ଡାଇବେଟିସ୍ ରୋଗୀଙ୍କୁ ସେମାନଙ୍କର ଖାଇବା ଉପରେ ବହୁତ ନିୟନ୍ତ୍ରଣ କରିବାକୁ ପଡିଥାଏ । ଖାଦ୍ୟକୁ ନେଇ ବେପରୁଆ ହେବା ଦ୍ୱାରା ବ୍ଲଡ ସୁଗାର ଶୀଘ୍ର ବଢି ଯାଇଥାଏ । ଏହି କାରଣରୁ ଡକ୍ତରମାନେ ଡାଇବେଟିସ୍ ରୋଗୀଙ୍କୁ ଅନେକ ଖାଦ୍ୟ ନଖାଇବାକୁ ପରାମର୍ଶ ଦିଅନ୍ତି । ପ୍ରାୟତଃ କୁହାଯାଏ ଯେ ଏହି ଲୋକମାନେ ଡ୍ରାଏ ଫ୍ରୁଟ୍ସ ସ୍ନାକ୍ସ ଭାବରେ ଖାଇବା ଉଚିତ୍ । ତେବେ ଡ୍ରାଏ ଫ୍ରୁଟ୍ସ ଗୁଡ଼ିକରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଏବଂ ଅନେକ ଲୋକ ଏହାକୁ ସ୍ନାକ୍ସ ଭାବରେ ଖାଆନ୍ତି । ତଥାପି ଡାଇବେଟିସ୍ ରୋଗୀମାନେ ଡ୍ରାଏ ଫ୍ରୁଟ ଖାଇବା ଠାରୁ ଦୂରେଇ ରୁହନ୍ତି, କାରଣ ସେମାନଙ୍କୁ ଲାଗିଥାଏ ଯେ ଏହା କରିବା ଦ୍ୱାରା ସୁଗାର ଲେବଲ ଶୀଘ୍ର ବଢିପାରେ । ତେବେ ଡକ୍ତରଙ୍କ ଅନୁଯାୟୀ, ଡାଇବେଟିସ୍ ରୋଗୀମାନେ କାଜୁ, ବାଦାମ, କିସମିସ୍, ପିସ୍ତା, ଖଜୁରୀ ସହିତ ସମସ୍ତ ଡ୍ରାଏ ଫ୍ରୁଟ୍ସ ମଧ୍ୟ ଖାଇପାରିବେ । ସେମାନେ ଏହା ମଧ୍ୟ କହିଛନ୍ତି ଯେ ଏହି କାରଣରୁ ସୁଗାର ଲେବଲ ବଢିବାର କୌଣସି ବିପଦ ନାହିଁ ।
ସୂଚନା ମୁତାବକ, ଡ୍ରାଏ ଫ୍ରୁଟ୍ସଗୁଡ଼ିକ ଶୁଖିଲା ଫଳ ହୋଇଥାଏ, ଯାହା ସୂର୍ଯ୍ୟ କିରଣରେ ଶୁଖିବା ଦ୍ୱାରା ପ୍ରସ୍ତୁତ ହୋଇଥାଏ । ଖରାରେ ଶୁଖିବା ହେତୁ ଡ୍ରାଏ ଫ୍ରୁଟ୍ସରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ସହିତ ପ୍ରାକୃତିକ ଫ୍ରୁକଟୋଜର ପରିମାଣ ବଢିଯାଇଥାଏ । ତେବେ ଏହା ପୁଷ୍ଟିକର ଖାଦ୍ୟ ଭଣ୍ଡାର ହୋଇଥିବା ଯୋଗୁ ଡ୍ରାଏ ଫ୍ରୁଟ୍ସ ଡାଇବେଟିସ୍ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ତଥାପି ଡାଇବେଟିସ୍ ରୋଗୀମାନେ କେବଳ ସୀମିତ ପରିମାଣରେ ଡ୍ରାଏ ଫ୍ରୁଟ୍ସ ଖାଇବା ଉଚିତ୍ । ଅତ୍ୟଧିକ ପରିମାଣର ଡ୍ରାଏ ଫ୍ରୁଟ୍ସ ଖାଇବା ଦ୍ୱାରା ଗ୍ଲାଇସେମିକ୍ ନିୟନ୍ତ୍ରଣ ଉପରେ ନକାରାତ୍ମକ ପ୍ରଭାବ ପଡିପାରେ । ସେଥିପାଇଁ ଏହା ପ୍ରତି ଆପଣମାନଙ୍କୁ ଧ୍ୟାନ ଦେବା ନିହାତି ଜରୁରୀ ହୋଇଥାଏ ।
ଡକ୍ତରଙ୍କ କହିବା ଅନୁଯାୟୀ, ଡ୍ରାଏ ଫ୍ରୁଟ୍ସଗୁଡ଼ିକରେ ଅଧିକ କ୍ୟାଲୋରୀ ଥାଏ, ଯାହା ବ୍ଲଡ ସୁଗାର ଲେବଲ ଉପରେ ପ୍ରଭାବ ପକାଇପାରେ । ଯେପରି ୮ ରୁ ୧୦ଟି ବାଦାମରେ ପ୍ରାୟ ୭୦ କ୍ୟାଲୋରୀ ଥାଏ । କାଜୁ ଏବଂ ପିସ୍ତା ସହିତ ଅଧିକାଂଶ ଡ୍ରାଏ ଫ୍ରୁଟ୍ସଗୁଡ଼ିକରେ ବହୁତ କ୍ୟାଲୋରୀ ରହିିଥାଏ । ସେଗୁଡ଼ିକୁ ଅଧିକ ଖାଇବା ଦ୍ୱାରା ସୁଗାର ଲେବଲ ବଢିପାରେ । ସୂଚନା ମୁତାବକ, ଡାଇବେଟିସ୍ ରୋଗୀମାନେ ଦିନର ଯେକୌଣସି ସମୟରେ ଡ୍ରାଏ ଫ୍ରୁଟ୍ସ ଖାଇପାରିବେ । ଶରୀରରେ ଏନର୍ଜି ସ୍ଥର ପୂରଣ କରିବା ପାଇଁ ଲଞ୍ଚ୍ ପରେ ଡ୍ରାଏ ଫ୍ରୁଟ୍ସ ଖାଇବା ଅଧିକ ଲାଭଦାୟକ ହୋଇଥାଏ । ତଥାପି ଭରପୂର ପେଟ ଡ୍ରାଏ ଫ୍ରୁଟ୍ସ ଖାଦ୍ୟ ଭାବେ ଖାଆନ୍ତୁ ନାହିଁ ଏବଂ ଅଳ୍ପ ପରିମାଣରେ ଖାଆନ୍ତୁ । କିନ୍ତୁ ଯେତେବେଳେ ବି ଡାଇବେଟିସ୍ ରୋଗୀମାନେ ଡ୍ରାଏ ଫ୍ରୁଟ୍ସ ଖାଇବାକୁ ଚାହିଁବେ, ତେବେ ସେମାନେ ଡକ୍ତରଙ୍କ ପରାମର୍ଶ ନେଇ ଖାଇବା ଉଚିତ ।
ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…
ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…
ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…
କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…
ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…
ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…