ

ଆମେ ସମସ୍ତେ ଜାଣିଛୁ ଯେ ପ୍ରକୃତି ହେଉଛି ସ୍ବାସ୍ଥ୍ୟର ଗନ୍ତାଘର। ପ୍ରକୃତିରେ ଏପରି ବହୁତ ଜିନିଷ ମିଳେ ଯାହାକୁ ଆମେ ଔଷଧ ଭାବେ ବ୍ୟବହାର କରିଥାଉ। ଏହା ବ୍ୟତୀତ ଏପରି କେତେକ ପ୍ରାକୃତିକ ବସ୍ତୁ ରହିଛି ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଆଜି ଏଗୁଡ଼ିକ ମଧ୍ୟରୁ ଆମେ ଏପରି ଏକ ଗଛ ବିଷୟରେ କହିବା ଯାହା ବିଷୟରେ ଆପଣ ଆଗରୁ କେବେ ଶୁଣିନଥିବେ। ଆମେ କହୁଛୁ ସଦାବିହାରୀ ପତ୍ର ବିଷୟରେ। ଏହି ଗଛରେ ଏପରି କେତେକ ଔଷଧୀୟ ଗୁଣ ଦେଖିବାକୁ ମିଳେ ଯାହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଶରୀରରେ ବ୍ଲଡ୍‌ ସୁଗାର୍‌କୁ ନିୟନ୍ତ୍ରଣ କରିବା ପାଇଁ ଆୟୁର୍ବେଦରେ ବହୁ ପ୍ରାକୃତିକ ଉପଚାର ରହିଛି। ଡାଇବେଟିସ୍‌ ପରି ରୋଗକୁ ନିୟନ୍ତ୍ରଣରେ ରଖିବା ପାଇଁ ଆୟୁର୍ବେଦରେ ସଦାବିହାରୀ ପତ୍ର ଖାଇବାକୁ ପରାମର୍ଶ ଦିଆଯାଇଛି। ସଦାବିହାରୀ ପତ୍ର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ।

ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ଆପଣ ସଦାବିହାରୀ ଫୁଲ ଏବଂ ପତ୍ର ଖାଇପାରିବେ। ଏହି ପଦ୍ଧତି ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହେବ। ସଦାବିହାରୀ ଗଛ ଭାରତର ସବୁ ସ୍ଥାନରେ, ବର୍ଷର ସବୁ ସମୟରେ ଦେଖିବାକୁ ମିଳିଥାଏ। ଏହାକୁ ଆପଣ ବାଡ଼ି ବଗିଚାରେ ମଧ୍ୟ ପାଇପାରିବେ । ଆୟୁର୍ବେଦ ଅନୁଯାୟୀ, ଏହାର ଫୁଲ ଏବଂ ପତ୍ର ମଧୁମେହକୁ ନିୟନ୍ତ୍ରଣ କରିବାରେ, ମ୍ୟାଲେରିଆ, ଗଳା ଯନ୍ତ୍ରଣା ଏବଂ ଲ୍ୟୁକେମିଆ ଭଳି ରୋଗର ଚିକିତ୍ସା କରିବାରେ ପ୍ରଭାବଶାଳୀ ହୋଇଥା। ସଦାବିହାରୀ ଗଛର ଫୁଲ ଏବଂ ପତ୍ରରେ ଆଲ୍‌କାଲଏଡ୍‌ସ ନାମକ ଏକ ଉପାଦାନ ରହିଥାଏ, ଯାହା ଅଗ୍ନାଶୟର ବିଟା କୋଷକୁ ସଠିକ୍ ପରିମାଣରେ ଇନସୁଲିନ୍ ଉତ୍ପାଦନ କରିବାକୁ ଉତ୍ସାହିତ କରିଥାଏ | ଇନସୁଲିନ୍ ରେ ହିଁ ବ୍ଲଡ଼ ସୁଗାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ।

ଡାଇବେଟିସ୍‌ ରୋଗୀ କିପରି ବ୍ୟବାହର କରିବେ :

ସଦାବିହାରୀ ପତ୍ରକୁ ଶୁଖାଇ ଦେବା ପରେ ଏହାକୁ ଗୁଣ୍ଡ କରି ଏକ ଡବାରେ ରଖନ୍ତୁ। ଏହି ଗୁଣ୍ଡରୁ ପ୍ରତିଦିନ ଏକ ଚାମଚ ଏବଂ ଏହାର ତାଜା ଫୁଲର ରସକୁ ପାଣି ସହିତ ପିଅନ୍ତୁ। ସଦାବିହାରୀ ପତ୍ର ଗୁଣ୍ଡର ସ୍ୱାଦ କଷା।

୩ କିମ୍ୱା ୪ଟି ସଦାବିହାରୀ ପତ୍ରରୁ ଅଧିକ ଖା’ନ୍ତୁ ନାହିଁ। ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ପାଇଁ ଏହାକୁ ଦିନରେ ଚୋବାଇ ଖା’ନ୍ତୁ।

ସଦାବିହାରୀ ଗଛର ଗୋଲାପି ଫୁଲକୁ ଏକ କପ୍‌ ପାଣିରେ ଫୁଟାଇ ଦିଅନ୍ତୁ। ଏହି ପାଣିକୁ ଛାଣି ପ୍ରତିଦିନ ସକାଳେ ଖାଲି ପେଟରେ ପିଅନ୍ତୁ।

ଏହାର ପତ୍ରରେ ପ୍ରସ୍ତୁତ ଚା’ ନିୟମିତ ସକାଳେ ପିଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ ସୁଫଳ ମିଳିଥାଏ।

Barsha

Recent Posts

ଶ୍ରୀମନ୍ଦିରରେ ଅଣନିଶ୍ୱାସୀ, ଅସମ୍ଭାଳ ଭିଡ଼ ଭିତରେ କିଛି ଶ୍ରଦ୍ଧାଳୁଙ୍କୁ ମେଡିକାଲରେ ଭର୍ତ୍ତି

ପୁରୀ(କେନ୍ୟୁଜ): ଶ୍ରୀମନ୍ଦିରରେ ଅଣନିଶ୍ୱାସୀ । ପାଟଅଗଣାରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ । ତେବେ ଭିଡ଼ ଭିତରେ କିଛି ଶ୍ରଦ୍ଧାଳୁଙ୍କୁ ମେଡିକାଲରେ…

6 mins ago

ସମ୍ପର୍କୀୟ ଶଳାର ଜୀବନ ନେଲା ଭିଣୋଇ

ମୋହନା(କେନ୍ୟୁଜ): ସମ୍ପର୍କୀୟ ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା…

28 mins ago

ଘର ଭିତରେ କନିଷ୍ଠ କିରାଣିଙ୍କ ମୃତଦେହ..

ରେଢାଖୋଲ(କେନ୍ୟୁଜ): ଘର ଭିତରେ ମୃତଦେହ। ଉଦ୍ଧାର ହେଲା କନିଷ୍ଠ କିରାଣିଙ୍କ ମୃତଦେହ । ମୃତକ ରେଢାଖୋଲ ନାକଟିଦେଉଳ ତହସିଲ କାର୍ଯ୍ୟାଳୟରେ…

49 mins ago

ଚର୍ଚ୍ଚରେ ଚୋରି କରିବା ସହ ଫାଦରଙ୍କୁ ମାଡ଼ ମାରିଲେ ଚୋର, ଘଟଣାର ଚାଲିଛି ତଦନ୍ତ

ରାଉରକେଲା(କେନ୍ୟୁଜ): ଚୋରମାନେ ଘର, ଦୋକାନ, ବଜାର ଓ ମନ୍ଦିରରୁ ଚୋରି କରୁଥିବା ତ ଆପଣମାନେ ଜାଣିଥିବେ । କିନ୍ତୁ ଚୋରମାନେ…

1 hour ago

ଏମିତି ଏକ ଗାଁ ଯେଉଁଠି ଦୋଳି ନାହିଁ ସତ କିନ୍ତୁ ରହିଛି ରଜ ପର୍ବର ଦୁଇ ଗୁଣା ଉତ୍ସାହ

ଭଞ୍ଜନଗର(କେନ୍ୟୁଜ): ଓଡ଼ିଶାର ଗଣ ପର୍ବ ରଜ । ଏଥିପାଇଁ ଉତ୍ସବ ମୁଖର ଗାଆଁଠୁ ସହର ।  ବସୁଧା, ପ୍ରକୃତି ମାତାଙ୍କୁ…

1 hour ago

ଉପବାଚସ୍ପତି ପଦ ପାଇଁ ବିରୋଧୀ ଦଳଙ୍କ ଦାବି, ନହେଲେ ବାଚସ୍ପତି ନିର୍ବାଚନ ଲଢ଼ିବାକୁ ଘୋଷଣା

ନୂଆଦିଲ୍ଲୀ:ଚସ୍ପତି ପଦକୁ ନେଇ ତେଜିଲା ବିବାଦ। ଆସନ୍ତା ୨୪ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ…

1 hour ago