ଶୋଇବା ପୂର୍ବରୁ କରନ୍ତୁ ଏହି କାମ ବିନା କୌଣସି କଷ୍ଟରେ ହେବ ମେଦହ୍ରାସ !

ବର୍ତ୍ତମାନ ଯୁଗରେ ମେଦବୃଦ୍ଧି ସମସ୍ତଙ୍କ ପାଇଁ ଏକ ବଡ଼ ସମସ୍ୟା  ପାଲଟିଛି। ମୋଟାପା ବା ମେଦବୃଦ୍ଧି କେବଳ ଆମକୁ ଅଲଗା ଦେଖାଇଥାଏ ତାହା ନୁହଁ ଏହା ଦ୍ୱାରା ବିଭିନ୍ନ ପ୍ରକାରର  ରୋଗର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ । ଏହି ମେଦବୃଦ୍ଧି ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଦୈନିକ ଶୋଇବା ପୂର୍ବରୁ କିଛି ସାଧାରଣ ଅଭ୍ୟାସର ପରିବର୍ତ୍ତନ ଦ୍ୱାରା ଆପଣ ଚୁଟିକିରେ ଆପଣଙ୍କର ମେଦହ୍ରାସ କରିପାରିବେ ।

ନାଇଟ୍‌ ଲାଇଟ୍‌ ବ୍ୟବହାର :

କିଛି ବ୍ୟକ୍ତିଙ୍କର ରାତିରେ ଶୋଇବା ସମୟରେ ଲାଇଟ୍‌ ଲଗାଇ ଶୋଇବା ଅଭ୍ୟାସ ରହିଥାଏ । ଏହା ଦ୍ୱାରା ଆଖିରେ ଆଲୋକ ପଡ଼ିବା କାରଣରୁ ସଠିକ୍‌ ଭାବେ ନିଦ ହୋଇନଥାଏ । ଯାହା ଫଳରେ ନିଦ୍ରହୀନତା ପାଇଁ ମେଦବୃଦ୍ଧି ସମସ୍ୟା ଦେଖାଯାଇଥାଏ । ଏଥି ସହ ଲାଇଟ୍‌ ଜଳାଇ ଶୋଇବା ଦ୍ୱାରା ଶରୀରରେ ମେଲାଟୋନିନ୍‌ ହରମୋନ କମ୍‌ ସୃଷ୍ଟି ହୋଇଥାଏ । ଏଣୁ ସବୁବେଳେ  ଘର ଅନ୍ଧାରକରି ଶୋଇବା ଉଚିତ୍‌ ।

ଏୟାରକଣ୍ଡିସନ୍‌ ଘର:

ଆପଣ ଜାଣିଛନ୍ତି କି ଶୋଇବା ସମୟରେ ଏସିର ବ୍ୟବହାର ଆପଣଙ୍କ ମେଦ ହ୍ରାସରେ ସହାୟକ ହୋଇଥାଏ । ଶୋଇବା ସମୟରେ ଏସିର ତାପମାତ୍ରା କମ୍‌ କରି ଶୋଇବା ଦ୍ୱାରା ପେଟର ମେଦହ୍ରାସ ହୋଇଥାଏ ।

ପ୍ରୋଟିନ୍‌ ସେକ୍‌ :

ରାତି ଖାଇବାରେ ଉପଯୁକ୍ତ ପରିମାଣର ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ସାମିଲ୍‌ କରନ୍ତୁ ।ଖାସ  କରି ଶୋଇବା ପୂର୍ବରୁ ପ୍ରୋଟିନ୍‌ ସେକ୍‌ ଗ୍ରହଣ କରନ୍ତୁ । ଏହା ପାଚନ ପ୍ରକ୍ରିୟା ସକ୍ରିୟ କରିବା ସହ ଅତ୍ୟଧିକ ମେଦକୁ କମ୍‌ କରିବାରେ ସହାୟକ ହୋଇଥାଏ ।

ଖାଦ୍ୟ ଗ୍ରହଣର ପରେ ଶୋଇବା :

କେବେ ମଧ୍ୟ ଖାଦ୍ୟ ଗ୍ରହଣର ତୁରନ୍ତ ପରେ ଶୋଇବା ଉଚିତ୍‌ ନୁହଁ  । ଖାଦ୍ୟ ଗ୍ରହଣ ଏବଂ  ଶୋଇବା ମଧ୍ୟରେ କମ୍‌ସେ  କମ୍‌ ୨ ଘଣ୍ଟାର ବ୍ୟବଧାନ ରଖିବା ଦରକାର । ଏହା ଦ୍ୱାରା ଓଜନ କମ୍‌ ହେବା ସହ ପାଚନ ପ୍ରକ୍ରିୟା ସଠିକ୍‌ ଭାବେ ହୋଇଥାଏ ।

KNews Bureau

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

31 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

39 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

54 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago