ଲାଇଫ୍ ଷ୍ଟାଇଲ୍

କରୋନା କାଳରେ ପିଅନ୍ତୁ ଅଦା ମିଶା କ୍ଷୀର, ଇମ୍ୟୁନିଟି ବଢ଼ିବା ସହ ଦୂର ହେବ ଗମ୍ଭୀର ରୋଗ

ଶୀତଦିନେ ଇମ୍ୟୁନିଟି ସିଷ୍ଟମ୍‌ ଖୁବ୍‌ ଦୁର୍ବଳ ହୋଇଯାଏ। ଏଣୁ ଏହି ସମୟରେ ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ରଖିବା ଉଚିତ୍‌। ଏହି ସମୟରେ ଏମିତି କୌଣସି ଜିନିଷ ସେବନ କରିବା ଉଚିତ ନୁହେଁ ଯାହା ଦ୍ୱାରା ଥଣ୍ଡା, କାଶ କିମ୍ବା ଅନ୍ୟ କୌଣସି ଇନ୍‌ଫେକସନ୍‌ ହେବା ଆଶଙ୍କା ବଢ଼ିବ। କରୋନାର ବଢ଼ୁଥିବା ମାମଲାକୁ ଦେଖି ଏବେ ଅଧିକ ସାବଧାନ ରହିବା ଜରୁରୀ ହୋଇପଡ଼ିଛି। ବର୍ତ୍ତମାନର ଥଣ୍ଡାଦିନେ ତଥା କରୋନା ସମୟରେ ଅଦାକୁ ନିହାତି ଭାବେ ସେବନ କରନ୍ତୁ। ଅଦା ଖାଇବା ଦ୍ୱାରା ଶରୀର ଗରମ ରହେ। ଫଳରେ ଥଣ୍ଡା, କାଶ, ଭାଇରାଲ, ଫ୍ଲୁ ଆଦି ସମସ୍ୟା ଦୂର ହୁଏ। ଆପଣ ଯେକୌଣସି ଉପାୟରେ ବି ଅଦା ସେବନ କରିପାରିବେ। ତେବେ ଅଦାକୁ କ୍ଷୀର ସହ ସେବନ କରିବା ସବୁଠୁ ଭଲ ହୋଇଥାଏ। ଆସନ୍ତୁ ଜାଣିବା ଅଦା ଓ କ୍ଷୀରକୁ ଏକାଠି ସେବନ କରିବାର ଚମତ୍କାରୀ ଫାଇଦା…

ଇମ୍ୟୁନିଟି ମଜଭୁତ ହୁଏ:

କ୍ଷୀରରେ ଅଦା ମିଶାଇ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ଏହା ଦ୍ୱାରା ଇମ୍ୟୁନିଟି ସିଷ୍ଟମ୍‌ ମଜଭୁତ ରହେ। ନିୟମିତ ଅଦା ମିଶା କ୍ଷୀର ପିଇଲେ ଥଣ୍ଡା, କାଶ, ସର୍ଦ୍ଦି ଭଳି ରୋଗ ହୁଏ ନାହିଁ।

ଗଳା ସଂକ୍ରମଣ ଦୂର ହୁଏ:

ଗଳା ସହ ଜଡ଼ିତ ସମସ୍ୟା ଯଥା- କଫ, କାଶ, ତଣ୍ଟି ଗତ ଗତ ହେବା ଆଦି ଦୂର ହୁଏ। ଅଦାରେ ଆଣ୍ଟି ବ୍ୟାକ୍ଟେଆଲ ଗୁଣ ରହିଥିବାରୁ ଏସବୁ ଅସୁବିଧା ଶୀଘ୍ର ଭଲ ହୁଏ। ତେବେ ରାତିରେ ଶୋଇବା ବେଳେ ଅଦାଯୁକ୍ତ କ୍ଷୀର ପିଇବା ଭଲ। ଏହାର ୧ ଘଣ୍ଟା ପର୍ଯ୍ୟନ୍ତ ପାଣି ପିଅନ୍ତୁ ନାହିଁ।

କବ୍ଜରୁ ମିଳେ ଆରାମ:

ପେଟ ସମସ୍ୟା ଥିବା ଲୋକ ବି ଅଦା- କ୍ଷୀର ପିଇପାରିବେ। ଅଦାରେ ଭରପୂର ଫାଇଭର ରହିଥାଏ, ଯାହା ଦ୍ୱାରା ମଳ ସହଜରେ ବାହାରକୁ ବାହାରିପାରେ। ଅଦା ଖାଇବା ଦ୍ୱାରା ପାଚନ କ୍ରିୟା ମଧ୍ୟ ତ୍ୱରାନ୍ଵିତ ହୋଇଥାଏ।

ଅଷ୍ଟିଓପୋରୋସିସ୍‌ ସମସ୍ୟା ଦୂର ହୁଏ:

ଅଦାରେ ଆଣ୍ଟି ଇନ୍‌ଫ୍ଲେମେଟୋରୀ ଗୁଣ ରହିଥାଏ। ଯାହା ଦ୍ୱାରା ଅଷ୍ଟିଓପୋରୋସିସ୍‌ ସମସ୍ୟା ଦୂର ହୁଏ। ଅଦାରେ କ୍ଷୀର ମିଶାଇ ପିଇବା ଦ୍ୱାରା ଶରୀରକୁ କ୍ୟାଲସିୟମ୍‌ ଓ ପୋଟାସିୟମ୍‌ ମିଳେ, ଯାହା ଦ୍ୱାରା ହାଡ଼ ମଜଭୁତ ହୁଏ।

ପେଟ ପୀଡ଼ାରୁ ଦିଏ ମୁକ୍ତି:

ଅଦାରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଫଙ୍ଗଲ ଗୁଣ ରହିଥାଏ। ଏହାକୁ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ତ ରୋଗ ଭଲ ହୁଏ। ଯେକୌଣସି ପେଟ ସମସ୍ୟା ଥିଲେ ଅଦା ସହ କ୍ଷୀର ମିଶାଇ ପିଅନ୍ତୁ ଆରାମ ମିଳିବ।

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago