ଲାଇଫ୍ ଷ୍ଟାଇଲ୍

କିଚେନ୍‌ ହ୍ୟାକ୍: ଗ୍ରେଭିରେ ଅଧିକ ତେଲ ପଡିଯାଇଛି କି? ଆପଣାନ୍ତୁ ଏହି ଉପାୟ

ବେଳେବେଳେ ଶୀଘ୍ର ରାନ୍ଧିବା ସମୟରେ ଖାଦ୍ୟରେ ଅଧିକ ତେଲ ପଡିଯାଇଯାଏ । କିଛି ଲୋକ ଏହା ଜାଣିଶୁଣି କରନ୍ତି, କାରଣ ସେମାନେ ଭାବନ୍ତି ଯେ ଅଧିକ ତେଲ ପକାଇଲେ ଗ୍ରେଭି ବା ମସଲା ଅଧିକ ସ୍ଵାଦିଷ୍ଟ ହୋଇଥାଏ। କିନ୍ତୁ ତାହା ସତ ନୁହେଁ । ଅତ୍ୟଧିକ ତେଲ ଖାଇବା ଦ୍ୱାରା ମୋଟାପଣ ଏବଂ ହାଇକୋଲେଷ୍ଟ୍ରଲ ପରି ଗୁରୁତର ରୋଗ ହେବାର ଆଶଙ୍କା ବଢିଯାଇଥାଏ । ତେଣୁ ଖାଦ୍ୟରେ ଯଥା ସମ୍ଭବ କମ୍‌ ତେଲ ବ୍ୟବହାର କରାଯିବା ଉଚିତ୍। ତେବେ ଯଦି କୌଣସି କାରଣରୁ ଖାଦ୍ୟରେ ଅତ୍ୟଧିକ ତେଲ ପଡିଯାଇଛି ତେବେ ଏହାକୁ ଅଲଗା କରିବା ପାଇଁ ବି କିଛି ଟ୍ରିକସ୍‌ ବା ଉପାୟ ରହିଛି। ତେବେ ଯଦି ତାହା ଆପଣ ଜାଣିନାହାନ୍ତି ତାହାହେଲେ ଆପଣ ଏକଥା ଜାଣିବା ଉଚିତ୍ ।

ଏହାକୁ ଫ୍ରିଜରେ ରଖିଦିଅନ୍ତୁ:

ଯଦି ଆପଣଙ୍କ ତରକାରୀରେ ଅଧିକ ତେଲ ଥାଏ ତେବେ ଏହାକୁ କିଛି ସମୟ ଫ୍ରିଜରେ ରଖିଦିଅନ୍ତୁ। ତେଲରେ ଫ୍ୟାଟ୍‌ ରହିଥାଏ ଏବଂ ଫ୍ୟାଟ୍‌ ଥଣ୍ଡାରେ ଜମି ଯାଇଥାଏ । ତେଣୁ, ତରକାରୀକୁ ଫ୍ରିଜରେ ରଖିବା ଦ୍ୱାରା ତେଲ ଜମିଯିବ ।

ବରଫ କ୍ୟୁବ୍:

ଗ୍ରେଭିରୁ ଅଧିକ ତେଲ ବାହାର କରିବା ପାଇଁ ଆପଣ ବରଫ କ୍ୟୁବ୍ ମଧ୍ୟ ବ୍ୟବହାର କରିପାରିବେ । ବରଫ ଖଣ୍ଡଗୁଡ଼ିକୁ କିଛି ସମୟ ପାଇଁ ଗ୍ରେଭିରେ ରଖନ୍ତୁ । ଏହାଦ୍ୱାରା ତେଲ ଏଥିରେ ଲାଗି ରହିବ ଏବଂ ଆପଣ ସହଜରେ ଗ୍ରେଭିରୁ ତେଲ ବାହାର କରିବାରେ ସକ୍ଷମ ହେବେ।

ଟିସୁ ପେପର:

ଟିସୁ ପେପର ସାହାଯ୍ୟରେ ଆପଣ ତରକାରୀ ଠାରୁ ତେଲ ମଧ୍ୟ ଅଲଗା କରିପାରିବେ। ଟିସୁ ପେପରରେ ଶୋଷକ ଗୁଣ ରହିଛି, ଯେଉଁ କାରଣରୁ ଏହା ତରକାରୀରୁ ଅତିରିକ୍ତ ତେଲ ବାହାର କରିପାରିବ।

ପନିପରିବାକୁ ପାଣିରେ ଫୁଟାନ୍ତୁ:

ଯଦି ତରକାରୀରେ ଅଧିକ ତେଲ ଥାଏ, ତେବେ ଆପଣ ଏହାକୁ ପାଣିରେ ଫୁଟାଇ ପାରିବେ। ଏହା କିଛି ତେଲ ବାହାର କରି ଦେବ ।

ବ୍ରେଡ୍‌:

ବ୍ରେଡ୍‌ରେ କାଗଜ ଟାୱେଲ ପରି ତେଲ ଶୋଷିବାର କ୍ଷମତା ଅଛି। ତେଣୁ, ଆପଣ ଗ୍ରେଭିରୁ ଅଧିକ ତେଲ ବାହାର କରିବା ପାଇଁ ବ୍ରେଡ୍‌ର ବ୍ୟବହାର କରିପାରିବେ। ଏଥିପାଇଁ ବ୍ରେଡକୁ ବଡ଼ ବଡ଼ ଖଣ୍ଡରେ କାଟି ଗ୍ରେଭିରେ ରଖିଦିଅନ୍ତୁ । କିଛି ମିନିଟ୍ ପରେ, ବ୍ରେଡ୍‌ ତେଲ ଶୋଷିବ । ତା’ପରେ, ଆପଣ ବ୍ରେଡ୍‌କୁ ଚାମଚରେ ବାହର କରି ଫିଙ୍ଗି ପାରିବେ।

ତରକାରୀରେ ଦହି କିମ୍ବା ବଟରମିଲ୍କ ମିଶାନ୍ତୁ: 

ଯଦି ତରକାରୀରେ ଅଳ୍ପ ପରିମାଣର ତେଲ ଥାଏ, ତେବେ ଆପଣ ଏଥିରେ ଦହି କିମ୍ବା ବଟରମିଲ୍କ ମିଶାଇ ପାରିବେ। ଏହାଦ୍ୱାରା ତେଲର ସ୍ୱାଦ କମିଯିବ ।

KNews Bureau

Recent Posts

ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ବ୍ୟବସାୟୀଙ୍କ ପାଇଁ ଆଜି କିପରି କଟିବ ଦିନ

ମେଷ: ଚାକିରିରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି । ଆୟ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ…

7 hours ago

ଲୋକସଭାରେ ବିଜେପିର ୨୧ ରୁ ୨୦ ଆସନ ଦଖଲ, କଂଗ୍ରେସକୁ ମିଳିଲା ଗୋଟିଏ

ଭୁବନେଶ୍ୱର (କେନ୍ୟୁଜ): ଶେଷ ହେଲା ଭୋଟ ଗଣତି । ସାମନାକୁ ଆସିଲା ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା…

7 hours ago

୭୮ରେ ବିଜେପିର ବାଜିମାତ : ସରକାର କରିବ ଗଠନ, ୫୧ ରେ ବିରୋଧୀ ଆସନରେ ବିଜେଡି

ଭୁବନେଶ୍ୱର (କେନ୍ୟୁଜ): ଶେଷ ହେଲା ଭୋଟ ଗଣତି । ସାମନାକୁ ଆସିଲା ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା…

7 hours ago

ଏହି କ୍ରୁଜ୍‌ ସବୁଠୁ ଦାମୀ, ଅମ୍ବାନୀଙ୍କ ପାର୍ଟି ଜାହଜ ଏହା ତୁଳନାରେ କିଛି ନୁହେଁ

ଦୁନିଆର ସବୁଠୁ ବଡ କ୍ରୁଜ୍ ଜାହାଜ । ୧୨୦୦ ଫୁଟ ଲମ୍ବ ଏବଂ ୨୦ ମହଲା ଉଚ୍ଚ ଆଇକନ୍ ନାମକ…

10 hours ago

ଓଡ଼ିଶା ନିର୍ବାଚନ ଫଳାଫଳ ୨୦୨୪: ଏବେ ଯାଏ ଫଳାଫଳ, ଗଣତି ଜାରି

ଭୁବନେଶ୍ୱର (କେନ୍ୟୁଜ): ଚାଲିଛି ଭୋଟ ଗଣତି । ସାମନାକୁ ଆସିଛି ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା ଓ…

10 hours ago

ଭାରତରେ ଏହି ସ୍ଥାନ ଚା’ ପିଉଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଜାଣନ୍ତୁ …

ରାତି ପାହିଲେ କପେ ଚା’ ନ ପିଇଲେ ଦିନ ଆରମ୍ଭ ହୁଏ ନାହିଁ । ମନ ଭଲ ଲାଗେ ନାହିଁ…

11 hours ago