ଶୋଇବା ପୂର୍ବରୁ କରନ୍ତୁ ଏହି କାମ ବିନା କୌଣସି କଷ୍ଟରେ ହେବ ମେଦହ୍ରାସ !

ବର୍ତ୍ତମାନ ଯୁଗରେ ମେଦବୃଦ୍ଧି ସମସ୍ତଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ମୋଟାପା ବା ମେଦବୃଦ୍ଧି କେବଳ ଆମକୁ ଅଲଗା ଦେଖାଇଥାଏ ତାହା ନୁହଁ ଏହା ଦ୍ୱାରା ବିଭିନ୍ନ ପ୍ରକାରର ରୋଗର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ । ଏହି ମେଦବୃଦ୍ଧି ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଦୈନିକ ଶୋଇବା ପୂର୍ବରୁ କିଛି ସାଧାରଣ ଅଭ୍ୟାସର ପରିବର୍ତ୍ତନ ଦ୍ୱାରା ଆପଣ ଚୁଟିକିରେ ଆପଣଙ୍କର ମେଦହ୍ରାସ କରିପାରିବେ ।
ନାଇଟ୍ ଲାଇଟ୍ ବ୍ୟବହାର :
କିଛି ବ୍ୟକ୍ତିଙ୍କର ରାତିରେ ଶୋଇବା ସମୟରେ ଲାଇଟ୍ ଲଗାଇ ଶୋଇବା ଅଭ୍ୟାସ ରହିଥାଏ । ଏହା ଦ୍ୱାରା ଆଖିରେ ଆଲୋକ ପଡ଼ିବା କାରଣରୁ ସଠିକ୍ ଭାବେ ନିଦ ହୋଇନଥାଏ । ଯାହା ଫଳରେ ନିଦ୍ରହୀନତା ପାଇଁ ମେଦବୃଦ୍ଧି ସମସ୍ୟା ଦେଖାଯାଇଥାଏ । ଏଥି ସହ ଲାଇଟ୍ ଜଳାଇ ଶୋଇବା ଦ୍ୱାରା ଶରୀରରେ ମେଲାଟୋନିନ୍ ହରମୋନ କମ୍ ସୃଷ୍ଟି ହୋଇଥାଏ । ଏଣୁ ସବୁବେଳେ ଘର ଅନ୍ଧାରକରି ଶୋଇବା ଉଚିତ୍ ।
ଏୟାରକଣ୍ଡିସନ୍ ଘର:
ଆପଣ ଜାଣିଛନ୍ତି କି ଶୋଇବା ସମୟରେ ଏସିର ବ୍ୟବହାର ଆପଣଙ୍କ ମେଦ ହ୍ରାସରେ ସହାୟକ ହୋଇଥାଏ । ଶୋଇବା ସମୟରେ ଏସିର ତାପମାତ୍ରା କମ୍ କରି ଶୋଇବା ଦ୍ୱାରା ପେଟର ମେଦହ୍ରାସ ହୋଇଥାଏ ।
ପ୍ରୋଟିନ୍ ସେକ୍ :
ରାତି ଖାଇବାରେ ଉପଯୁକ୍ତ ପରିମାଣର ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସାମିଲ୍ କରନ୍ତୁ ।ଖାସ କରି ଶୋଇବା ପୂର୍ବରୁ ପ୍ରୋଟିନ୍ ସେକ୍ ଗ୍ରହଣ କରନ୍ତୁ । ଏହା ପାଚନ ପ୍ରକ୍ରିୟା ସକ୍ରିୟ କରିବା ସହ ଅତ୍ୟଧିକ ମେଦକୁ କମ୍ କରିବାରେ ସହାୟକ ହୋଇଥାଏ ।
ଖାଦ୍ୟ ଗ୍ରହଣର ପରେ ଶୋଇବା :
କେବେ ମଧ୍ୟ ଖାଦ୍ୟ ଗ୍ରହଣର ତୁରନ୍ତ ପରେ ଶୋଇବା ଉଚିତ୍ ନୁହଁ । ଖାଦ୍ୟ ଗ୍ରହଣ ଏବଂ ଶୋଇବା ମଧ୍ୟରେ କମ୍ସେ କମ୍ ୨ ଘଣ୍ଟାର ବ୍ୟବଧାନ ରଖିବା ଦରକାର । ଏହା ଦ୍ୱାରା ଓଜନ କମ୍ ହେବା ସହ ପାଚନ ପ୍ରକ୍ରିୟା ସଠିକ୍ ଭାବେ ହୋଇଥାଏ ।